ଓଡିଶା

odisha

Kolkata Rape Murder: କୋଲକାତା ଦୁଷ୍କର୍ମ-ହତ୍ୟାକୁ ନେଇ ଦିଲ୍ଲୀ ଜନ୍ତ୍ରରମନ୍ତରରେ ଡାକ୍ତରଙ୍କ ଗର୍ଜନ, ମୋଦିଙ୍କୁ ଦ୍ବିତୀୟ ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ ଦିଦି - Mamata Writes To PM Modi

By ETV Bharat Odisha Team

Published : Aug 31, 2024, 10:13 AM IST

Updated : Aug 31, 2024, 11:32 AM IST

Kolkata Rape Murder Case Mamata Wrote Second Letter to PM Modi: ଦୁଷ୍କର୍ମ ନିରୋଧୀ କଠୋର ଆଇନ ଆଣିବାକୁ ମୋଦିଙ୍କୁ ମମତା ଲେଖିଥିଲେ ଚିଠି । ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ନମିଳିବାକୁ ଦ୍ବିତୀୟ ଚିଠି ଲେଖି ଏହା ଉପରେ ଗୁରୁତ୍ବ ଦେବାକୁ କହିଲେ ଦିଦି । ସେପଟେ ଆଜି ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିଲ୍ଲୀ ଜନ୍ତରମନ୍ତରରେ ଡାକ୍ତରଙ୍କ ଧାରଣା । ଅଧିକ ପଢନ୍ତୁ

Kolkata doctor rape murder case
Kolkata doctor rape murder case (ANI)

ନୂଆଦିଲ୍ଲୀ:କୋଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜାରି ରହିଛି ଆନ୍ଦୋଳନ । ଆଜି ପୀଡିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ । ଏହାରି ମଧ୍ୟରେ ଦୁଷ୍କର୍ମ ନିରୋଧୀ କଠୋର ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପୂର୍ବରୁ ମଧ୍ୟ ସମାନ ପ୍ରସଙ୍ଗରେ ସେ ମୋଦିଙ୍କୁ ଚିଠି ଲେଖିଥିଲେ । କିନ୍ତୁ କୌଣସି ଉତ୍ତର ନମିଳିବାରୁ ଦ୍ବିତୀୟ ଥର ଚିଠି ଲେଖିଛନ୍ତି ମମତା ।

ପ୍ରଥମ ଚିଠିର ଉତ୍ତର ନମିଳିବାରୁ ମୋଦିଙ୍କୁ ମମତାଙ୍କ ଦ୍ବିତୀୟ ଚିଠି:

ମମତା ବାନାର୍ଜୀ ଦ୍ବିତୀୟ ଚିଠିରେ ଲେଖିଛନ୍ତି, '' ଅଗଷ୍ଟ 22 ରେ ଆପଣଙ୍କ ପାଖକୁ ଲେଖିଥିବା ଚିଠିକୁ ଆପଣ ମନେ ରଖିଥିବେ । ଯେଉଁଥିରେ ଦେଶରେ ବଢୁଥିବା ଦୁଷ୍କର୍ମ ପରି ଜଘନ୍ୟ ଅପରାଧ ଉପରେ ରୋକ ଲଗାଇବା ପାଇଁ କଠୋର ନିୟମ ଆଣିବା ଉପରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆପଣଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଲା ନାହିଁ । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତର ଦିଆୟାଇଥିଲା, କିନ୍ତୁ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହା ଯଥେଷ୍ଟ ନୁହେଁ। ମୁଁ ଅନୁଭବ କରୁଛି ଯେ ଏହି ବିଷୟ ଉପରେ ଅଧିକ ଗୁରୁତ୍ବ ଦିଆଯାଇ ନାହିଁ । ''

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କୁ ମମତାଙ୍କ ଚିଠି, ଦେଶରେ ଦୁଷ୍କର୍ମ ନିରୋଧୀ କଠୋର ଆଇନ ଆଣିବାକୁ ଦାବି - Mamata Writes To PM Modi

ଦୁଷ୍କର୍ମ ବିରୋଧରେ କଡା ଆଇନ ଅଣାଯାଉ:

ସେ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି, '' ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଦୁଷ୍କର୍ମ ବିରୋଧରେ କଡା ଆଇନ ଅଣାଯାଉ ଏବଂ ଏପରି ଜଘନ୍ୟ ଅପରାଧ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯିବା ଉଚିତ୍। ଦୁଷ୍କର୍ମ ମାମଲା ମଧ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶୁଣାଣି କରାଯିବା ଉଚିତ୍ । ମୁଁ ଆଶା କରୁଛି ଏହି ବିଷୟ ଉପରେ ଆପଣ ଗୁରୁତ୍ବ ଦେବେ । ''

ଜନ୍ତରମନ୍ତରରେ FAIMAର ଧାରଣ:

ସେପଟେ ନ୍ୟାୟ ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ । ଏନେଇ FAIMA ର ଉପାଧ୍ୟକ୍ଷ ତଥା AIIMS ନୂଆଦିଲ୍ଲୀର ଜଣେ ବରିଷ୍ଠ ଡାକ୍ତର ଶୁଭଙ୍କର ଦତ୍ତ କହିଛନ୍ତି, '' ଆଜି ଜନ୍ତର ମନ୍ତରରେ ଆମର ସହକର୍ମୀଙ୍କୁ ନ୍ୟାୟ ଦାବିରେ ଆମେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବୁ। ଏଥିସହ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କେନ୍ଦ୍ରୀୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ । ସମସ୍ତ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହେବାକୁ ମୁଁ ଅନୁରୋଧ କରୁଛି । ଆମେ ଦେଶର ଡାକ୍ତରଖାନାଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିବାକୁ ଆମେ ଦାବି କରୁଛୁ ।

Last Updated : Aug 31, 2024, 11:32 AM IST

ABOUT THE AUTHOR

...view details