ତିରୁପତି (ଆନ୍ଧ୍ର):ବିଶ୍ବପ୍ରସିଦ୍ଧତିରୁପତି ବାଲାଜୀ ମନ୍ଦିରରେ ଅନ୍ନ ପ୍ରସାଦମ ମେନୁରେ ଯୋଡି ହେଲା ମସାଲା ବରା । ଗତକାଲି (ସୋମବାର)ଠାରୁ ଏହାକୁ ଅନ୍ନ ପ୍ରସାଦମରେ ସାମିଲ କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଛି । ଗତକାଲି ପ୍ରଥମ ଦିନରେ ପ୍ରାୟ 5 ହଜାରରୁ ଅଧିକ ବରା ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁଙ୍କୁ ପରଷା ଯାଇଛି । ଏହାର ଗୁଣବତ୍ତା ଓ ସ୍ବାଦରେ ଶ୍ରଦ୍ଧାଳୁମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହାକୁ ନିୟମିତ ଭାବେ ପରିବେଷଣ କରିବା ପାଇଁ ‘ଟିଟିଡି’ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି ।
- ବିନା ପିଆଜ ରସୁଣରେ ବରା
ତିରୁପତି ମନ୍ଦିର ପରିଚାଳନା କମିଟି (ଟିଟିଡି) ଅଧ୍ୟକ୍ଷ ବି.ଆର ନାଇଡୁଙ୍କ ପ୍ରତିକ୍ରିୟା ଅନୁସାରେ, ଏହି ନିଷ୍ପତ୍ତି ପୂର୍ବରୁ ପ୍ରଥମେ ବିତାର ବିମର୍ଶ କରାଯିବା ସହ ଶ୍ରଦ୍ଧାଳୁଙ୍କ ମତାମତ ସଂଗ୍ରହ କରାଯାଇଥିଲା । ସେହିଆଧାରରେ ମେନୁରେ ମସଲା ବରାକୁ ସାମିଲ କରାଯାଇଛି । ଫିଡବ୍ୟାକ ଅନୁସାରେ, ବିନା ପିଆଜ ଓ ରଷୁଣରେ ଏହାକୁ ପ୍ରସ୍ତୁତ କରାଯାଇଛି । (ସୋମବାର) ପରୀକ୍ଷାମୂଳକ ଭାବେ ପ୍ରଥମ କରି ସୋମବାର ବରା ବିତରଣ କରାଯାଇଥିଲା । ପ୍ରାୟ 5 ହଜାର ବରା ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କୁ ପରସା ଯାଇଛି । ଏହାର ଗୁଣବତ୍ତା ଓ ସ୍ବାଦ ଉଚ୍ଚମାନର ଥିବା ଶ୍ରଦ୍ଧାଳୁମାନେ ମତ ବ୍ୟକ୍ତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- |