ଓଡିଶା

odisha

NCBକୁ ବଡ ସଫଳତା: ନିଶା କାରବାର ରାକେଟ ପର୍ଦ୍ଦାଫାସ, 3 ମେକ୍ସିକାନ ସମେତ 9 ଗିରଫ

By ETV Bharat Odisha Team

Published : Feb 13, 2024, 3:52 PM IST

NCB busts international drug cartel:ଏନସିବିକୁ ବଡ ସଫଳତା । ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ କରିବା ସହ 3 ଜଣ ମେକ୍ସିକୋ ନାଗରିକଙ୍କ ସମେତ 9 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

NCB busts international drug cartel
ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ

ନୂଆଦିଲ୍ଲୀ: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB)କୁ ବଡ଼ ସଫଳତା । ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ କାରବାର ଲିଙ୍କରେ 9 ଗିରଫ । ସେମାନଙ୍କ ମଧ୍ୟରେ 3 ଜଣ ମେକ୍ସିକୋ ନାଗରିକ ଥିବା ଜଣାପଡିଛି । ଗତ ଏକ ମାସ ଧରି ଅପରାଧିମାନଙ୍କୁ ଧରିବାକୁ ଅପରେସନ ଚଳାଇଥିଲା ଏନସିିବି । ଏହି ଡ୍ରଗ୍ସ କାରବାରର ଚେର ଭାରତ ସମତେ କାନାଡା, ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡିଛି ।

ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (NCB) ସୋମବାର ଦିନ ଭାରତୀୟ, ମେକ୍ସିକୋ ନାଗରିକ, କାନାଡା, ବ୍ରିଟେନ ସମେତ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଓ ଦୁବାଇରେ ଚାଲୁଥିବା ଏକ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରିଥିବା କହିଛି । ସୂଚନା ଅନୁଯାୟୀ, ଏହି ଡ୍ରଗ୍ସ ରାକେଟ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଓ ଦୁବାଇରେ ଡ୍ରଗ୍ସ କାରବାର ଚଳାଇଥିଲା । ଏହି ରାକେଟରେ ଭାରତୀୟ ସମେତ ମେକ୍ସିକୋ, କାନାଡା ଓ ବ୍ରିଟେନ ନାଗରିକମାନେ ସାମିଲ ରହିଛନ୍ତି । ଏହି ଅପରେସନ ସମୟରେ ସୋମବାର ଦିନ ପାଖାପାଖି 24 କେଜି ରାସାୟନିକ ପଦାର୍ଥ ଜବତ ହୋଇଛି ।

ଏହାପୂର୍ବରୁ ଜାନୁଆରୀ 17 ତାରିଖ ଦିନ ଏନସିବିର ଦିଲ୍ଲୀ ଜୋନାଲ ୟୁନିଟ ଡିଏଚଏଲ ସିପିଙ୍ଗ କନ୍ସାଇଣ୍ଟମେଣ୍ଟରେ 2.946 କେଜି ନିଶାଦ୍ରବ୍ୟ (ମେଥମଫେଟାଇମାଇନ) ଜବତ କରିଥିଲେ । ସେହିଭଳି ଜୟପୁରରୁ ମଧ୍ୟ 2ଟି ପାର୍ସଲ ଜବତ ହୋଇଥିଲା । ଏନସିବି ଅଧିକାରୀଙ୍କ ସୂଚନା ମୁତାବକ, ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ କହିବା ଅନୁଯାୟୀ, ସେମାନେ ନିଜ ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀଠାରେ ଏକାଠି ହୋଇଥାନ୍ତି ଏହାପରେ ହ୍ୟାଣ୍ଡେଲର ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ପାର୍ସଲଗୁଡିକୁ ଅଷ୍ଟ୍ରେଲିଆ ପଠାଉଥିଲେ । ଆଉ ମଧ୍ୟ ସେମାନେ କହିଛନ୍ତି ଯେ ନିଜ ପରିଚୟ ଲୁଚାଇବାକୁ ଯାଇ ପାର୍ସଲ ବୁକ କରିବା କରିବା ପାଇଁ ଫେକ୍ ଦସ୍ତାବିଜଗୁଡିକର ବ୍ୟବହାର କରୁଥିଲେ ।

ଏହାମଧ୍ୟ ପଢନ୍ତୁ.. ସମୀର ୱାଙ୍ଖେଡ଼େଙ୍କ ବିରୋଧରେ ଇଡି ମାମଲା, ମନି ଲଣ୍ଡରିଂର ହେବ ଯାଞ୍ଚ

ଦିଲ୍ଲୀକୁ ପ୍ରଥମେ ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ କରାଯିବା ପରେ ଏହା ଚେର ବିଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଜାଣିବାକୁ ପାଇଥିଲା ପୋଲିସ । ଏହି ମାମଲାରେ ପୋଲିସ ଏବେସୁଦ୍ଧା 9 ଜଣଙ୍କୁ ଗିରଫ କରିଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଜପତ୍ର ମଧ୍ୟ ଜବତ କରିଛି । ଏହି ନିଶାଦ୍ରବ୍ୟ ପଞ୍ଜାବ ଲୁଧିଆନା ସ୍ଥିତ ଏକ ଲ୍ୟାବରେ ପ୍ରସ୍ତୁତ କରାଯାଉଥିଲା ଓ ଏହପରେ ଏହାକୁ ପଞ୍ଜାବ, ଅମୃତସର, ମୋହାଲି ଆଦି ଅଞ୍ଚଳରେ କୋରିଅର ମାଧ୍ୟମରେ ପଠାଯାଉଥିଲା । ସୂଚନା ପାଇବା ପରେ ପୋଲିସ ଲୁଧିଆନା, ପଞ୍ଜାବ, ଅମୃତସର ଆଦି ଅଞ୍ଚଳରେ ଚଢାଉ କରିଥିଲା । ଏହି ସମୟରେ ଡ୍ରଗ୍ସ କାରବାର ଲିଙ୍କରେ ଜାନୁଆରୀ ମାସ 29 ତାରିଖରେ ଲୁଧିଆନାରେ ରେଡ୍ କରିଥିଲା ପୋଲିସ । ଏହି ମାମଲାର 2 ଜଣଙ୍କୁ ଗିରଫ କରିଥିଲା ଏନସିବି । ସେମାନଙ୍କୁ ପଚରାଉଚରା ବେଳେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ଜଣାପଡିଥିଲା ।

ଏନସିବି ଅଧିକାରୀଙ୍କ ସୂଚନା ମୁତାବକ, ଏହି ତଦନ୍ତ ବେଳେ ନିଶାଦ୍ରବ୍ୟ ତିଆରିରେ ବ୍ୟବହୃତ ବିଭିନ୍ନ ରାସାୟନିକ ପଦାର୍ଥ ମଧ୍ୟ ଜବତ କରାଯାଇଛି । ଯାଞ୍ଚ ବେଳେ 3 ଜଣ ମେକ୍ସିକୋ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ମେକ୍ସିକୋ ଓ ୟୁକେରେ ଥିବା ହ୍ୟାଣ୍ଡେଲରଙ୍କ ନିର୍ଦ୍ଦେଶାନୁସାରେ ନଭେମ୍ୱର 2023ରେ ଭାରତ ଆସିଥିଲେ ଓ ପଞ୍ଜାବର ଲୁଧିଆନାରେ ରହି ଆସୁଛନ୍ତି । ଲୁୁଧିଆନାରେ ଏକ ଲାବୋରେଟୋରୀରେ ଏମାନେ ନିଶାଦ୍ରବ୍ୟ ପ୍ରସ୍ତୁତ କରୁଥିଲେ । ଏନସିବି ଅଧିକାରୀ ଆଉ ମଧ୍ୟ କହିଛନ୍ତି ଯେ, ଏହି ମେକ୍ସିକୋ ଅଭିଯୁକ୍ତମାନଙ୍କୁ ଗିରଫ ହୋଇଥିବା ଅନ୍ୟ ଭାରତୀୟମାନେ ସହାୟତା କରୁଥିଲେ । ସେମାନଙ୍କୁ ଡ୍ରଗ୍ସ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଯୋଗାଇ ଦେଉଥିଲେ ।

ପୁଣି ଅଧିକ ତଦନ୍ତ ବେଳେ ଏହି ଗ୍ୟାଙ୍ଗର ଲିଙ୍କରେ ଅନ୍ୟ ଜଣେ ସହଯୋଗୀକୁ ପଞ୍ଜାବ ଫିରୋଜପୁରରୁ ଗିରଫ କରିଥିଲେ । ଏବେସୁଦ୍ଧା ଏହି ମାମଲାରେ 9 ଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ନେଇ ଏନସିବି ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details