ଓଡିଶା

odisha

ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେନି ଲାଲକୃଷ୍ଣ ଆଡଭାନୀ !

Lal Krishna Advani on Ram Mandir Pran Pratishtha: ଥଣ୍ଡା ପାଣିପାଗ ଯୋଗୁଁ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ନାହିଁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଅଧିକ ପଢନ୍ତୁ

Lal Krishna Advani
ଲାଲକୃଷ୍ଣ ଆଡଭାନୀ

By ETV Bharat Odisha Team

Published : Jan 22, 2024, 9:43 AM IST

ହାଇଦ୍ରାବାଦ:ଆଉ କିଛି ସମୟ ପରେ ଇତିହାସ ରଚିବ ଅଯୋଧ୍ୟା । ଆଜି କିଛି ସମୟ ପରେ ସାକାର ହେବ ଦେଶବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ଆଜି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ଏନେଇ ଉତ୍ସବମୁଖର ସାରା ଦେଶ । 12ଟା 29 ମନିଟ 8 ସେକେଣ୍ଡରୁ 12ଟା 30 ମିନିଟ 32 ସେକେଣ୍ଡ ମଧ୍ୟରେ ହେବ ପ୍ରାଣ ପ୍ରତିଷ୍ଠା । ଏହି ଉତ୍ସବରେ ସାମିଲ ହେବା ପାଇଁ ସାରା ବିଶ୍ବର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଥିବା ବେଳେ ଯୋଗ ଦେବେନି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ଭେଟେରାନ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ଥଣ୍ଡା ପାଗ ଯୋଗୁଁ ସେ ଅଯୋଧ୍ୟାକୁ ଯିବେ ନାହିଁ କି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରିବେ ନାହିଁ । ଆଡଭାନୀଙ୍କ ବୟସ 96 ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ : ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଆଡଭାନୀ

ପ୍ରକାଶଥାଉକି, ଆରଏସଏସ ଅଧିକାରୀ କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ଦେଇଥିଲେ । ଏହି ସମୟରେ ଲାଲକୃଷ୍ଣ ଆଡଭାନୀ କହିଥିଲେ, ଏଭଳି ଏକ ମହାନ ଉତ୍ସବରେ ଯୋଗ ଦେବା ଏକ ସୌଭାଗ୍ୟର ବିଷୟ ବୋଲି । ପ୍ରାଣପ୍ରତିଷ୍ଠା ପାଇଁ ପୂଜାପାଠ କେବଳ ଏକ ପ୍ରସଙ୍ଗ ନୁହେଁ ବରଂ ପବିତ୍ରତା ଏବଂ ଏହି ଦେଶର ସମ୍ମାନ ପ୍ରତିଷ୍ଠା ପାଇଁ ଏହା ଏକ ପ୍ରକାର ଉତ୍ସବ ଅଟେ ।

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ନିର୍ମାଣ ପାଇଁ ଭଗବାନ ମୋଦିଙ୍କୁ ଚୟନ କରିଥିଲେ: ଆଡଭାନୀ

ଅଯୋଧ୍ୟାର ପାଣିପାଗ:ସୂଚନା ଅନୁସାରେ, ସକାଳ 6ଟା ସମୟରେ ଅଯୋଧ୍ୟାର ତାପମାତ୍ରା 8ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । କିନ୍ତୁ ସମୟ ଅନୁସାରେ ତାପମାତ୍ରା ବୃଦ୍ଧି ପାଉଥିବା ଦେଖାଯାଇଛି । ତେବେ ଆଜି ଅଯୋଧ୍ୟାରେ ଥଣ୍ଡା ପାଗ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବନିମ୍ନ ତାପମାତ୍ରା 7ଡିଗ୍ରୀ ଏବଂ ସର୍ବୋଚ୍ଚ ତାପମାତ୍ରା 16 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details