ଓଡିଶା

odisha

ETV Bharat / bharat

ରାହୁଲ ରଖିଲେ ରାଏବରେଲୀ, ୱାୟନାଡରୁ ଲଢିବେ ପ୍ରିୟଙ୍କା - Rahul Will Remain Raebareli MP - RAHUL WILL REMAIN RAEBARELI MP

Rahul Gandhi to reatin Raebareli Seat: ୱାୟନାଡକୁ ବାଏ ବାଏ କଲେ ରାହୁଲ । ଗାନ୍ଧୀ ପରିବାରର ପାରମ୍ପରିକ ଆସନ ରାଏବରେଲୀରୁ ସାଂସଦ ରହିବେ ରାହୁଲ ଗାନ୍ଧୀ । କ'ଣ ହେବ ୱାୟନାଡର ଭବିଷ୍ୟତ? ଅଧିକ ପଢନ୍ତୁ

Rahul Gandhi Will Remain Raebareli MP
Rahul Gandhi Will Remain Raebareli MP (Congress(X))

By ETV Bharat Odisha Team

Published : Jun 17, 2024, 8:40 PM IST

ନୂଆଦିଲ୍ଲୀ: ୱାୟନାଡକୁ ବାଏ ବାଏ କଲେ ରାହୁଲ । ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ ଟି ଆସନରୁ ନିର୍ବାଚନ ଲଢି ବାଜିମାତ କରିଥିଲେ । ତେବେ ରାହୁଲ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାହାକୁ ନେଇ ଚାଲିଥିଲା ଆଲୋଚନା ଓ ପର୍ଯ୍ୟାଲୋଚନା । ଏହି ଚର୍ଚ୍ଚାରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାହୁଲ ରାଏବରେଲୀ ସିଟରୁ ସାଂସଦ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୂଚନା ଦେଇଛନ୍ତି । ଅନ୍ୟପଟେ ୱାୟନାଡରୁ ପ୍ରିୟଙ୍କା ଗାନ୍ଧୀ ଉପନିର୍ବାଚନ ଲଢିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ରାହୁଲ ରାଏବରେଲୀ ସିଟରୁ ସାଂସଦ ରହିବେ ବୋଲି ଜଣାପଡ଼ିଛି । ଏନେଇ ପ୍ରେସମିଟରେ ସ୍ପଷ୍ଟ କରିଛି କଂଗ୍ରେସ । ରାହୁଲ କହିଛନ୍ତି, ୱାୟନାଡର ଜନତା ବହୁତ ଭଲପାଇବା ଦେଇଛନ୍ତି । ସମସ୍ତଙ୍କ ସହ ମୋର ଭାବାବେଗ ଜଡିତ । କାରଣ ମୁଁ ୫ ବର୍ଷ ଧରି ଏଠାକାର ସାଂସଦ ଥିଲି । ସମସ୍ତଙ୍କଠାରୁ ବହୁତ ଭଲ ପାଇବା ପାଇଛି । ବର୍ତ୍ତମାନ ମୁଁ ଏଠାରୁ ସାଂସଦ ନରହିଲେ ମଧ୍ୟ ସବୁ ସମୟରେ ଏଠାକୁ ଯିବା ଆସିବା ଲାଗି ରହିବ । ଲୋକଙ୍କ ସୁଖଦଃଖରେ ସାଥୀ ହୋଇ ରହିବି । ୱାୟନାଡର ଲୋକଙ୍କ ପାଇଁ ମୁଁ ସର୍ବଦା ସମର୍ପିତ । ପ୍ରିୟଙ୍କା ଏହି ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆଉ ସେ ଜିତିବେ ମଧ୍ୟ । ଆମେ ସମସ୍ତେ ମିଶି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ ।

ଏହା ବି ପଢନ୍ତୁ...ଇଭିଏମର ବିଶ୍ବସନୀୟତାକୁ ନେଇ ମସ୍କ-ଚନ୍ଦ୍ରଶେଖର ମୁହାଁମୁହିଁ, ନିଆଁରେ ଘିଅ ଢାଳିଲା ରାହୁଲଙ୍କ ମନ୍ତବ୍ୟ - EVM SECURITY CONTROVERSY

ଗାନ୍ଧୀ ପରିବାରର ପାରମ୍ପରିକ ଆସନ ରାଏବରେଲୀ ରଖି ୱାୟନାଡ ଛାଡିଛନ୍ତି ରାହୁଲ । ପୂର୍ବରୁ ୱାୟନାଡରୁ ସାଂସଦ ରହିଥିଲେ ରାହୁଲ । ଏଥର ଦୁଇଟି ଯାକ ଆସନରୁ ବହୁ ମାର୍ଜିନରେ ଜିତିବାରେ ସଫଳ ହୋଇଛନ୍ତି ରାହୁଲ । ପ୍ରଚାର ବେଳେ ମା' ସୋନିଆ ଗାନ୍ଧୀ ରାହୁଲଙ୍କୁ ରାଏବରେଲୀରେ ସମର୍ପି ଦେବା କଥା କହି ଭାବବିହ୍ବଳ ହୋଇଥିଲେ । କାରଣ ସୋନିଆ ୨୦୦୪ରୁ ୨୦୧୯ ଯାଏଁ ଲଗାତାର ଏହି ଆସନରୁ ଜିତି ଆସୁଥିଲେ । ଇନ୍ଦିରାଗୀନ୍ଧୀ ମଧ୍ୟୁ ଏହି ଆସନରୁ ଜିତି ସଂସଦ ଯାଇଥିଲେ । ସବୁଠୁ ବଡ଼ କଥା ହେଉଛି ୨୦୧୯ ନିର୍ବାଚନରେ ଆମେଠୀରୁ ରାହୁଲ ପରାଜୟ ବରଣ କରିଥିବାବେଳେ ୱାୟନାଡରେ କିନ୍ତୁ ଜିତିଥିଲେ । ହେଲେ ବର୍ତ୍ତମାନ ପରିସ୍ଥିତିରେ ତାଙ୍କୁ ଏହି ଆସନ ଛାଡିବାକୁ ପଡିଛି । ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ପୂର୍ବାପେକ୍ଷା ମଜବୁତ ହୋଇଥିବାବେଳେ ରାଜନୈତିକ ଦୃଷ୍ଟିକୋଣରୁ ରାଏବରେଲୀ ଆସନ ଗୁରୁତ୍ବ ବହନ କରୁଛି ।

ABOUT THE AUTHOR

...view details