ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ମହାୟୁତି ସୁନାମି, ଝାଡ଼ଖଣ୍ଡରେ JMM ଇଣ୍ଡି-ମେଣ୍ଟର ସୁପର ସୋ’ - MAHARASHTRA ELECTION RESULTS 2024

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ସୁପର ସୋ’ । ଝାଡଖଣ୍ଡରେ ଶକ୍ତି ହରାଇଲା ବିଜେପି, କମାଲ କଲା JMM-ଇଣ୍ଡି ମେଣ୍ଟ ଯୋଡି । ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ ।

MAHARASHTRA ELECTION RESULTS 2024
MAHARASHTRA ELECTION RESULTS 2024 (ETV Bharat Odisha)

By ETV Bharat Odisha Team

Published : Nov 23, 2024, 10:04 PM IST

ହାଇଦ୍ରାବାଦ: ଆସିଛି ମହାରାଷ୍ଟ୍ର ଓ ଝାଡଖଣ୍ଡର ଫୈସଲା । ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ସୁନାମି । ମହାରାଷ୍ଟ୍ର ମହାରଣରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ବମ୍ପର ବିଜୟ ହାସଲ କରିଛି । ସେପଟେ ଝାଡ଼ଖଣ୍ଡରେ ପୁଣି ଚାଲିଲା ହେମନ୍ତ ରାଜ । JMM ଓ ଇଣ୍ଡିଆ ମେଣ୍ଟ ବିପୁଳ ବିଜୟ ହାସଲ କରିଛି । ପରିବର୍ତ୍ତନ ନୁହେଁ ଏଥର ପୁଣି ଥରେ ମହାରାଷ୍ଟ୍ରରେ ମହାୟୁତି ଓ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିଛି । କାହାକୁ ମିଳିଲା କେତେ ଆସନ ? ଦେଖନ୍ତୁ...

ମହାରାଷ୍ଟ୍ର ଜନାଦେଶ:

288ଟି ଆସନରୁ ଖବର ଲେଖାଯିବା ସୁଦ୍ଧା ବିଜେପି 128 ସିଟରେ ଜିତିଥିବା ବେଳେ 4 ଆସନରେ ଆଗୁଆ ରହିଛି । ସେହିପରି ସିନ୍ଦେଙ୍କ ଶିବସେନା 56ଟି ଆସନରେ ବାଜିମାତ କରିଥିବା ବେଳେ 1ଟି ଆସନରେ ଆଗୁଆ ରହିଛି । ଏଥିସହ ଅଜିତ ପାୱାରଙ୍କ ଜାତୀୟ କଂଗ୍ରେସ ପାର୍ଟି ଏନସିପି 40ଟି ସିଟରେ ଜିତିଥିବା ବେଳେ 1ଟି ସିଟିରେ ଆଗୁଆ ରହିଛି ।

ସେହିପରି ମହାଅଘାଡି ବିକାଶ ମେଣ୍ଟରୁ ଉଦ୍ଧବ ଠାକରେଙ୍କ ଶିବସେନା 20 ଆସନରେ ଜିତିଥିବା ବେଳେ ଶରଦ ପାୱାରଙ୍କ NCPSP 10ଟି ସିଟ ଜିତିଛି, କଂଗ୍ରେସ 14ଟି ଆସନରେ ବାଜିମାତ କରିଥିବା ବେଳେ 2ଟି ଆସନରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି 2, JSSକୁ 2, ରାଷ୍ଟ୍ରୀୟ ୟୁବା ସ୍ବାଭିମାନ ପାର୍ଟି 1, ରାଷ୍ଟ୍ରୀୟ ସମାଜ ପକ୍ସା 1,CPI(M)-1, PWPI-1, RSVA-1 ସ୍ବାଧୀନ ପ୍ରାର୍ଥୀ 2ଟି ଆସନ ମିଳିଛି ।

ଝାଡ଼ଖଣ୍ଡ ଜନାଦେଶ:

ଏଥର ପୁଣି ଥରେ ହେମନ୍ତଙ୍କୁ ଭରସା କରିଛନ୍ତି ଜନତା । JMM ଇଣ୍ଡିଆ ମେଣ୍ଟ ବମ୍ପର ଭୋଟ ପାଇଥିବା ବେଳେ ଶକ୍ତଝଟକା ଖାଇଛି ବିଜେପି । 81 ଆସନରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM)କୁ 34, ଭାରତୀୟ ଜନତା ପାର୍ଟିକୁ 21, କଂଗ୍ରେସକୁ 16, RJDକୁ 4, କମ୍ୟନିଷ୍ଟ ପାର୍ଟି CPI(ML)(L)କୁ2, AJSUP 1, ଲୋକଜନଶକ୍ତି ପାର୍ଟି 1, JLKMକୁ 1, ଜନତା ଦଳକୁ 1ଟି ଆସନ ମିଳିଛି ।

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ:

ମହାରାଷ୍ଟ୍ରରେ ମହାୟୁତିକୁ ବିପୁଳ ବିଜୟ ପରେ ଏବେ ସବୁଠି ସେଲିବ୍ରେସନ ମାହୋଲ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେଲିବ୍ରେସନ ମନାଇଛି ବିଜେପି । ଏହି ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ସମ୍ବୋଧନ କରି କହିଛନ୍ତି ଯେତେବଳେ ସୁଶାସନ କଥା ଆସେ ଦେଶ ସେତେବେଳେ ବିଜେପି ଓ NDA ଉପରେ ଭରସା କରେ । ମୋଦି ଆହୁରି କହିଛନ୍ତି କିଛି ଲୋକ ପ୍ରତାରଣା ମାଧ୍ୟମରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ । ହେଲେ ମହାରାଷ୍ଟ୍ରର ଜନତା ସେମାନଙ୍କୁ ପ୍ରତ୍ୟାଖାନ କଲେ ।

ଝାଡଖଣ୍ଡରେ ଜିତିଲେ ଓଡ଼ିଶା ରାଜ୍ୟପାଳଙ୍କ ବୋହୂ:

ଏଥର ଝାଡଖଣ୍ଡ ନିର୍ବାଚନରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ନିର୍ବାଚ ଲଢି ଜିତିଛନ୍ତି । ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଥିରେ ଓଡ଼ିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ଣ୍ଣିମା ବିଜେପିରୁ ଲଢୁଥିବା ବେଳେ 42 ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ପୂର୍ଣ୍ଣିମା । ଏଥର ଝାଡଖଣ୍ଡରେ ଜେଏମଏମ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:

ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର

ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସୁପର ସୋ, କାମ କଲା କି କଳ୍ପନା ଫ୍ୟାକ୍ଟର ?

ବିଧାନସଭା ନିର୍ବାଚନ ଜନାଦେଶ LIVE UPDATES: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ, ଝାଡଖଣ୍ଡରେ ଇଣ୍ଡି ମେଣ୍ଟର ବିପୁଳ ବିଜୟ

ହାରିଲେ ଗୀତା ସୋରେନ:

ଝାଡଖଣ୍ଡ ନିର୍ବାଚନରେ ଏଥର କମାଲ କରିଛନ୍ତି ସୋରେନ ପରିବାର । ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନ ଓ ସାନ ଭାଇ ବସନ୍ତ ସୋରେନ ନିର୍ବାଚନ ଜିତିଥିବା ବେଳେ ହେମନ୍ତଙ୍କ ବଡ ଭାଉଜ ସୀତା ସୋରେନ ନିର୍ବାଚନରେ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ସେ ଏଥର ବିଜେପି ଟିକଟରୁ ଜାମତାରା ଆସନରୁ ଲଢୁଥିଲେ । ହେଲେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ସେ ପରାଜୟ ବରଣ କରିଛନ୍ତି ।

ଇଟିଭି ଭାରତ

ABOUT THE AUTHOR

...view details