ଓଡିଶା

odisha

ETV Bharat / bharat

ଦିଲ୍ଲୀ ଅବକାରୀ ମାମଲାରେ EDକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, 100 କୋଟିରୁ 1100 କୋଟି ଟଙ୍କା କିପରି ହୋଇଗଲା ? - Delhi Liquor Policy - DELHI LIQUOR POLICY

Delhi Liquor Policy: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଉପରେ ଇଡି ଉପରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ପଚାରିଲେ ଏହି ପ୍ରଶ୍ନ

Delhi Liquor Policy
Delhi Liquor Policy (ETV Bharat)

By ETV Bharat Odisha Team

Published : May 7, 2024, 2:02 PM IST

Updated : May 7, 2024, 2:31 PM IST

ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତେବେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ତେବେ ବର୍ତ୍ତମାନ ଶୁଣାଣି ଶେଷ ହୋଇଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବେଲ୍ ମିଳିଲା ନାହିଁ । ନ୍ୟାୟିକ ହେପାଜତ ଅବଧିକୁ 20 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀ କୋର୍ଟ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରି କହିଛନ୍ତି, ପ୍ରକୃତ ବିଷୟକୁ ସାମ୍ନାକୁ ଆଣିବା ପାଇଁ ଦୁଇ ବର୍ଷ ସମୟ ଲାଗିଗଲା । ଏନେଇ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚକୁ କହିଛନ୍ତି ଇଲେକ୍ଟ୍ରୋନିକ୍ ପ୍ରମାଣ ନଷ୍ଟ କରି ହାଓ୍ବାଲା ଜରିଆରେ 100 କୋଟି ଟଙ୍କା ପଠାଯାଇଥିବା ଅଭିଯୋଗ ହୋଇଛି । ଇଡି ପକ୍ଷରୁ କୋର୍ଟରେ ଦାବି କରାଯାଇଥିଲା ଯେ, 36 ଜଣ ଲୋକ ପ୍ରାୟ 170 ରୁ ଅଧିକ ମୋବାଇଲ୍ ଫୋନ୍ ବଦଳାଇଛନ୍ତି ବା ପ୍ରମାଣ ନଷ୍ଟ କରିଛନ୍ତି । ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ଏହା ଏକ ଉପାୟ ଅଟେ ।

100ରୁ 1100 କୋଟି କିଭଳି ହେଲା: ଯାଞ୍ଚ ଏଜେନ୍ସିର ଦଲିଲ ଉପରେ ଜର୍ଜ କହିଛନ୍ତି, ଅପରାଧର ତାଲିକା 100 କୋଟି ରହିଛି । କିନ୍ତୁ ଘୋଟାଲା 1100 କୋଟି ଟଙ୍କା ବୋଲି କୁହାଯାଉଛି । ଏହା କିଭଳି ବଢିଲା? ତେବେ ଇଡି କୋର୍ଟରେ କେଜ୍ରିଓ୍ବାଲଙ୍କ ଯାଚିକାକୁ ବିରୋଧ କରି ତଦନ୍ତ ସମୟରେ ତାଙ୍କ ନାମ ଆସିଥିବା କଥା କହିଥିଲେ । ଏନେଇ ଲିସିଟର ଜେନେରାଲ ଏସ.ଭି ରାଜୁ କହିଛନ୍ତି, ଏହି ମାମଲାରେ ହୋଲସେଲର 590 କୋଟି ଟଙ୍କା ଲାଭ ପାଇଛନ୍ତି । ଏହା ପରେ ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ସମଗ୍ର ଲାଭ ଅପରାଧର ଆୟ ନୁହେଁ ଏବଂ ପ୍ରାୟ 338 କୋଟି ଟଙ୍କା ପାର୍ଥକ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ: 'କେଜ୍ରିଓ୍ବାଲଙ୍କ ଗିରଫଦାରୀ ବୈଧ' ସୁପ୍ରିମକୋର୍ଟରେ EDର ସତ୍ୟପାଠ - ED Affidavit In Supreme Court

କାହିଁକି ଦୁଇ ବର୍ଷ ସମୟ ଲାଗିଲା?: ଅତିରିକ୍ତ ସଲିସିଟର ଜେନେରାଲ କହିଛନ୍ତି ଯେ, ଯେତେବେଳେ ତଦନ୍ତ ଆରମ୍ଭ ହୋଇଥିଲା, ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଧ୍ୟାନ ଦିଆଯାଇ ନଥିଲା । ପ୍ରଥମେ ତାଙ୍କ ସହ ଜଡିତ କୌଣସି ପ୍ରଶ୍ନ ପଚରାଯାଇ ନଥିଲା, କିନ୍ତୁ ଅନୁସନ୍ଧାନ ଅଗ୍ରଗତି କଲାବେଳେ କେଜ୍ରିୱାଲଙ୍କ ଭୂମିକା ସାମ୍ନାକୁ ଆସିଥିଲା । ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାର ତଦନ୍ତ କରିବା ପାଇଁ 2 ବର୍ଷ ସମୟ ଲାଗିଛି । କିନ୍ତୁ ଏହା କହିବା ଠିକ ହେବା ନାହିଁ ଯେ, ଅନୁସନ୍ଧାନକାରୀ ସଂସ୍ଥାକୁ କାହିଁକି 2 ବର୍ଷ ସମୟ ଲାଗିଲା । ଗୋଆରେ ନିର୍ବାଚନ ସମୟରେ କେଜ୍ରିଓ୍ବାଲ ରାଜ୍ୟର 7ଟି ତାରକା ହଟେଲରେ ରହିଛନ୍ତି । ତାଙ୍କଠାରୁ ନଗଦ ଟଙ୍କା ନେଇଥିବା ବ୍ୟକ୍ତି ତାଙ୍କ ଖର୍ଚ୍ଚ ବହନ କରିଛନ୍ତି ।

ଯାଞ୍ଚରେ କାହିଁକି ବିଳମ୍ବ ହେଉଛି:ଜଷ୍ଟିସ ଖାନ୍ନା ରାଜୁଙ୍କୁ କହିଛନ୍ତି, କାହିଁକି ଏଜେନ୍ସି ତଦନ୍ତରେ ବିଳମ୍ବ ହେଉଛି ଏହା ହେଉଛି ମୁଖ୍ୟ ମୁଦ୍ଦା । ପଚରାଉଚରା କାହିଁକି ଏତେ ସମୟ ନେଇଗଲା ଏବଂ କାହିଁକି ପ୍ରତ୍ୟକ୍ଷ ପ୍ରଶ୍ନ କିମ୍ବା ପ୍ରାସଙ୍ଗିକ ପ୍ରଶ୍ନ ପଚରାଗଲା ନାହିଁ? ଏନେଇ ରାଜୁ ପ୍ରତିଉତ୍ତରରେ କହିଛନ୍ତି, ମାମଲା ବୁଝିବା ପାଇଁ ସମୟ ଲାଗିଥାଏ ଏବଂ ଅଭିଯୁକ୍ତ କେଉଁ ପ୍ରକାରର ଷଡଯନ୍ତ୍ର କରିଥିଲେ ତାହା ଅନୁସନ୍ଧାନକାରୀ ଜାଣିବାକୁ ଚାହାଁନ୍ତି ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, କେଜ୍ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଉପରେ ବିଚାର କରାଯିବ । କାରଣ ନିର୍ବାଚନ ପାଖେଇ ଆସୁଛି । କେବଳ ଏତିକି ନୁହେଁ, କେଜ୍ରିୱାଲ ଅଭ୍ୟାସଗତ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଜଡିତ ନୁହଁନ୍ତି । ଏଥିସହିତ ଇ଼ଡି କହିଛି ଯେ, ଇଡି ସମନର ଜବାବ ଦେବା ପାଇଁ କେଜ୍ରିଓ୍ବାଲ 6ମାସ ସମୟ ନଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 7, 2024, 2:31 PM IST

ABOUT THE AUTHOR

...view details