ନୂଆଦିଲ୍ଲୀ: ବିଶ୍ବର ଆରବପତି ରାଜଧାନୀ ତାଲିକାରେ ଏବେ ଭାରତର ସ୍ବପ୍ନ ନଗରୀ କୁହାଯାଉଥିବା ମୁମ୍ବାଇକୁ ମିଳିଛି ସ୍ଥାନ । 119 ଆରବପତିଙ୍କ ସହିତ ଏହି ତାଲିକାର ଶୀର୍ଷରେ ରହିଛି ୟୁକେର ନ୍ୟୁୟର୍କ ସହର । ଲଣ୍ଡନ 97 ଆରବପତିଙ୍କ ସହିତ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ 92 ଆରବପତିଙ୍କ ସହିତ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ମୁମ୍ବାଇ ତଳକୁ ରହିଛି ଚୀନର ବେଜିଂ ସହର । ବେଜିଂରେ ଏବେ 91 ଆରବପତି ରହିଛନ୍ତି । 7 ବର୍ଷ ପରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ତାଲିକାର ଶୀର୍ଷ ରାଜଧାନୀ ମଧ୍ୟରେ ସ୍ଥାନ ପାଇଛି ।
ଏ ନେଇ ଅର୍ଥନୈତିଜ୍ଞମାନେ ମତ ରଖି କହିଛନ୍ତି ଯେ ଏହା ଦେଶ ପାଇଁ ଏକ ଗର୍ବର ବିଷୟ । ଏହା କେବଳ ଭାରତର ଅର୍ଥନୈତିକ ବ୍ୟବସ୍ଥା ଲାଗି ସମ୍ଭବ ହୋଇପାରିଛି । ମୁମ୍ବାଇକୁ ମାୟାନଗରୀ, ମୁମ୍ବାପୁରୀ ଓ ଦେଶର ଆର୍ଥିକ ରାଜଧାନୀ ବୋଲି କୁହାଯାଏ । ଏବେ ଏହା ସହିତ ଆଉ ଏକ ନାମ ଯୋଡ଼ି ହୋଇଛି । ମୁମ୍ବାଇ ଏବେ 'ଆରବପତି ରାଜଧାନୀ' ଭାବେ ସାରା ବିଶ୍ବରେ ପରିଚିତ ହୋଇପାରିଛି । ଏକ ରିପୋର୍ଟ ଅନୁସାରେ ମୁମ୍ବାଇ 1 ବର୍ଷ ମଧ୍ୟରେ 26 ନୂଆ ଆରବପତିଙ୍କ ସହିତ ଏହି ତାଲିକାରେ ଗୌରବ ହାସଲ କରିଛି । ଏବେ ମୁମ୍ବାଇରେ 92 ଆରବପତି ରହିଥିବା ବେଳେ ବେଜିଂରେ ରହିଛନ୍ତି 91 ଜଣ । ସର୍ଭେର ରିପୋର୍ଟ ଅନୁସାରେ ମୁମ୍ବାଇର ସମସ୍ତ ଆରବପତିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ 445 ଆରବ ଡଲାର, ଯାହାକି ଗତ ବର୍ଷ ଅପେକ୍ଷା 47 ପ୍ରତିଶତ ବୃଦ୍ଧି ପାଇଛି । ଏହି ତୁଳନାରେ ବେଜିଂ ଆରବପତିଙ୍କ ମୋଟ ସମ୍ପତ୍ତି ମୂଲ୍ୟ 265 ଆରବ ଡଲାର ରହିଛି । ଗତ ବର୍ଷ ଅପେକ୍ଷା ଏଥିରେ 28 ପ୍ରତିଶତ ହ୍ରାସ ପାଇଛି ।
ଏହା ବି ପଢନ୍ତୁ- ଫୋବର୍ସ ବିଲେନିୟର ଟପ୍ ୨୦ ଧନୀ ଲିଷ୍ଟରୁ ବାଦ ପଡିଲେ ଗୌତମ ଆଦାନୀ