ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ୬ ସ୍କୁଲକୁ ବୋମା ବିସ୍ଫୋରଣ ଧମକ, ଇମେଲରେ ଚେତାବନୀ - DELHI SCHOOLS GET BOMB THREAT

ରାଜଧାନୀ ଦିଲ୍ଲୀରେ ପୁଣି ସ୍କୁଲକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଇମେଲରେ (Email) ଧମକ । ପୋଲିସ ଓ ଦମକଳବାହିନୀର ଯାଞ୍ଚ ।

BOMB THREAT IN DELHI SCHOOL
BOMB THREAT IN DELHI SCHOOL (File Photo)

By ETV Bharat Odisha Team

Published : Dec 13, 2024, 10:42 AM IST

Updated : Dec 13, 2024, 11:53 AM IST

ନୂଆଦିଲ୍ଲୀ: ସ୍କୁଲକୁ ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀର କିଛି ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ (Email) ଜରିଆରେ ଏହି ଧମକ ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍କୁଲକୁ ବମ୍ ବ୍ଲାଷ୍ଟ ଧମକ:

ଦିଲ୍ଲୀର ୬ଟି ସ୍କୁଲକୁ ବୋମା ବିସ୍ଫୋରଣର ଧମକ ମିଳିଛି । ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୋଲିସ ଓ ଦଳକଳବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ଯାଞ୍ଚରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ସୂଚନା ରହିଛି । ଧମକ ମିଳିଥିବା ସ୍କୁଲଗୁଡିକ ହେଲା ଇଷ୍ଟ ଅଫ କୈଳାସ ସ୍ଥିତ ଡିପିଏସ, ସଲବାନ ସ୍କୁଲ, ମର୍ଡନ ସ୍କୁଲ ଓ କ୍ରେମ୍ବିଜ ସ୍କୁଲ ଇତ୍ୟାଦି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୫୪ ସମୟରେ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା । ଆଜି (ଶୁକ୍ରବାର) ୬ ଟା ପରେ ସ୍କୁଲ କର୍ତ୍ତୃପକ୍ଷ ଏହି ଇମେଲ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ସୁରକ୍ଷାକର୍ମୀ ଓ ଦମକଳବାହିନୀ ସ୍କୁଲ ପରିସରରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ।

ସ୍କୁଲକୁ ପଠାଯାଇଯାଇଥିବା ଧମକପୂର୍ଣ୍ଣ ଇମେଲରେ ଲେଖାଯାଇଛି ଯେ, ଏହି ଇମେଲ ଆପଣଙ୍କୁ ସୂଚିତ କରିବା ପାଇଁ ଯେ ଆପଣଙ୍କ ସ୍କୁଲ ପରିସରରେ ବିସ୍ଫୋଟକ ଲଗାଯାଇଛି ଓ ମୋତେ ବିଶ୍ୱାସ ଅଛି ଯେ ଆପଣ ସ୍କୁଲ ପରିସରରେ ପ୍ରବେଶ କରିବା ସମୟରେ ନିଜ ଛାତ୍ରଛାତ୍ରୀମାନଙ୍କର ବ୍ୟାଗ ବାରମ୍ବାର ଯାଞ୍ଚ କରନ୍ତି ନାହିଁ । ଏହି ଗତିବିଧି ଜଣେ ଗୁପ୍ତ ଡାର୍କ ଓ୍ବେବ ସମୂହ ଓ ଅନେକ ରେଡ ରୁମ ସାମିଲ ଅଛନ୍ତି । ବମ ସାମଗ୍ରୀକୁ ନଷ୍ଟ କରିବା ପାଇଁ ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହା ଶକ୍ତିଶାଳୀ । ୧୩ ଓ ୧୪ ଡିସେମ୍ବର,୨୦୨୪ ଏହି ୨ ଦିନ ମଧ୍ୟରେ ଆପଣଙ୍କ ବମ ବିସ୍ଫୋରଣର ସାମ୍ନା କରିବାକୁ ପଡିବ ।

ଦିଲ୍ଲୀ ସବ ଇନ୍ସପେକ୍ଟର ଏସଏସ ଯାଦବଙ୍କ କହିବାନୁଯାୟୀ," ୧୨ଟା ବାଜି ୫୪ ପାଖାପାଖି ଏହି ଧମକପୂର୍ଣ୍ଣ ମେଲ ଆସିଥିଲା । ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନାହିଁ । ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଧମକ: ଏହାପୂର୍ବରୁ ଡିସେମ୍ବର ୯ ତାରିଖ ଦିଲ୍ଲୀର ୪୦ରୁ ଉର୍ଦ୍ଧ୍ୱ ସ୍କୁଲକୁ ଏହିଭଳି ବୋମା ବିସ୍ପୋରଣର ଧମକପୂର୍ଣ୍ଣ ଇମେଲ ଆସିଥିଲା । ୩୦ ହଜାର ଡଲାର ଦେଲେ ବିସ୍ଫୋରଣ କରାଯିବନାହିଁ ମେଲରେ ଉଲ୍ଲେଖ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଏୟାର ଇଣ୍ଡିଆ ବିମାନରେ ବୋମା ଧମକ, ଦିଲ୍ଲୀରେ ଜରୁରୀ ଅବତରଣ, ମୁମ୍ବାଇରୁ ଯାଉଥିଲା ନ୍ୟୁୟର୍କ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2024, 11:53 AM IST

ABOUT THE AUTHOR

...view details