ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡରେ ୟୁସିସି ଲାଗୁ, ଲିଭ-ଇନ୍‌ ରିଲେସନସିପ ପାଇଁ କଣ ରହିଛି ନିୟମ ? - ଏକକ ନାଗରିକ ସଂହିତା

New Rules For Live In Relationships: ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବାପରେ ସବୁଠାରେ ଚର୍ଚ୍ଚାରେ ରହିଛି ଲିଭ-ଇନ୍ ସମ୍ପର୍କ ପାଇଁ ଆଗତ ହେଇଥିବା ନିୟମ । ଲିଭ-ଇନ ସମ୍ପର୍କ ପାଇଁ କଣ ରହିଛି ନିୟମ । ବିସ୍ତୃତ ଭାବରେ ଜାଣନ୍ତୁ...

ଲିଭ-ଇନ୍‌ ରିଲେସନସିପ
ଲିଭ-ଇନ୍‌ ରିଲେସନସିପ

By ETV Bharat Odisha Team

Published : Feb 6, 2024, 8:06 PM IST

ଡେରାଡୁନ:ଦେଶରେ ଗତ କିଛି ଦିନ ଧରି ଏକକ ନାଗରିକ ସଂହିତା (ୟୁସିସି) ଲାଗୁ ନେଇ ଚର୍ଚ୍ଚା ଲାଗି ରହିଛି । ଦେଶର ପ୍ରଥମ ରାଜ୍ୟ ଭାବରେ ଆଜି ଉତ୍ତରାଖଣ୍ଡ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲ୍ ଆଗତ କରାଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ବିଲ୍ ଉପସ୍ଥାପନ କରିଛନ୍ତି । ତେବେ ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହେବାପରେ ସବୁଠାରେ ଚର୍ଚ୍ଚାରେ ରହିଛି ଲିଭ-ଇନ୍ ସମ୍ପର୍କ ପାଇଁ ଆଗତ ହେଇଥିବା ନିୟମ । ଲିଭ-ଇନ୍ ସମ୍ପର୍କରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ଲିଭ-ଇନ ପଞ୍ଜୀକରଣ ଅଧୀକୃତ ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହୋଇଛି । ଏହାସହ ଲିଭ-ଇନରେ ରହିବାକୁ ହେଲେ ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ତଥ୍ୟ ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ରେଜିଷ୍ଟ୍ରେସନ ଜରୁରୀ ହେବ ।

ତେବେ ଲିଭ୍-ଇନ୍ ସମ୍ପର୍କରେ ରହିବା ପାଇଁ ୟୁସିସିରେ କଣ ନିୟମ ରହିଛି, ଜାଣନ୍ତୁ...

1.ଲିଭ୍-ଇନ୍ ରିଲେସନସିପରେ ରହୁଥିବା ପ୍ରେମୀ ଯୁଗଳଙ୍କୁ ଜିଲ୍ଲା ଅଧିକାରୀଙ୍କ ପାଖରେ ପଞ୍ଜୀକରଣର କରିବାକୁ ପଡ଼ିବ । ପ୍ରେମୀ ଯୁଗଳଙ୍କ ପାଇଁ ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ ହେବ । ଲିଭ-ଇନ ସମ୍ପର୍କରେ ରହୁଥିବା ପ୍ରେମୀ ଯୁଗଳ ୱେବ୍ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଏକ ରସିଦ ପାଇବେ । ସେମାନଙ୍କୁ ରେଜିଷ୍ଟ୍ରାରଙ୍କ ଦ୍ୱାରା ପଞ୍ଜୀକରଣର ଏକ ରସିଦ ଦିଆଯିବ ।

2. ୟୁସିସି ଅନୁଯାୟୀ, କେବଳ ପୁରୁଷ ଏବଂ ମହିଳା ଲିଭ-ଇନ ସମ୍ପର୍କରେ ରହିପାରିବେ । ଲିଭ-ଇନ ସମ୍ପର୍କରେ ରହିବା ପୂର୍ବରୁ ପ୍ରେମୀ ଯୁଗଙ୍କ ମଧ୍ୟରୁ କେହି ବିବାହିତ ହୋଇନଥିବେ । ଏହାସହ ଅନ୍ୟ ସହ ସମ୍ପର୍କରେ ମଧ୍ୟ ନଥିବେ । ରେଜିଷ୍ଟ୍ରେସନ ପରେ ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ତଥ୍ୟ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କୁ ପ୍ରଦାନ କରାଯିବ ।

3.ଯଦି ୨୧ବର୍ଷରୁ କମ୍ ବୟସର ପ୍ରେମୀ ଯୁଗଳ ଲିଭ୍-ଇନ୍ ସମ୍ପର୍କରେ ରହିବାକୁ ଚାହୁଁଛନ୍ତି, ତେବେ ଏଥିପ୍ରତି ସେମାନଙ୍କ ବାପା-ମାଆଙ୍କ ସମ୍ମତି ରହିବା ଆବଶ୍ୟକ । ଏହାସହ ଉତ୍ତରାଖଣ୍ଡର ନାଗରିକତ୍ୱ ଥାଇ ଯଦି ଅନ୍ୟ ରାଜ୍ୟରେ ଲିଭ୍-ଇନରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନେ ମଧ୍ୟ ପଞ୍ଜୀକରଣ କରିବାକୁ ବାଧ୍ୟ ।

4. ପ୍ରେମୀ ଯୁଗଳ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ସମୟରେ ଯଦି କୌଣସି ସନ୍ତାନ ଜନ୍ମନିଏ ତେବେ ଏହାକୁ ଆଇନଗତ ଭାବରେ ବିବେଚନା କରାଯିବ । ଏହାସହ ଶିଶୁ ଉପରେ ଉଭୟଙ୍କର ସମାନ ଅଧିକାର ରହିବ ।

5.ଲିଭ୍-ଇନ୍ ସମ୍ପର୍କରେ ରହିବାକୁ ହେଲେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଅଧୀନରେ ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ । ଯଦି ଏହି ନିୟମକୁ କୌଣସି ଦମ୍ପତ୍ତି ଅବମାନନା କରନ୍ତି ତେବେ ସେମାନଙ୍କୁ 6 ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ 25,000 ଟଙ୍କା କିମ୍ବା ଉଭୟ ଜରିମାନା ଭୋଗିବାକୁ ପଡିବ ।

6.ଉତ୍ତରାଖଣ୍ଡରେ ୟୁସିସି ନିୟମ ଅନୁଯାୟୀ, ସମ୍ପର୍କରେ ରହିବା ସମୟରେ ଯଦି ଜଣେ ମହିଳାଙ୍କୁ ତାଙ୍କ ଲିଭ-ଇନ୍ ପାର୍ଟନରଙ୍କୁ ଛାଡି ଦିଅନ୍ତି ତେବେ ସେ ତାଙ୍କ ପାର୍ଟନରଙ୍କଠାରୁ ଭରଣପୋଷଣ ପାଇଁ ଦାବି କରିବାର ଅଧିକାର ପାଇବେ ।

ଏହା ମଧ୍ୟ ପଢ଼ନ୍ତୁ....UCC ବିଲ୍‌: "ଲିଭ-ଇନ୍‌ ରିଲେସନସିପ ପାଇଁ ପଞ୍ଜୀକରଣ, ବହୁବିବାହ ସମ୍ପୂର୍ଣ୍ଣ ନିଷେଧ"

ଯଦି ଲିଭ୍-ଇନ୍ ସମ୍ପର୍କକୁ ପ୍ରେମୀ ଯୁଗଳ ଶେଷ କରିବାକୁ ଚାହିଁବେ ତେବେ ଉଭୟ ପ୍ରେମୀ ଯୁଗଳ କିମ୍ବା ସେମାନଙ୍କ ମଧ୍ୟରୁ ଯେ କେହି ଏହାକୁ ସମାପ୍ତ କରିପାରିବେ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏବଂ ନିର୍ଦ୍ଦାରିତ ତରିକାରେ ରେଜିଷ୍ଟ୍ରାରଙ୍କ ପାଖରେ ସମ୍ପର୍କ ସମାପ୍ତିର ବିବରଣୀ ଦାଖଲ କରିପାରିବେ । ଯଦି ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଜଣେ ସମ୍ପର୍କ ସମାପ୍ତ କରିବାକୁ ଚାହାନ୍ତି, ତେବେ ସମ୍ପର୍କ ସମାପ୍ତିର ବିବରଣୀର ଏକ କପି ଅନ୍ୟ ସାଥୀଙ୍କୁ ପ୍ରଦାନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details