ହାଇଦ୍ରାବାଦ: ଚିରନିଦ୍ରାରେ ମିଡିଆ ଟାଇକୁନ ତଥାରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ଗତ କିଛି ଦିନ ହେବ ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି (ଶନିବାର) ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାର୍ଥିବ ଶରୀର ଫିଲ୍ମ ସିଟି ମୁଖ୍ୟ କାର୍ଯ୍ୟାଳୟରେ । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ରବିବାର ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରୁଛନ୍ତି । ନିର୍ମଳା ସୀତାରମଣ, ଚନ୍ଦ୍ରବାବୁ ନାଇଡୁ, ପବନ କଲ୍ୟାଣ, ଚିରଞ୍ଜୀବ, ତେଲେଙ୍ଗାନା ଉପ-ମୁଖ୍ୟମନ୍ତ୍ରୀ ଓ ବହୁ ମନ୍ତ୍ରୀମାନେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆସନ୍ତାକାଲି (ରବିବାର) ପୂର୍ବାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଗତ କିଛି ଦିନଧରି ଚିକିତ୍ସାଧୀନ ଥିବା ରାମୋଜୀ ରାଓ ଆଜି ଭୋର ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ 87ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଭାରତୀୟ ସିନେମା, ସାମ୍ବାଦିକତା, ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ । କେବଳ ଜଣେ ବହୁମୁଖୀ ପ୍ରତିଭା ନୁହନ୍ତି ବରଂ ଏକ ଅନୁଷ୍ଠାନକୁ ହରାଇଛି ଦେଶ । ଦେଶବ୍ୟାପୀ ପ୍ରକାଶ ପାଇଛି ଶୋକ । ରାଜନେତା, ଅଭିନେତା, ଶିକ୍ଷାବିତ, ବୁଦ୍ଧିଜୀବୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାମୋଜୀ ଫିଲ୍ମ ସିଟିରେ ପହଞ୍ଚି ଶ୍ରୀ ରାଓଙ୍କ ଶେଷ ଦର୍ଶନ କରିଛନ୍ତି ।
ପ୍ରାରମ୍ଭିକ ଜୀବନ: