ଓଡିଶା

odisha

ETV Bharat / bharat

ଛାତ୍ରଛାତ୍ରୀଙ୍କୁ ବିମାନରେ ଆଣି ହାଇଦ୍ରାବାଦ ବୁଲାଇଲେ ଶିକ୍ଷକ, ନିଜ ପକେଟରୁ ଖର୍ଚ୍ଚ କଲେ ଅଢେଇ ଲକ୍ଷ - KARNATAKA TEACHER SETS EXAMPLE

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଶିକ୍ଷକଙ୍କ ନିଆରା ପ୍ରୟାସ । ନିଜ ପକେଟରୁ ଖର୍ଚ୍ଚ କରି ବିମାନ ଯୋଗେ ହାଇଦ୍ରାବାଦ ବୁଲାଇଲେ ଶିକ୍ଷକ ।

Karnataka Teacher Sets Example
Karnataka Teacher Sets Example (ETV Bharat)

By ETV Bharat Odisha Team

Published : Nov 8, 2024, 6:20 PM IST

ବେଙ୍ଗାଲୁରୁ: ଶିକ୍ଷକଙ୍କ ଅଭିନବ ପ୍ରୟାସ । ନିଜ ଖର୍ଚ୍ଚରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବାହାର ରାଜ୍ୟ ବୁଲାଇବାକୁ ନେଇଛନ୍ତି । ସ୍କୁଲ ଆସିବାକୁ ପ୍ରୋତ୍ସାହନ ୟୋଗାଇ ଦେବାକୁ ଏଭଳି ପ୍ରୟାସ କରିଛନ୍ତି କର୍ଣ୍ଣାଟକ ସ୍ଥିତ ସୋନାଟ୍ଟୀ ସରକାରୀ ସ୍କୁଲର ଶିକ୍ଷକ ପ୍ରକାଶ ଦେୟରନୱର ।

ନିଜସ୍ବ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ ବୁଲାଇଲେ:

ସବୁଠୁ ବଡ଼ କଥା ହେଉଛି କର୍ଣ୍ଣାଟକରୁ ହାଇଦ୍ରାବାଦକୁ ଫ୍ଲାଇଟ୍ ଯୋଗେ ଆସିଛନ୍ତି ଛାତ୍ରଛାତ୍ରୀ । ଆଉ ଟିକେଟ୍ ବାବଦକୁ ସମସ୍ତ ଖର୍ଚ୍ଚ ଶିକ୍ଷକ ହିଁ ବହନ କରିଛନ୍ତି । ଗତକାଲି (ଗୁରୁବାର) ଅର୍ଥାତ୍ 7 ତାରିଖ ଦିନ 17 ଜଣ ଛାତ୍ରଛାତ୍ରୀଙ୍କ ସହ ହାଇଦ୍ରାବାଦରେ ପହଞ୍ଚିଥିଲେ ଶିକ୍ଷକ । ଆଉ ଅଭିଭାବକମାନେ ମଧ୍ୟ ବେଶ ଉତ୍ସାହର ସହ ପିଲାମାନଙ୍କୁ ପଠାଇଥିଲେ।

Karnataka Teacher Sets Example (ETV Bharat)

ଇଟିଭି ଭାରତରେ ପ୍ରତିକ୍ରିୟା ରଖି ଶିକ୍ଷକ ଜଣ ପ୍ରକାଶ ଦେୟରନୱର କହିଛନ୍ତି, ଗ୍ରାମୀଣ ଅଞ୍ଚଳରେ ଶିକ୍ଷା ଉପରେ ସେତେଟା ଗୁରୁତ୍ବ ଦିଆଯାଉନଥିଲା । ତେଣୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହୁଥିଲା । ଯାହାକୁ ନଜରରେ ରଖି ପିଲାମାନଙ୍କୁ ବିମାନ ଯାତ୍ରା କରାଇବାର ନିଷ୍ପତ୍ତି ନେଲି । ଆଉ ତା'ପରେ କ୍ଲାସରେ ପିଲାଙ୍କ ଉପସ୍ଥିତି ବଢିବାରେ ଲାଗିଲା । ସେବେଠାରୁ ନିୟମିତ ଭାବେ ସ୍କୁଲ ଆସୁଥିବା 17 ଛାତ୍ରଛାତ୍ରୀଙ୍କୁ ବିମାନ ଯୋଗେ ହାଇଦ୍ରାବାଦ ଭ୍ରମଣ ପାଇଁ ନିଆଯାଉଛି ।

ହାଇଦ୍ରାବାଦ ଯାତ୍ରା ପାଇଁ ଖର୍ଚ୍ଚ ହୋଇଛି ଅଢେଇ ଲକ୍ଷ:

Karnataka Teacher Sets Example (ETV Bharat)

ଛାତ୍ରଛାତ୍ରୀମାନେ ବିମାନ ଯୋଗେ ହାଇଦ୍ରାବାଦ ଆସିଥିବାବେଳେ ଏହି ଟୁର୍ ପାଇଁ ପାଖାପାଖି 2.50ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଆଉ ନିଜ ପକେଟରୁ ଏହି ଖର୍ଚ୍ଚ ବହନ କରିଛନ୍ତି ସେମାନଙ୍କର ଶିକ୍ଷକ ପ୍ରକାଶ ଦେୟାନାୱାରା । ନିୟମିତ ସ୍କୁଲ ଆସୁଥିବା 17 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଗଲା । ଆଉ ସେମାନଙ୍କୁ ହାଇଦ୍ରାବାଦ ଭ୍ରମଣ ପାଇଁ ଅଣାଗଲା । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟି, ଚାରମିନାର, ଗୋଲକୋଣ୍ଡା ଫୋର୍ଟ ଓ ସାଲାର ଜଙ୍ଗ ମ୍ୟୁଜିୟମ ବୁଲିବାର ଯୋଜନା ରହିଥିଲା ।

Karnataka Teacher Sets Example (ETV Bharat)

ପ୍ରଥମ ଥର ବିମାନ ବୁଲି ଖୁସି ଛାତ୍ରଛାତ୍ରୀ:

ସେପଟେ ପ୍ରଥମ ଥର ବିମାନରେ ବସି ବେଶ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ସଂସ୍କୃତି ପଟାରା ନାମକ ଜଣେ ଛାତ୍ରୀ କହିଛନ୍ତି, "ଯେତେବେଳେ ଆକାଶରେ ବିମାନ ଉଡୁଥିବାର ଦେଖୁଥିଲି ମୋର ବି ଇଚ୍ଛା ହେଉଥିଲା ସେଥିରେ ବସିବାକୁ । ଆଉ ଏହି ଇଚ୍ଛା ପ୍ରକାଶ ସାର୍ ପୂରା କରିଛନ୍ତି । ଏଥିପାଇଁ ଆମେ ବହୁତ ଖୁସି ।"ଅନ୍ୟ ଜଣେ ଶିକ୍ଷକ ରମେଶ ଗୋନି କହିଛନ୍ତି, "5 ବର୍ଷ ପୂର୍ବରେ ଏହି ସ୍କୁଲ ପଛୁଆ ରହିଥିଲା । ଏବେ ତାଙ୍କର ଏଭଳି ପରିଶ୍ରମ ପାଇଁ ବିକାଶ ହୋଇପାରିଛି ।"

ଏହା ବି ପଢନ୍ତୁ...ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଦାନ୍ୟତା; ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯାତ୍ରା

ABOUT THE AUTHOR

...view details