ନୂଆଦିଲ୍ଲୀ:ଦେଶର ରାଜଧାନୀରେ ଆଜିଠୁ ଆରମ୍ଭ ହୋଇଛି ରେଖା ରାଜ୍ । ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ଶାଲିମାର ବାଗ ଆସନରୁ ଜିତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାଜ୍ ପିନ୍ଧିଛନ୍ତି ରେଖା । ତେବେ ଜାଣିଛନ୍ତି କି କେତେ ସମ୍ପତ୍ତିର ମାଲିକାଣୀ ନୂଆଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ନାମାଙ୍କନ ଦାଖଲ ବେଳେ ଦେଇଥିବା ସମ୍ପତ୍ତି ତାଲିକା ହିସାବରେ ସେ ଏକ କୋଟି 25 ଲକ୍ଷ 73 ହଜାର 289 ଟଙ୍କାର ମାଲିକାଣୀ ।
ରେଖାଙ୍କ ସମ୍ପର୍କରେ:
ଛାତ୍ରୀ ଜୀବନରୁ ସେ ରାଜନୀତିରେ ରଖିଥିଲେ ପାଦ । ସୀଲା ଦିକ୍ଷିତ, ସୁଷମା ସ୍ବରାଜ, ଆତିଶୀ ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରେଖା ଗୁପ୍ତା । ସେ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ନେତ୍ରୀ ଭାବେ ଜଣାଶୁଣା । ଦିଲ୍ଲୀର ଶାଲିମାର ବାଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେ । 1974 ମସିହା ଜୁଲାଇ 19ରେ ହରିୟାଣାର ଜୁଲାନାରେ ଜନ୍ମ ହୋଇଥିବା ରେଖା ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଛନ୍ତି । ଏହାସହ କଳାରେ ମାଷ୍ଟର ଡିଗ୍ରୀ କରିଛନ୍ତି ।
ନାମାଙ୍କନ ବେଳେ ଦେଇଥିବା ସମ୍ପତ୍ତି ତାଲିକା ଅନୁସାରେ, ରେଖାଙ୍କ ସମ୍ପତ୍ତି 1 କୋଟି 25 ଲକ୍ଷ 73 ହଜାର 289 ଟଙ୍କା ଅଟେ । ତେବେ ତାଙ୍କର ମୋଟ ସମ୍ପତ୍ତି 3 କୋଟି 55 ଲକ୍ଷ ଅଟେ । ତାଙ୍କ ଉପରେ 48 ଲକ୍ଷ 44 ହଜାର 685 ଟଙ୍କାର ଋଣ ଅଛି ।
ଆୟକରରେ କେତେ ଦର୍ଶାଯାଇଛି ଆୟ ?
- 2023-24: 6,92,050 ଟଙ୍କା
- 2022-23: 4,87,850 ଟଙ୍କା
- 2021-22: 6,51,771 ଟଙ୍କା
- 2020-21: 6,07,910 ଟଙ୍କା
- 2019-2020: 5,89,710 ଟଙ୍କା
ରେଖାଗୁପ୍ତାଙ୍କ ରାଜନୈତିକ ଜୀବନ: