ଓଡିଶା

odisha

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ, ବୁଧବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବ CBI - National Task Force Of Doctors

By ETV Bharat Odisha Team

Published : Aug 20, 2024, 12:33 PM IST

Updated : Aug 20, 2024, 1:43 PM IST

Kolkata case: ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ । ମାମଲା ଅତି ଗମ୍ଭୀର କହି ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ଖଣ୍ଡପୀଠ । ଅଧିକ ପଢନ୍ତୁ

କୋଲକାତା କାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଗଠନ ହେଲା ନ୍ୟାସନାଲ ଟାକ୍ସଫୋର୍ସ
କୋଲକାତା କାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ, ଗଠନ ହେଲା ନ୍ୟାସନାଲ ଟାକ୍ସଫୋର୍ସ (ETV Bharat Odisha)

ନୂଆଦିଲ୍ଲୀ:କୋଲକାତା କନିଷ୍ଠ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଭୀଷଣ ବର୍ଷିଛନ୍ତି । ଆଜି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ପ୍ରଥମ ଶୁଣାଣି କରି ମମତା ସରକାର, ପଶ୍ଚିମବଙ୍ଗ ପୋଲିସ ପ୍ରଶାସନକୁ କଡା ଭର୍ତ୍ସନା କରିଛନ୍ତି । ଏହା ସହ ସାରା ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଟାସ୍କଫୋର୍ସ ଗଠନ କରିବାକୁ ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା କେବଳ ଏକ ଅପରାଧ ନୁହେଁ ବରଂ ସମଗ୍ର ଦେଶରେ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷାର ପ୍ରସଙ୍ଗ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଏହା ସହ ପୀଡିତାଙ୍କ ସମ୍ପର୍କରେ ତଥ୍ୟ ପ୍ରଘଟ କରିବା ନେଇ ମଧ୍ୟ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋଲକାତା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲାରେ ପକ୍ଷ ରଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ଶୁଣାଣିରେ ଉପସ୍ଥିତ ଅଛନ୍ତି । 22 ତାରିଖ (ଗୁରୁବାର) ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ସିବିଆଇ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିବ ।

  • ଖଣ୍ଡପୀଠ ପଚାରିଥିବା କିଛି ପ୍ରଶ୍ନ:-
  • ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ
  • ମେଡିକାଲ କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷ କ’ଣ କରୁଥିଲେ?
  • ଠିକ୍ ସମୟରେ FIR ପଞ୍ଜିକୃତ ହୋଇନାହିଁ କାହିକି ?
  • କାହିଁକି ବଳମ୍ବରେ ମୃତଦେହ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା ?
  • ପୋଲିସ କଣ କରୁଥିଲା ?
  • ଗମ୍ଭୀର ଅପରାଧ ସତ୍ତ୍ବେ ମଧ୍ୟ ଆନ୍ଦୋଳନକାରୀ ହସ୍ପିଟାଲ ପରିସରରେ ପ୍ରବେଶ କରିବାକୁ କେମିତି ସକ୍ଷମ ହେଲେ ?
  • କାହିଁକି ଏତଲାରେ ବିଳମ୍ବ ହେଲା:-

ଘଟଣା ସମ୍ପର୍କରେ ଜଣାପଡିବା ପରେ କେତେବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସରେ ଏତଲା ଦାଏର କରିଥିଲେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ପୀଡିତାଙ୍କ ମୃତଦେହକୁ ତାଙ୍କ ପରିବାରକୁ ସାଢେ ତିନିଘଣ୍ଟା ବିଳମ୍ବରେ ଦେଖିବାକୁ ଦିଆଯାଇଥିଲା ବୋଲି କହି କୋର୍ଟ ଭର୍ତ୍ସନା କରିଥିଲେ । ପୀଡିତାଙ୍କ ପରିବାର କିମ୍ବା ସମ୍ପର୍କୀୟନ ଥିବା ବେଳେ ମେଡିକାଲ କଲେଜ କର୍ତ୍ତୃପକ୍ଷ କଣ କରିବା ଉଚିତ ଥିଲା ?ବିଳମ୍ବ କରି ହତ୍ୟାକାଣ୍ଡକୁ କଣ ଆତ୍ମହତ୍ୟାର ରୂପ ଦେବା ପାଇଁ ମେଡିକାଲ କଲେଜର ଅଧ୍ୟକ୍ଷ ଚାହୁଁଥିଲେ କି ?

  • ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ଉଦ୍ୟମ:-

ଏହା ସହ ଜଘନ୍ୟ ଅପରାଧ ଘଟିଥିବା ସ୍ଥାନକୁ ତଦନ୍ତ ପାଇଁ କାହିଁକି ସୁରକ୍ଷିତ ରଖାଗଲାନାହିଁ । ଏତେ ସଂଖ୍ୟାରେ ଉତ୍ୟକ୍ତ ଲୋକେ କିପରି ହସ୍ପିଟାଲ ପରିସରରେ ପ୍ରବେଶ କରି ଏହାକୁ ଭଙ୍ଗାରୁଜା କଲେ ଓ କ୍ରାଇମ ରି-କ୍ରିସଏସନ ଏବେ କିପରି ହେବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏତେସଂଖ୍ୟାରେ ଲୋକେ ହସ୍ପିଟାଲରେ ପ୍ରବେଶ କରି ଉପଦ୍ରବ କରିବା ପ୍ରଶ୍ନରେ ସଲିସେଟର ଜେନେରାଲ କୋଲକାତା ପୋଲିସର ସମ୍ପୃକ୍ତି କଥା ମଧ୍ୟ ସନ୍ଦେହଘେରକୁ ଆଣିଥିଲେ । ଏହା କଣ ପୋଲିସର ଅଗୋଚରରେ ସମ୍ଭବ କି ବୋଲି ସଲିସେଟର ଜେନେରାଲ ପ୍ରଶ୍ନ କରିଥିଲେ ।

  • 22 ରେ ପରବର୍ତ୍ତୀ ଶୁଣାଣି:-

ଗୁରୁବାର (22 ତାରିଖ) ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତରେ ହସ୍ତଗତ ହୋଇଥିବା ସମସ୍ତ ତଥ୍ୟ ଷ୍ଟାଟସ ରିପୋର୍ଟ ଜରିଆରେ ଦାଖଲ କରିବ । ରିପୋର୍ଟ ଆଧାରରେ ପରବର୍ତ୍ତୀ ଶୁଣାଣିରେ ନିଷ୍ପତ୍ତି ହେବ ।

  • କଣ କରିବ ଏହି ଜାତୀୟ ଟାସ୍କଫୋର୍ସ ?

ଟାସ୍କଫୋର୍ସ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ବିଚାର କରିବ । ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଲିଙ୍ଗଗତ ହିଂସାକୁ ରୋକିବା ଏବଂ ଇଣ୍ଟର୍ଣ୍ଣ, ରେସିଡେଣ୍ଟ ଏବଂ ନନ-ରେସିଣ୍ଡେଣ୍ଟ ଡାକ୍ତରଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟଖସଡା ନିଶ୍ଚିତ କରିବାକୁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶ ଅନ୍ୟ ଏକ ଦୁଷ୍କର୍ମ ଓ ହତ୍ୟା ମାମଲା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରିପାରିବ ନାହିଁ । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଜ୍ୟ ସରକାର ନିଶ୍ଚିତ କରିବା ଆବଶ୍ୟକ ।

  • ନ୍ୟାସନାଲ ଟାସ୍କଫୋର୍ସର ସଦସ୍ୟ

1. ଆଡମିରାଲ ଆର. ସରିନ ( ଜେନେରାଲ, ମେଡିକାଲ ସର୍ଭିସେସ୍ ନୌସେନା)2. ଡା. ନାଗେଶ୍ବର ରେଡ୍ଡୀ

3. ଡା. ଶ୍ରୀନିବାସ, ନିର୍ଦ୍ଦେଶକ, AIIMS ଦିଲ୍ଲୀ

4. ଡ।. ପ୍ରତିମା ମୂର୍ତ୍ତି, ନିମହାନ୍ସ ହସ୍ପିଟାଲ, ବାଙ୍ଗାଲୋର

5. ଡ।. ଗୋବର୍ଦ୍ଧନ ଦତ୍ତ ପୁରୀ, ଯୋଧପୁର AIIMS,

6 ସୋମିକରା ରାୱତ, ସଦସ୍ୟ,ଗଙ୍ଗାରାମ ହସ୍ପିଟାଲ, ଦିଲ୍ଲୀ

7. ପ୍ରଫେସର ଅନୀତା ସାକ୍ସେନା, କୁଳପତି

8 ପଲ୍ଲବୀ ସୈପାଲେ, ଜେ.ଜେ ଗ୍ରୁପ ଅଫ ହସ୍ପିଟାଲ

9. ଡା. ପଦ୍ମା ଶ୍ରୀବାସ୍ତବ, ନ୍ୟୁରୋଲୋଜୀ ବିଭାଗୀୟ ମୁଖ୍ୟ, ପାରସ ହସ୍ପିଟାଲ ଗୁଡଗାଓଁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2024, 1:43 PM IST

ABOUT THE AUTHOR

...view details