ଓଡିଶା

odisha

ETV Bharat / bharat

କେଜ୍ରିଓ୍ବାଲଙ୍କ ଚିଠି ପଢିଲେ ସଞ୍ଜୟ ସିଂ, 'ମୋର ନାମ ଅରବିନ୍ଦ କେଜ୍ରିଓ୍ବାଲ, ଆତଙ୍କବାଦୀ ନୁହେଁ' - Delhi CMs Message - DELHI CMS MESSAGE

Delhi CM Message: ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସଞ୍ଜୟ ସିଂ । ପଢିଲେ କେଜ୍ରିଓ୍ବାଲଙ୍କ ଚିଠି । ଅଧିକ ପଢନ୍ତୁ

Delhi CMs Message
Delhi CMs Message

By ETV Bharat Odisha Team

Published : Apr 16, 2024, 12:54 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି ମିଳିବା ବଦଳରେ ଝଟକା ପରେ ଝଟକା ଲାଗୁଛି । ଏହାରି ଭିତରେ ଜେଲରୁ ଏକ ବାର୍ତ୍ତା ପଠାଇଛନ୍ତି କେଜ୍ରିଓ୍ବାଲ । ଏହି ବାର୍ତ୍ତାକୁ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରୁ ବାର୍ତ୍ତା ଦେଇ କହିଛନ୍ତି, ''ମୋର ନାମ ଅରବିନ୍ଦ କେଜ୍ରିଓ୍ବାଲ, ମୁଁ ଆତଙ୍କବାଦୀ ନୁହେଁ ।''

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସଞ୍ଜୟ କହିଛନ୍ତି, "ଆପଣ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରୁଛନ୍ତି । ଆପଣଙ୍କୁ ଲଜ୍ଜା ଲାଗୁ ନାହିଁ ? ପ୍ରଧାନମନ୍ତ୍ରୀ ଦୁର୍ଭାବନାରେ ଏତେ ମାତ୍ରାରେ ବୁଡି ରହିଛନ୍ତି ଯେ, କେଜ୍ରିଓ୍ବାଲଙ୍କୁ ତାଙ୍କ ପରିବାର ଲୋକେ ଦେଖା କରିବାକୁ ଗଲେ ପ୍ରତ୍ୟକ୍ଷ ଭାବେ ସାକ୍ଷାତ ନହୋଇ ଏକ କାନ୍ଥ ଦେଇ କଥା ହେବାକୁ ବ୍ୟବସ୍ଥା କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କର ଜେଡ ପ୍ଲସ ସୁରକ୍ଷା ରହିଛି । କିନ୍ତୁ ସେ ଯଦି କେଜ୍ରିଓ୍ବାଲକୁ ଭେଟିବାକୁ ଯାଆନ୍ତି ତାଙ୍କ ପାଇଁ ମଧ୍ୟ ସମାନ ନୀତି ଆପଣା ଯାଉଛି । ଏହା କରି ବିଜେପି ସ୍ପଷ୍ଟ କରିଛି ଯେ, କେଜ୍ରିଓ୍ବାଲଙ୍କ ପ୍ରତି ଘୃଣା ରହିଛି । ଜେଲ୍‌ରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ 24 ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି । ସେହିପରି ତାଙ୍କୁ ନିର୍ଯାତନା ଦେବାର ଯୋଜନା ରହିଛି ଏବଂ ତାଙ୍କୁ ହତାଶ କରିବା ପାଇଁ ଉଦ୍ୟମ କରାଯିବା ସହିତ ତାଙ୍କ ପରିବାରକୁ ଅପମାନିତ କରାଯାଉଛି । କିନ୍ତୁ ଅରବିନ୍ଦ କେଜ୍ରିଓ୍ବାଲ ମାଟିରେ ଗଢା, ସେ ଭାଙ୍ଗିପଡିବା ବଦଳରେ ଅଧିକ ଶକ୍ତିଶାଳୀ ହେବେ ।

ଏହା ମଧ୍ୟ ପଢନ୍ତୁ:କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: ଇଡିକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ, 29ରେ ପରବର୍ତ୍ତୀ ଶୁଣାଣି - Arvind Kejriwal

ପ୍ରକାଶ ଥାଉକି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜେଲ୍‌ରେ ସାକ୍ଷାତ କରିଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ମାନ୍ କହିଥିଲେ, "ମୁଁ କେଜ୍ରିୱାଲଙ୍କୁ ଅଧ ଘଣ୍ଟା ପାଇଁ ଭେଟିଥିଲି । କିନ୍ତୁ ପ୍ରତ୍ୟକ୍ଷ ସାକ୍ଷାତ ହୋଇପାରିନଥିଲା । ମଝିରେ ବାଡ ରଖାଯାଇଥିଲା । ଦୁଇ ନେତା ଫୋନ କଲ୍ ମାଧ୍ୟମରେ କଥା ହୋଇଥିଲେ ।" 24 ତାରିଖ ସୁଦ୍ଧା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଇଡି ରିପୋର୍ଟ ଦାଖଲ କରିବା ପରେ 29 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ସେ ପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଜେଲରେ ରହିବାକୁ ପଡିବ ।

ABOUT THE AUTHOR

...view details