ବେଙ୍ଗାଲୁରୁ:ମାର୍ଚ୍ଚ ପହିଲାରେ କର୍ଣ୍ଣାଟକ ହ୍ବାଇଟଫିଲ୍ଡ ଏରିଆରେ ଥିବା ଏକ କାଫେରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କଲା କେନ୍ଦ୍ରୀୟ ସଂସ୍ଥା ‘NIA’ । ଫଟୋ ଜାରି କରିବା ସହ ତା ସମ୍ପର୍କରେ ସୂଚନା ଦେଲେ 10 ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା ହୋଇଛି । ଅଭିଯୁକ୍ତ ଚିହ୍ନଟ ହୋଇସାରିଛି । ହେଲେ ଏବେ ମଧ୍ୟ ସେ ଫେରାର ରହିଛି । ଏହି ଘଟଣାରେ 9 ଜଣ ଆହତ ହୋଇଥିଲେ । ଏବେ ରାଜ୍ୟ ପୋଲିସ ସହ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନଆଇଏ’ ମଧ୍ୟ ଆତଙ୍କବାଦୀ ଲିଙ୍କ ଦିଗରୁ ଏହି ତଦନ୍ତ ଜାରି କରିଛି ।
ଆଜି ଏନଆଇଏ ଏକ ପୋଷ୍ଟର ଜାରି କରିଛି । ଯେଉଁଥିରେ ଅଭିଯୁକ୍ତର ସିସିଟିଭିରେ କଏଦ ହୋଇଥିବା ଫଟୋ ରହିଛି । ଏହା ସହ ଘଟଣା ସମ୍ପର୍କରେ ଉଲ୍ଲେଖ ସହ 10 ଲକ୍ଷ ପୁରସ୍କାର ରାଶି ମଧ୍ୟ ଉଲ୍ଲେଖ ରହିଛି । କୌଣସି ବ୍ୟକ୍ତି ସୂଚନା ପାଇଲେ ସଂସ୍ଥାକୁ ଅବଗତ କରିବା ପାଇଁ ଫୋନ ନମ୍ବର ସହ ମେଲ-ଆଇଡି ମଧ୍ୟ ଦେଇଛି ସଂସ୍ଥା । ସଂସ୍ଥାର ବେଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟାଳୟର ଠିକଣା ମଧ୍ୟ ରହିଛି । କେହି ଚାହିିଲେ ସିଧାସଳଖ ସଂସ୍ଥାର ଅଧିକାରୀଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରିପାରିବ । ସେହିପରି ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ‘ଏନଆଇଏ’ କହିଛି ।