ଜୟପୁର : ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ସାରା ଦେଶରେ ଲୋକପ୍ରିୟ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ରାଜସ୍ଥାନର କୋଟା କୋଚିଂ ସେଣ୍ଟରର ରହିଛି ପରିଚୟ । ପ୍ରତିବର୍ଷ ହଜାର ହଜାର ଇଞ୍ଜିନିୟରିଂ ଓ ମେଡିକାଲ ଆଶାୟୀ ଏଠାରେ ନାମ ଲେଖାଇଥାନ୍ତି । ତେବେ ପ୍ରୟାଗରାଜ କୁମ୍ଭମେଳାରେ ଭାଇରାଲ ହୋଇଥିବା ଆଇଆଇଟିଆନ ବାବା ଅଭୟ ସିଂହଙ୍କ ଏକ ଫୋଟୋଗ୍ରାଫି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ କୋଟା ବିଦ୍ୟାର୍ଥୀଙ୍କ ସଂଘର୍ଷ ବିଷୟରେ ଉଲ୍ଲେଖ ରହିଛି ।
ପୁଣି ଚର୍ଚ୍ଚାରେ IIT ବାବା ଅଭୟ :
ଏରୋସ୍ପେସ୍ ଇଞ୍ଜିନିୟରିଂରେ ଆଇଆଇଟି ବମ୍ବେରୁ ଡିଗ୍ରୀ ହାସଲ କରିଥିବା ଅଭୟ ସିଂ ପ୍ରୟାଗରାଜ କୁମ୍ଭମେଳାରେ ବାବା ଭାବେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଆଇଆଇଟିଆନ ବାବା ଭାବେ ବେଶ ଭାଇରାଲ ହୋଇଛନ୍ତି ସେ । କିନ୍ତୁ ବର୍ତ୍ତମାନ ସେ କୋଟା ବିଦ୍ୟାର୍ଥୀଙ୍କୁ ନେଇ ବନାଇଥିବା ଏକ ପ୍ରକଳ୍ପକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୨୦୧୪ ମସିହାରେ ସେ କୋଟାଠାରେ କରିଥିବା ଏକ ଫଟୋଗ୍ରାଫି ପ୍ରୋଜେକ୍ଟରେ କୋଟା ଛାତ୍ରଙ୍କ ସଂଘର୍ଷର କାହାଣୀ ବିଷୟରେ ଆଲୋକପାତ କରିଥିଲେ । ଏହି ଫଟୋ ପ୍ରକଳ୍ପ ବିଷୟବସ୍ତୁ ରହିଛି 'ଦ ଲାଷ୍ଟ ପେଜ ଅଫ ନୋଟବୁକ (ନୋଟବୁକର ଶେଷପୃଷ୍ଠା)' ।
'ଦ ଲାଷ୍ଟ ପେଜ ଅଫ ନୋଟବୁକ':
ଏକ ସାକ୍ଷାତକାର ସମୟରେ, ଅଭୟ ସିଂହ କୋଟାରେ ଅତିବାହିତ କରିଥିବା ସମୟକୁ ମନେ ପକାଇଥିଲେ । ଯେଉଁଠାରେ ସେ ଏକ ପ୍ରୋଜକ୍ଟ କରିଥିଲେ, ଯାହାର ନାମ ଥିଲା 'ଦ ଲାଷ୍ଟ ପେଜ ଅଫ ନୋଟବୁକ (ନୋଟବୁକର ଶେଷ ପୃଷ୍ଠା)' । ସେଠାରେ ରହଣି ବେଳେ ଅଭୟ ସିଂହ ଅନେକ ବିଦ୍ୟାର୍ଥୀ, ଅଧ୍ୟାପକ ଓ ସେଠାକାର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ତାଙ୍କର ଲକ୍ଷ୍ୟ ଥିଲା ବିଦ୍ୟାର୍ଥୀମାନେ ସମ୍ମୁଖୀନ ହେଉଥିବା ମାନସିକ ଆବେଗ ସମ୍ବନ୍ଧୀୟ ଚ୍ୟାଲେଞ୍ଜ ଓ ଚାପ ବିଷୟକୁ ଲୋକଲୋଚନକୁ ଆଣିବା ।
ମହାକୁମ୍ଭରେ ମହାସ୍ନାନ: କେବେ ହେବ ରାଜକୀୟ ସ୍ନାନ, ଜାଣନ୍ତୁ ୧୦ କାରଣ - MAHA KUMBH ROYAL BATHକୁମ୍ଭମେଳାରେ କାମ ଦେଲା AI, ମାତ୍ର 20 ମିନିଟ୍ରେ ବଞ୍ଚାଇଦେଲା - KUMBHA MELA FIRE |
କୋଟା ବିଦ୍ୟାର୍ଥୀଙ୍କ ସଂଘର୍ଷର କାହାଣୀ: