ଓଡିଶା

odisha

ETV Bharat / bharat

ଲୋକସଭା ନିର୍ବାଚନ 2024; ସରିଲା ପ୍ରଚାର, ଜୁନ 1ରେ ଶେଷ ପର୍ଯ୍ୟାୟ ଫାଇଟ୍‌ - Campaigning for 7th phase concludes - CAMPAIGNING FOR 7TH PHASE CONCLUDES

LOK SABHA ELECTION PHASE 7 VOTING: ଜୁନ 1ରେ ସରିବ ଲୋକସଭା ନିର୍ବାଚନ-2024 ପାଇଁ ମତଦାନ । ଶେଷ ପର୍ଯ୍ୟାୟ ଫାଇଟ ପାଇଁ ଆଜି ସରିଛି ପ୍ରଚାର । ଅନେକ ପ୍ରାର୍ଥୀଙ୍କ ସହ ଏଥର ମୈଦାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

LOK SABHA ELECTION PHASE 7 VOTING
LOK SABHA ELECTION PHASE 7 VOTING (ETV Bharat Odisha)

By ETV Bharat Odisha Team

Published : May 30, 2024, 9:53 PM IST

ହାଇଦ୍ରାବାଦ:ଜୁନ 1 ଶନିବାର ଲୋକସଭା ନିର୍ବାଚନ 2024ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟରେ 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ୍‌ । ମୈଦାନରେ ଅଛନ୍ତି 904 ସାଂସଦ ପ୍ରାର୍ଥୀ । ଆଜି ସନ୍ଧ୍ୟା 6ଟା ସୁଦ୍ଧା ପ୍ରଚାର ଶେଷ ହୋଇଛି । ଏହାସହିତ 2024 ଲୋକସଭା ନିର୍ବାଚନର ପ୍ରଚାରରେ ଲାଗିଛି ବିରାମ । ପ୍ରଚାର ପରେ ସାଇଲେନ୍ସ ପିରିୟଡ ଆରମ୍ଭ ହୋଇଥିବା ବେଳେ ଦିନକ ପରେ ଏହି ସବୁ ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ । ସବୁଠୁ ଖାସ କଥା ହେଉଛି ଶେଷ ପର୍ଯ୍ୟାୟରେ ମୈଦାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥର ବି ବାରଣାସୀ ସଂସଦୀୟ କ୍ଷେତ୍ରରୁ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ମୋଦି ।

LOK SABHA ELECTION PHASE 7 VOTING (ETV Bharat)

ମୈଦାନରେ 904 ପ୍ରାର୍ଥୀ:-ସପ୍ତମ ପର୍ଯ୍ୟାୟରେ ମୈଦାନରେ ମୋଟ 904 ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ 809 ଜଣ ପୁରୁଷ ଥିବା ବେଳେ 94ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 2078 ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 1413ଜଣଙ୍କର ଗ୍ରହଣ କରାଯାଇଥିଲା । 598 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ ଓ 57 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପରେ ଏବେ 904ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ଏହି ପର୍ଯ୍ୟାୟରେ ଦେଶରେ 167 ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

LOK SABHA ELECTION PHASE 7 VOTING (ETV Bharat)
ସପ୍ତମ ବା ଶେଷ ପର୍ଯ୍ୟାୟ ମତଦାନକୁ ଯାଇଥିବା ନିର୍ବାଚନମଣ୍ଡଳୀ
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନ ମଣ୍ଡଳୀ
ବିହାର (8) ନାଳନ୍ଦା, ପାଟନା ସାହିବ, ପାଟଳିପୁତ୍ର, ଆରାହ, ବକ୍ସର, ଜାହାନବାଦ, ସାସାରାମ (ଏସସି), କାରାକାଟ
ଚଣ୍ଡିଗଡ଼ (1) ଚଣ୍ଡିଗଡ଼
ହିମାଚଳ ପ୍ରଦେଶ (4) କାଙ୍ଗରା, ମଣ୍ଡି, ହମିରପୁର, ସିମଲା
ଝାଡ଼ଖଣ୍ଡ (3) ରାଜମହଲ, ଡୁମକା, ଗୁଡା
ଓଡ଼ିଶା (6) ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର
ପଞ୍ଜାବ (13) ଗୁରୁଦାସପୁର, ଅମୃତସର, ଖଦୁର ସାହିବ, ଜଳନ୍ଧର, ହୋସିହାରପୁର, ଆନନ୍ଦପୁର ସାହିବ, ଲୁଧିଆନା, ଫତେହଗଡ଼ ସାହିବ, ଫରିଦକୋଟ, ଫିରୋଜପୁର, ବଠିଣ୍ଡା, ସଙ୍ଗରୁର, ପଟିଆଲା
ଉତ୍ତର ପ୍ରଦେଶ (13) ମହାରାଜଗଞ୍ଜ, ଗୋରଖପୁର, କୁଶି ନଗର, ଦେୱରିଆ, ବନ୍ସଗାଓଁ, ଘୋସି, ସଲିମପୁର, ବଲିଆ, ଗାଜିପୁର, ଚନ୍ଦୌଲି, ବାରଣାସୀ, ମିର୍ଜାପୁର, ରବର୍ଟସ୍‌ଗଞ୍ଜ
ପଶ୍ଚିମବଙ୍ଗ (9) ଡୁମଡୁମ, ବାରାସାତ, ଜୟନଗର, ବସିରହାଟ, ମଥୁରାପୁର, ଡାଏମଣ୍ଡ, ହାର୍ବର, ଜାଦବପୁର, କୋଲକାତା, ଦକ୍ଷିଣ, କୋଲକାତା ଉତ୍ତର

ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ଦିଗ୍ଗଜ ପ୍ରାର୍ଥୀଙ୍କ ମଧ୍ୟରେ ରାଜନୈତିକ ପ୍ରତିଯୋଗିତା ଦେଖିବାକୁ ମିଳିବ । ହେଭିୱେଟ ପ୍ରାର୍ଥୀଙ୍କ ଉପରେ ନଜର ପକାଇବା:-

ସଂସଦୀୟ କ୍ଷେତ୍ର ପ୍ରାର୍ଥୀଙ୍କ ନାମ ଦଳର ନାମ
ବାରଣାସୀ ନରେନ୍ଦ୍ର ମୋଦି ବିଜେପି
ପାଟନା ସାହିବ ରବି ଶଙ୍କର ପ୍ରସାଦ ବିଜେପି
ପାଟଳିପୁତ୍ର ମିସା ଭାରତୀ ଯାଦବ ଆରଜେଡି
ମଣ୍ଡି କଙ୍ଗନା ରଣାୱତ ବିଜେପି
ମଣ୍ଡି ବିକ୍ରମାଦିତ୍ୟ ସିଂ କଂଗ୍ରେସ
ହମିରପୁର ଅନୁରାଗ ସିଂ ଠାକୁର ବିଜେପି
ଗୋଡା ନିଶିକାନ୍ତ ଦୁବେ ବିଜେପି
ବାଲେଶ୍ବର ଶ୍ରୀକାନ୍ତ କୁମାର ଜେନା କଂଗ୍ରେସ
ଡାୟମଣ୍ଡ-ହାର୍ବର ଅଭିଷେକ ବାନାର୍ଜୀ ଟିଏମସି
ମହାରାଜଗଞ୍ଜ ପଙ୍କଜ ଚୌଧୁରୀ ବିଜେପି
LOK SABHA ELECTION PHASE 7 VOTING (ETV Bharat)

ପଢନ୍ତୁ ନିର୍ବାଚନ ସମ୍ବନ୍ଧୀୟ ଅନ୍ୟ କିଛି ଖବର

ପ୍ରଚାରରେ ଲାଗିଲା ବିରାମ; ଦିନକ ପରେ ଶେଷ ପର୍ଯ୍ୟାୟ ଲଢେଇ

ଥମିଲା ପ୍ରଚାର: ବ୍ୟକ୍ତିଗତ ସ୍ତରକୁ ଖସିଲା ଆରୋପ-ପ୍ରତ୍ୟାରୋପ, ସାକ୍ଷୀ ରହିଲା କେନ୍ଦ୍ରାପଡା

2019ରେ କେଦାରନାଥ ଏବେ କନ୍ୟାକୁମାରୀ, ଧ୍ୟାନରେ ବସିବେ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details