ବେଙ୍ଗାଲୁରୁ:କର୍ଣ୍ଣାଟକ ଯୌନ କେଳେଙ୍କାରୀ ଓ ଅଶ୍ଳୀଳ ଭିଡିଓ ମାମଲା । ଏକାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଓ 3000 ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ଜଡ଼ିତ ନାତି ତଥା ଜେଡିଏସ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାକୁ ତାଗିଦ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା । ଘଟଣା ସାମ୍ନାକୁ ଆସିବା ପରେ ନାତି ଫେରାର ଥିବା ବେଳେ ସ୍ବଦେଶ ଫେରିଆସି ଆଇନର ସାମ୍ନା କରିବାକୁ ଦେବେଗୌଡା ପ୍ରଜ୍ଜ୍ବଳଙ୍କୁ କହିଛନ୍ତି ।
ଏନେଇ ନିଜ X ହ୍ୟାଣ୍ଡେଲରେ ପୋଷ୍ଟ କରି ଦେବେଗୌଡା କହିଛନ୍ତି, "ପ୍ରଜ୍ଜ୍ବଳ ରେବନ୍ନା ଯେଉଁଠି ବି ଅଛି ଯଥାଶୀଘ୍ର ସ୍ବଦେଶ ଫେରି ଆସି ଆଇନର ସାମ୍ନା କରିବାକୁ ମୁଁ ୱାର୍ଣ୍ଣିଂ ଦେଇଛି । ସେ ମୋର ସହିବା ଶକ୍ତିକୁ ପରୀକ୍ଷା କରିବା ଉଚିତ ନୁହେଁ ।" ଏହାସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ଏକ ଚିଠି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, " ମେ 18 ତାରିଖରେ ପ୍ରଜ୍ଜ୍ବଳ ରେବନ୍ନା ସମ୍ପର୍କରେ ମୁଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲି । ସେ ମୋ ପରିବାର, ସହଯୋଗୀ, ବନ୍ଧୁ ପରିଜନ ଓ ଦଳୀୟ କର୍ମୀଙ୍କ ସହିତ ଯାହା ସବୁ କରିଛି ସେହି ଆଘାତରୁ ବାହାରିବା ଲାଗି ମୋତେ କିଛି ସମୟ ଲାଗିଥିଲା । ପୂର୍ବରୁ ବି ମୁଁ କହିଛି ପ୍ରଜ୍ଜ୍ବଳକୁ ସ୍ବଦେଶ ଫେରି ଆସି ଆଇନର ସାମ୍ନା କରିବା ଉଚିତ ।"
ଏହା ବି ପଢନ୍ତୁ- ବଢିଲା ଦୁଷ୍କର୍ମକାରୀ ଅଭିଯୁକ୍ତ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଅଡୁଆ, ବ୍ୟାଙ୍କ ଖାତା ଅଚଳ କରିବ SIT