ନୂଆଦିଲ୍ଲୀ:ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ । ଡିସେମ୍ବର ୧୯ ତାରିଖ ଦିନ ପାର୍ଲାମେଣ୍ଟରେ ସାଂସଦମାନଙ୍କ ମଧ୍ୟରେ ଠେଲାପେଲାରେ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି(ସୋମବାର) ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କ ସହ ମୁକେଶ ରାଜପୁତ ମଧ୍ୟ ହସ୍ପିଟାଲରୁ ବାହାରିଛନ୍ତି ।
ଏନେଇ ଆରଏମଏଲ ମେଡିକାଲ ସୁପରିଟେଣ୍ଡଣ୍ଟ ଡକ୍ଟର ଅଜୟ ଶୁକ୍ଳାକହିଛନ୍ତି, "ଉଭୟ ସାଂସଦ ଆଜି ସକାଳେ ଡିସଚାର୍ଜ ହୋଇଛନ୍ତି । ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛୁ । ଉଭୟଙ୍କ ରକ୍ତଚାପ ଏବେ ନିୟନ୍ତ୍ରଣରେ ରହିଛି ।"
ଠେଲାପେଲାରେ ଆହତ ହୋଇଥିଲେ ପ୍ରତାପ:
ଡିସେମ୍ବର ୧୯ ତାରିଖ ଦିନ ସଂସଦ ଭବନରେ ବିଜେପି- କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ସାଂସଦଙ୍କ ଠେଲାପେଲା ମଧ୍ୟରେ ଆହତ ହୋଇଥିଲା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାହୁଲ ଗାନ୍ଧୀ ଅନ୍ୟଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସମ୍ପୃକ୍ତ ସାଂସଦ ତାଙ୍କ ଉପରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ଅଭିଯୋଗ ଆଣିଥିଲେ ପ୍ରତାପ ଷଡଙ୍ଗୀ । ତାଙ୍କ ସହ ମୁକେଶ ରାଜପୁତ ମଧ୍ୟ ଠେଲାପେଲା ମଧ୍ୟରେ ଅଚେତ ହୋଇଯାଇଥିଲେ । ଉଭୟଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ପ୍ରତାପ ଷଡଙ୍ଗୀ । ୪ ଦିନ ଧରି ଚିକିତ୍ସା ଚାଲିବା ପରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଘଟଣାକୁ ନେଇ ଜୋର ଧରିଥିଲା ରାଜନୀତି: