ଭୋପାଳ: ମଧ୍ୟପ୍ରଦେଶରେ 16 ବର୍ଷ ବୟସରୁ କମ ଛାତ୍ରଛାତ୍ରୀଙ୍କୁ ଦିଆଯିବନି କୋଚିଂ । କେନ୍ଦ୍ର ସରକାରଙ୍କ ଆଦେଶ ପରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏହି ନିର୍ଦ୍ଦିଷ୍ଟ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋଚିଂକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । ଏହାସହିତ ବିନା ପଞ୍ଜୀକରଣରେ ରାଜ୍ୟରେ ଯେଉଁ କୋଚିଂ ସେଣ୍ଟର ଗୁଡ଼ିକ ଚାଲିଆସୁଥିଲା, ତାହାକୁ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏହି ନିୟମକୁ କାର୍ଯ୍ୟକାରୀ କଲେ, ରାଜ୍ୟରେ ପ୍ରାୟ 40 ହଜାରରୁ ଅଧିକ କୋଚିଂ ସେଣ୍ଟରରେ ତାଲା ଲାଗିବାର ସମ୍ଭାବନା ରହିଛି ।
ରାଜ୍ୟରେ ଅନେକ କୋଚିଂ ପ୍ରତିଷ୍ଠାନ ଗୁଡ଼ିକ ଟଙ୍କା ଆଦାୟ କରିବା ଲାଗି ମନମୁଖୀ ଚଳାଇ ଆସୁଥିଲେ । ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ ଆଉ ଚଳିବ ନାହିଁ କୋଚିଂ ପ୍ରତିଷ୍ଠାନ ଗୁଡ଼ିକର ମନମାନି । ଅର୍ଥାତ କୋଚିଂ ଅପରେଟରମାନେ ଛାତ୍ରଛାତ୍ରୀଙ୍କ ଠାରୁ ଯେଭଳି ଭାବେ ଦେୟ ଆଦାୟ କରୁଥିଲେ, ଆଉ ସେପରି କରିପାରିବେ ନାହିଁ । ଯଦି ସେମାନେ ଏହା କରନ୍ତି, ସେମାନଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । ମଧ୍ୟପ୍ରଦେଶ ସରକାର ବର୍ତ୍ତମାନ କୋଚିଂ ପ୍ରତିଷ୍ଠାନ ଗୁଡ଼ିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି ।
ଏହା ବି ପଢନ୍ତୁ- କଠୋର ହେଲା କେନ୍ଦ୍ର:୧୬ ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କୁ କୋଚିଂ ସେଣ୍ଟର ମନା