ଓଡିଶା

odisha

ETV Bharat / bharat

CNG ଟ୍ୟାଙ୍କର ବିସ୍ଫୋରଣ; 11 ମୃତ, ଜଳିଗଲା ୪୦ ଗାଡ଼ି - RAJASTHAN CNG VEHICLE FIRE

ରାଜସ୍ଥାନର ଜୟପୁରରେ ସିଏନଜି(CNG) ଲରି ବିସ୍ଫୋରଣ । ଅଗ୍ନିକାଣ୍ଡରେ 11 ଜଣଙ୍କ ମୃତ୍ୟୁ, ୩୫ରୁ ଅଧିକ ଗୁରୁତର ଆହତ ।

Rajasthan fire
Rajasthan fire (ETV Bharat)

By ETV Bharat Odisha Team

Published : Dec 20, 2024, 10:36 AM IST

Updated : Dec 20, 2024, 6:18 PM IST

ଜୟପୁର: ଗ୍ୟାସ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ରାଜସ୍ଥାନର ରାଜଧାନୀ ଜୟପୁର ସହରର ଭାଙ୍କରୋଟା ଥାନା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ପେଟ୍ରୋଲ ପମ୍ପ ପାଖରେ ଛିଡା ହୋଇଥିବା ଏକ ସିଏନଜି(CNG) ଗ୍ୟାସ ଟ୍ୟାଙ୍କରରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ଏବେ ସୁଦ୍ଧା 11 ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି 35 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ଆଶଙ୍କା କରାଯାଉଛି ।

ସିଏନଜି ଟ୍ୟାଙ୍କର ବିସ୍ଫୋରଣ ସହ ଭୟଙ୍କର ଅଗ୍ନିକାଣ୍ଡ

Rajasthan fire (ETV Bharat)

ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ସକାଳ ସମୟରେ ଭାଙ୍କରୋଟା ଥାନା ଅଞ୍ଚଳରେ ଅଜମେର ହାଇଓ୍ବେ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ସିଏନଜି ଟ୍ୟାଙ୍କର ଛିଡା ହୋଇଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ତଦନ୍ତ ଜାରି ରଖିଛି । ହାଇଓ୍ବେରେ ଟ୍ରାଫିକ ଡାଇଭର୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଏସଏମଏସ ହସ୍ପିଟାଲରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

Rajasthan fire (ETV Bharat)

ଏହାମଧ୍ୟ ପଢନ୍ତୁ...

ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶିଶୁ ସମେତ 7 ମୃତ

ଝାନସୀ ମେଡିକାଲ କଲେଜ ଶିଶୁ ଓ୍ବାର୍ଡରେ ଭୟାବହ ଅଗ୍ନିକାଣ୍ଡ: 11 ଶିଶୁ ମୃତ, 15ରୁ ଅଧିକ ଗୁରୁତର

ଶୋଇଥିବା ବେଳେ ଲାଗିଲା ନିଆଁ, 3 ଶିଶୁଙ୍କ ସମେତ ଗୋଟିଏ ପରିବାରର 7 ଜୀବନ୍ତ ଦଗ୍ଧ - Fire Breaks Out

ଏନେଇ ଡିସିପି ଅମିତ କୁମାର କହିଛନ୍ତି, ''ଶୁକ୍ରବାର ସକାଳ ସମୟରେ ଭାଙ୍କରୋଟା ଥାନା ଅଞ୍ଚଳରେ ଅଜମେର ହାଇଓ୍ବେ ନିକଟ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ସିଏନଜି ଟ୍ୟାଙ୍କରକୁ ଧକ୍କା ଦେଇଥିଲା କେମିକାଲ ବୋଝେଇ ଟ୍ରକ । ଏହାପରେ ସିଏନଜି ଟ୍ୟାଙ୍କରରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା । ଫଳରେ ପାଖରେ ଥିବା ଏକାଧିକ ଗାଡି ମଧ୍ୟ ଜଳିଯାଇଥିଲା । ବିସ୍ଫୋରଣରେ ଆହତ ହୋଇଥିବା ସମସ୍ତଙ୍କୁ ସବାଇ ମାନ ସିଂହ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ''

Rajasthan fire (ETV Bharat)

୪୦ ଗାଡି ଜଳି ଧ୍ୱଂସ: ଅନ୍ୟପଟେ ବିସ୍ଫୋରଣରେ ହାଇଓ୍ବେ ନିକଟରେ ଥିବା ଏକ ପାଇପ ଫ୍ୟାକ୍ଟ୍ରି ଜଳି ପୋଡି ପାଉଁଶ ହୋଇଯାଇଛି । ଭୟଙ୍କର ବିସ୍ଫୋରଣର ଧମାକାରେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଥିଲା । ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ୫ ଜଣ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଭୟଙ୍କର ବିସ୍ଫୋରଣରେ ୪୦ ଗାଡି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି ।

Rajasthan fire (ETV Bharat)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 20, 2024, 6:18 PM IST

ABOUT THE AUTHOR

...view details