ମୁମ୍ବାଇ:ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା ଅଙ୍କ । ମହାରାଷ୍ଟ୍ରରେ ବିରୋଧୀ ଦଳ ମହାବିକାଶ ଅଘାଡି(MVA)ରେ ସାମିଲ କଂଗ୍ରେସ, ଶିବସେନା ଏବଂ ଏନସିପି ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି । ଉଦ୍ଧବ ଠାକରେଙ୍କ ପାର୍ଟି ଶିବସେନା (ୟୁବିଟି) ମୋଟ 48ଟି ସିଟ୍ ମଧ୍ୟରୁ 21ଟି ସିଟ୍ରେ ନିର୍ବାଚନ ଲଢିବ । ସେହିପରି କଂଗ୍ରେସ 17 ଏବଂ ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି 10 ସିଟ୍ରେ ନିର୍ବାଚନ ଲଢିବ । ସାଙ୍ଗଲୀ, ଭିଓ୍ବାଣ୍ଡି ଏବଂ ମୁମ୍ବାଇର ନର୍ଥ ସିଟରେ 3 ଦଳ ମଧ୍ୟରେ ବିବାଦ ଦେଖାଦେଇଥିଲା ।
ତେବେ ବର୍ତ୍ତମାନ ଚିତ୍ର ସ୍ପଷ୍ଟ ହୋଇ ଅଙ୍କ ଛିଣ୍ଡିଛି । ଭିୱାଣ୍ଡି ଆସନରେ ଏନସିପି ପ୍ରତିଦ୍ବନ୍ଦିତା କରିବ । ମେଣ୍ଟର ଚୁକ୍ତି ଅନୁସାରେ, ସାଙ୍ଗଲୀ ସିଟ୍ରେ ଶିବସେନା ଏବଂ ମୁମ୍ବାଇର ନର୍ଥ ସିଟ୍ କଂଗ୍ରେସ ଖାତାକୁ ଯାଇଛି । ସିଟ୍ ସେୟାରିଂ ପାଇଁ ଏମଭିଏ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏଥିରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ପିସିସି ସଭାପତି ନାନା ପଟୋଲେ ଏବଂ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ ।
17 ସିଟ୍ରେ ନିର୍ବାଚନ ଲଢିବ କଂଗ୍ରେସ: ରାମଟେକ, ନାଗପୁର, ଭଣ୍ଡାରା ଗୋଣ୍ଡିଆ, ଗାଡଚିରୋଲି, ଲାଟୁର, ସୋଲାପୁର, କୋହ୍ଲାପୁର, ପୁଣେ, ନନ୍ଦେଡ, ଅମରାବତୀ, ନନ୍ଦୁରବାର, ଆକୋଲା, ଚନ୍ଦ୍ରପୁର, ଧୁଲେ, ଜଲନା, ଉତ୍ତର ମୁମ୍ବାଇ, ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ କଂଗ୍ରେସ ।