ଲକ୍ଷ୍ନୌ(ଉତ୍ତରପ୍ରଦେଶ): ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ଶ୍ରଦ୍ଧାଳୁ ଦୁର୍ଘଟଣାଗ୍ରସ୍ତ । ଲଗାତାର ଭାବେ ଏଭଳି ଅଘଟଣ ସାମ୍ନାକୁ ଆସୁଛି । ପୁଣି ମହାକୁମ୍ଭରେ ସାମିଲ ହେବାକୁ ଯିବା ବେଳେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି । ଆଜି (ଶୁକ୍ରବାର) ସକାଳେ, ଉତ୍ତରପ୍ରଦେଶ ବାରାଣସୀ-ପ୍ରୟାଗରାଜ ରାଜପଥର ମିର୍ଜାମୁରାଦ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି ।
କର୍ଣ୍ଣାଟକର କିଛି ଭକ୍ତଙ୍କୁ ନେଇ ଏକ କାର ଯାଇଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହିତ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଦମ୍ପତି ଏବଂ ୨ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଛି ସ୍ଥାନୀୟ ପୋଲିସ ।
ଭୟଙ୍କର ଦୁର୍ଘଟଣା:
ମିର୍ଜାମୁରାଦ ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ସମୟରେ ଏକ କାର କର୍ଣ୍ଣାଟକର କିଛି ଯାତ୍ରୀଙ୍କୁ ନେଇ ମହାକୁମ୍ଭରେ ସାମିଲ ହେବା ପାଇଁ ଯାଉଥିଲେ । ବାରାଣସୀ-ପ୍ରୟାଗରାଜ ରାଜପଥରେ କାରଟି ଏକ ଟ୍ରକ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିିଥିଲେ । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । । ଗାଡ଼ିରେ ବସିଥିବା ଅନ୍ୟ ଲୋକମାନେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଏକ ଦମ୍ପତି ଏବଂ ୨ ଜଣ ପିଲା ଅଛନ୍ତି । ସେହିପରି ଗୁରୁତର ଆହତ ହୋଇ ୫ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାରେ ସନ୍ତୋଷ କୁମାର, ସୁନୀତା, ଗଣେଶ ଏବଂ ଶିବକୁମାରଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଭକ୍ତ କର୍ଣ୍ଣାଟକରୁ ପ୍ରଥମେ ବାରାଣସୀ ଆସିଥିଲେ । ପରେ ବାରଣାସୀରୁ ପ୍ରୟାଗରାଜ ଯାଉଥିଲେ । ଲୋକମାନେ ବଡ଼ ଗାଡ଼ି, ଏକ କ୍ରୁଜର କାର ବୁକ୍ କରିଥିଲେ । ସମସ୍ତେ ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ । ରାଜପଥରେ କାର୍ ଡ୍ରାଇଭର ଆଖି ଲାଗିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ.. |