ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ପ୍ରକାଶ ପାଇବ ଏକଜିଟ୍ ପୋଲ୍ ବା ବୁଥବାହୁଡ଼ା ମତ । ଏହା ପୂର୍ବରୁ ବସିଲା ବିରୋଧୀ ଇଣ୍ଟିଆ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସଭା ନିର୍ବାଚନ 2024ର ମତଗଣନା ରଣନୀତିକୁ ନେଇ ବିରୋଧୀ ଦଳ ଏହି ବୈଠକ ଡାକିଛି । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ବୈଠକ ଜାରି ରହିଛି । ଏନସିପି (ଶରଦ ପାୱାର) ପ୍ରମୁଖ ଶରଦ ପାୱାରଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ମୁଖ୍ୟ ନେତାମାନେ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ଇଣ୍ଡିଆ ମେଣ୍ଟ ବୈଠକରେ ଟିଏମସି ଓ ପିଡିପି ନେତା ସାମିଲ ହୋଇନାହାନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଏହି ବୈଠକରେ ସାମିଲ ହୋଇନାହାନ୍ତି । ଆଜି ଦେଶରେ ସପ୍ତମ ବା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ସନ୍ଧ୍ୟା 6ଟାରେ ସମସ୍ତ 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ 57 ଲୋକସଭା ଆସନରେ ମତଦାନ ଶେଷ ହେବ । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ଧ୍ୟା ସାଢେ 6ଟା ପରେ ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଏକଜିଟ୍ ପୋଲ୍ ପ୍ରକାଶ କରିପାରିବେ ।
ଏହା ବି ପଢନ୍ତୁ- ‘ଏକଜିଟ ପୋଲ’ ବିତର୍କ ବର୍ଜନ କରିବ କଂଗ୍ରେସ, ଶାହ କହିଲେ ନିଶ୍ଚିତ ପରାଜୟ ଜାଣି ଭୟଭୀତ