ଓଡିଶା

odisha

ETV Bharat / bharat

ଶ୍ବେତପତ୍ର ଆଲୋଚନାରେ କଂଗ୍ରେସ ଉପରେ ବର୍ଷିଲେ ସୀତାରମଣ, 'ଦେଶକୁ ନଷ୍ଟ କରି ଦେଇଥିଲା UPA' - BJP White Paper

Sitharaman Attack on Congress: ଶ୍ବେତପତ୍ରକୁ ନେଇ କଂଗ୍ରେସ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଲେ, "ୟୁପିଏ ସରକାର କୋଇଲାକୁ ପାଉଁଶ କରି ଦେଇଥିଲେ, ଆମେ କୋଇଲାକୁ ହୀରା କରିଛୁ" । ଅଧିକ ପଢ଼ନ୍ତୁ

Sitharaman
Sitharaman

By ETV Bharat Odisha Team

Published : Feb 9, 2024, 4:49 PM IST

Updated : Feb 9, 2024, 5:26 PM IST

ନୂଆଦିଲ୍ଲୀ:ଗୁରୁବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା ଶ୍ବେତପତ୍ର ଉପରେ ଆଜି ଆଲୋଚନା ହୋଇଛି । ଦେଶର ଆର୍ଥିକ ବ୍ୟବସ୍ଥାକୁ ନେଇ ହ୍ବାଇଟ ପେପର ଜାରି କରାଯାଇଥିଲା । ତେବେ ଆଜି ଏନେଇ ଆଲୋଚନା ହୋଇଥିବା ବେଳେ ବିପକ୍ଷ ଦଳ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କଂଗ୍ରେସ କମନଓ୍ବେଥ ଗେମରେ ଅନେକ ଘୋଟାଲା କରିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

କଂଗ୍ରେସକୁ ନିଶାଣା କରି ସେ କହିଛନ୍ତି, "କଂଗ୍ରେସର ୟୁପିଏ ସରକାର ଅନେକ ଘୋଟାଲା କରିଛି । କମନଓ୍ବେଲଥ ଘୋଟାଲାରେ ଦେଶର ଛବି ଖରାପ ହୋଇଛି । କୋଇଲା ଘୋଟାଲାରେ ଦେଶର ଅନେକ କ୍ଷତି ହୋଇଛି । ଏହି ଘୋଟାଲା କାରଣରୁ କୋଇଲା ବାହାର ରାଜ୍ୟରୁ ଆମଦାନୀ କରିବାକୁ ବାଧ୍ୟ ହେଉଛି ଭାରତ । ଯଦି ଆଜି ଏମାନେ ସରକାରରେ ରହିଥାଆନ୍ତେ, ତାହେଲେ ଦେଶର ଅବସ୍ଥା କଣ ହୋଇଥାଆନ୍ତି ତାହେ କେବଳ ଭଗବାନ ହିଁ ଜାଣିନ୍ତି । "

ଆମେ କୋଇଲାକୁ ହୀରା କରିଛୁ:ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଉ ଚୁପ ହୋଇ ରହିବି ନାହିଁ । ଏହି ଅତ୍ୟନ୍ତ ଗମ୍ଭୀର ମାମଲା ଅଟେ । ତେଣୁ ମୁଁ ସମସ୍ତ ତଥ୍ୟ ପ୍ରଦାନ କରିବି । ଏହି ଦଳ ମୋର ସ୍ବରକୁ ଚାପିବାକୁ ଚେଷ୍ଟା କରୁଛନ୍ତି । ଦେଶ କୋଇଲା ଅକ୍ସନରେ ଅନେକ କ୍ଷତି ସହିଛି । ଏହି ବ୍ୟକ୍ତିବିଶେଷ ବା ଦଳ ଦେଶକୁ ବର୍ବାଦ କରି ଦେଇଛନ୍ତି । ୟୁପିଏ ସରକାର କୋଇଲାକୁ ପାଉଁଶ କରିଦେଇଥିଲେ, କିନ୍ତୁ ଆମେ କୋଇଲାକୁ ହୀରା କରିଛୁ । 10 ବର୍ଷ ମଧ୍ୟରେ ଦେଶର ଅର୍ଥନୀତି ରୁଗୁଣରୁ ବାହାରି ପ୍ରଗତି ଆଡକୁ ଗତି କରୁଛି । ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭାରତର ସ୍ଥାନ ଶୀର୍ଷରେ ରହିଛି । ଯଦି ପ୍ରତି କାର୍ଯ୍ୟ ଗମ୍ଭୀରତା, ସ୍ବଚ୍ଛତା ଏବଂ ଦେଶକୁ ପ୍ରଥମ କରି ରଖାଯାଏ, ତାହେଲେ ଫଳାଫଳ ସକରାତ୍ମକ ହେବ । କିନ୍ତୁ ଦେଶକୁ ପ୍ରାଥମିକତା ଦେବା ବଦଳରେ ପରିବାରକୁ ପ୍ରାଥମିରକତା ଦିଆଯିବ ତାହେଲେ ଭୟଙ୍କର ସଙ୍କଟ ଦେଖାଯିବ । ଯାହାର ଜ୍ବଳନ୍ତ ଉଦାହରଣ ଆମ ପାଖରେ ରହିଛି ।"

ଏହା ମଧ୍ୟ ପଢନ୍ତୁ: ଶ୍ବେତପତ୍ର ବନାମ କଳାପତ୍ର, ପ୍ରତ୍ୟେକ ରାଜ୍ୟରେ ରିପୋର୍ଟ ଉପସ୍ଥାପନ କରିବ ବିଜେପି

ୟୁପିଏ ସରକାରଙ୍କ କାର୍ଯ୍ୟକାଳରେ ସମୟରେ ହୋଇଥିବା ଘୋଟାଲା ବିଷୟକୁ ନେଇ ମନ୍ତ୍ରୀ କହିଛନ୍ତି, "2008 ମସିହାରେ ସଙ୍କଟ କାଳରେ ୟୁପିଏ ସରକାର ଦେଶକୁ ବଞ୍ଚାଇବା ପାଇଁ କୌଣସି ପ୍ରୟାସ କରିନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କୋଭିଡ ସମୟରେ ଦେଶକୁ କିଭଳି ପରିଚାଳନା କରିଥିଲେ ତାହା ସମଗ୍ର ବିଶ୍ବ ଦେଖିଛି । ଦେଶର ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ସହିତ ଜି-20 ସମ୍ମିଳନୀ ଦ୍ବାରା ଦେଶର ମାନ ଆହୁରି ବୃଦ୍ଧି ପାଇଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 9, 2024, 5:26 PM IST

ABOUT THE AUTHOR

...view details