ଓଡିଶା

odisha

ETV Bharat / bharat

ଦାମୀ ଗାଡ଼ି ନାହିଁ କି ଆଲିସାନ ବଙ୍ଗଳା, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମ୍ପତ୍ତି ଶୁଣିଲେ ଉଡ଼ିଯିବ ହୋସ .... - Net Worth Of New CM Atishi - NET WORTH OF NEW CM ATISHI

Net Worth Of Atishi: ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଆତିଶୀଙ୍କ ନାଁରେ ନାହିଁ ଦାମୀ ଗାଡ଼ି କିମ୍ବା ଆଲିସାନ ବଙ୍ଗଳା । ତଥାପି କୋଟିପତି ହେଲେ କିପରି ଦିଲ୍ଲୀର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ? ଆସନ୍ତୁ ଜାଣିବା,

Atishi Marlena
Atishi Marlena (ETV Bharat)

By ETV Bharat Odisha Team

Published : Sep 19, 2024, 2:28 PM IST

ନୂଆଦିଲ୍ଲୀ:ଆତିଶୀ ମାର୍ଲେନା, ଯିଏକି କେବଳ ଆତିଶୀ ନାଁରେ ବେଶ ଜଣାଶୁଣା । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆତିଶୀଙ୍କ ନାଁ ସୁପାରିଶ କରିଥିଲେ ଅରବିନ୍ଦ କେଜ୍ରିୱାଲ । ତେବେ ଆତିଶୀ କିଏ ? ସେ କିପରି ହେଲେ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ? କେତେ ସମ୍ପତ୍ତିର ଅଧିକାରୀ ଏହି ଆପ୍ ନେତ୍ରୀ ? ଆସନ୍ତୁ ନଜର ପକାଇବା ।

Atishi Marlena Net Worth (My Neta)

AAPର ଟାଣୁଆ ନେତ୍ରୀ:

ଆମ ଆଦମୀ ପାର୍ଟିର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ଆତିଶୀ । କୁହାଯାଏ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଦଳରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ସଂଗଠନ ମଜବୁତ ରଖିପାରିଥିଲେ ଆତିଶୀ ।

Atishi Marlena Net Worth (My Neta)

ଆତିଶୀଙ୍କ ସମ୍ପତ୍ତି କେତେ?

My Neta ୱେବସାଇଟରେ ପ୍ରକାଶିତ ତଥ୍ୟ ମୁତାବକ, ଆତିଶୀଙ୍କ ପାଖରେ ରହିଛି ମାତ୍ର ୫୦ ହଜାର ଟଙ୍କା କ୍ୟାସ । ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ରହିଛି ୧କୋଟି ୪୧ଲକ୍ଷ ଟଙ୍କା ।

କ୍ୟାସ-୫୦ହଜାର ଟଙ୍କା (ନିଜର) ୧୫ହଜାର ଟଙ୍କା (ସ୍ବାମୀଙ୍କର)

  • ବ୍ୟାଙ୍କ ଡିପୋଜିଟ୍- ୧ କୋଟି ୮୭ ହଜାର ୩୨୩ ଟଙ୍କା
  • ପୋଷ୍ଟାଲରେ ସଞ୍ଚିତ ରାଶି-୧୮ଲକ୍ଷ ୬୦ ହଜାର ଟଙ୍କା
  • LIC ଏବଂ ଅନ୍ୟାନ୍ୟ ଇନସୁରାନ୍ସ-୫ ଲକ୍ଷ ଟଙ୍କା
    Atishi Marlena (x)

ଆତିଶୀଙ୍କ ରାଜନୈତିକ କ୍ୟାରିୟର:

ପୂର୍ବରୁ ଆତିଶୀ ଅନେକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ୨୦୧୫ରେ ମଧ୍ୟପ୍ରଦେଶ ଖଣ୍ଡାୱାରେ ଜଳ ସତ୍ୟାଗ୍ରହ (Water Satyagraha)ରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ୨୦୧୯ ଲୋକସଭା ନିର୍ବଚନରେ ପୂର୍ବ ଦିଲ୍ଲୀ ଆସନରୁ ଆପ୍ ପ୍ରାର୍ଥୀ ହୋଇଥିଲେ ଆତିଶୀ । ତେବେ ସେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଧାନସଭା ପ୍ରାର୍ଥୀ ହୋଇ ବିଜୟ ଲାଭ କରିବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

Net Worth Of Atishi (ETV Bharat Odisha)

ଏହା ବି ପଢନ୍ତୁ...ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ - Atishi New Delhi CM

ଏହା ବି ପଢନ୍ତୁ...ବିଜେପିରେ ଯୋଗ ନଦେଲେ ED ବାନ୍ଧିବ: ଅତିଶୀ - Atishi Big Allegation On Bjp

ଏହା ବି ପଢନ୍ତୁ...ମୋଦିଙ୍କ ଜନ୍ମଦିନରେ କେଜ୍ରିୱାଲଙ୍କ ଇସ୍ତଫା, କାଲି ବାଜିବ ନୂଆ ମୁଖ୍ୟମନ୍ତ୍ରୀ ନାଁରେ ମୋହର ! - Arvind Kejriwal To Resign

ଏହା ବି ପଢନ୍ତୁ...AAPର ନିର୍ବାଚନୀ ପ୍ରଚାର ଗୀତ ଉପରେ ECଙ୍କ ରୋକ, କଣ କହିଲେ ଆତିଶୀ - Atishi on ECI Notice

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ରହିଛନ୍ତି ଆତିଶୀ :

ଅକ୍ସଫୋର୍ଡ ୟୁନିଭର୍ସିଟିରେ ଶିକ୍ଷାଗ୍ରହଣ କରିଥିବା ଆତିଶୀ ଜଣେ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ପରେ ସେ ଏକ NGOରେ ଯୋଗ ଦେଇଥିଲେ । ୨୦୧୩ରେ ସେ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିଲେ । ୪୩ ବର୍ଷିୟା ଆତିଶୀ ହେବେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details