ଓଡିଶା

odisha

By ETV Bharat Odisha Team

Published : Feb 12, 2024, 10:31 PM IST

ETV Bharat / bharat

ରାମାୟଣ ଓ ମହାଭାରତକୁ କାଳ୍ପନିକ କହି ଶିକ୍ଷକ ନିଲମ୍ବିତ

Karnataka Convent School: ରାମାୟଣ ଓ ମହାଭାରତକୁ କାଳ୍ପନିକ କହି ପିଲାଙ୍କୁ ପଢାଇବା ପଡିଲା ମହଙ୍ଗା । ଶିକ୍ଷକ ନିଲମ୍ବିତ । ଅଧିକ ପଢନ୍ତୁ

ରାମାୟଣ ଓ ମହାଭାରତକୁ କାଳ୍ପନିକ କହି ଶିକ୍ଷକ ନିଲମ୍ବିତ
ରାମାୟଣ ଓ ମହାଭାରତକୁ କାଳ୍ପନିକ କହି ଶିକ୍ଷକ ନିଲମ୍ବିତ

ବେଙ୍ଗାଲୁରୁ: ରାମାୟଣ ଓ ମହାଭାରତକୁ କାଳ୍ପନିକ କଥାବସ୍ତୁ ବୋଲି ପିଲାଙ୍କୁ ଶିକ୍ଷାଦେବା ଜଣେ ସରକାରୀ ଶିକ୍ଷକଙ୍କ କ୍ଷେତ୍ରରେ ମହଙ୍ଗା ସାବ୍ୟସ୍ତ ହୋଇଛି । କ୍ଲାସରେ ଏପରି ମନ୍ତବ୍ୟ ରଖିଥିବା କର୍ଣ୍ଣାଟକର ମାଙ୍ଗାଲୋରରେ ଜଣେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହି ଶିକ୍ଷକ ଜଣକ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ପିଲାଙ୍କୁ ବୁଝାଉଥିବା ବେଳେ ପୌରାଣିକ କଥାବସ୍ତୁକୁ ଭ୍ରମ ଓ କାଳ୍ପନିକ ବୋଲି କହିଥିଲେ । ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମଧ୍ୟ କିଛି ବିବାଦୀୟ ଟିପ୍ପଣୀ ପିଲାଙ୍କ ସମ୍ମୁଖରେ ରଖିଥିବା ଅଭିଯୋଗ ହୋଇଥିଲା । ବିଜେପି ଓ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟମାନେ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ ଡାକରା ଦେବା ପରେ ତାଙ୍କୁ ଦାୟିତ୍ବରୁ ହଟାଯାଇଛି ।

ଅଭିଯୋଗ ଅନୁସାରେ, ମାଙ୍ଗାଲୋରରେ ଥିବା ଘରୋଇ ଇଂରାଜୀ ଏଚଆର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ପିଲାଙ୍କୁ ପଢାଇବା ବେଳେ କ୍ଲସରେ ଏହି ବିବାଦୀୟ ଟିପ୍ପଣୀ ରଖିଥିଲେ । ମହାଭାରତ ଏବଂ ରାମାୟଣ ପରି ପୌରାଣିକ କଥାବସ୍ତୁ କେବଳ କାଳ୍ପନିକ ବୋଲି ସେ କହିଥିଲେ । ସେହିପରି 2002 ଗୋଧ୍ରା ଦଙ୍ଗା ଓ ବିଲକିସ ବାନୋ ଗଣଦୁଷ୍କର୍ମ ପରି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାକୁ ସମାଲୋଚନା କରିଥିଲେ ।

ଏସମ୍ପର୍କରେ ସୂଚନା ମିଳିବା ପରେ ବିଜେପି ବିଧାୟକ ବେଦାସ କାମାଥଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଥିଲେ । ଏପରି ଶିକ୍ଷାଦାନ ପିଲାଙ୍କ ମଧ୍ୟରେ ଭ୍ରମ ଓ ହିଂସା ସୃଷ୍ଟି କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ । ତୁରନ୍ତ ଏହି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିବା ପାଇଁ ଦାବି କରିଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକରେ ପୂର୍ବରୁ ମଧ୍ୟ କ୍ୟାମ୍ପସ ବିଶୃଙ୍ଖଳା ଓ ଶିକ୍ଷାନୁଷ୍ଠାନରେ ଧାର୍ମିକ ବିବାଦ କାରଣରୁ ଉତ୍ତେଜନା ସୃଷ୍ଟି ହେବାର ନଜିର ରହିଛି । ବର୍ଷ 2022 ରେ ହିଜାବ ବିବାଦ କର୍ଣ୍ଣାଟକରେ ଚରମ ସୀମାରେ ପହଞ୍ଚିଥିଲା । ସ୍କୁଲକୁ ହିଜାବ ପରିଧାନ କରିଆସୁଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରୀଙ୍କୁ ମନା କରାଯିବା ପରେ ହିଂସା ଦେଖାଯାଇଥିଲା । ଏହି ମାମଲାଟି କୋର୍ଟଙ୍କ ରାୟ ଆସିବା ପରେ ସାମାନ୍ୟ ଥଣ୍ଡା ପଡିଥିଲା । ଏବେ ପୁଣି ଜଣେ ସରକାରୀ ଶିକ୍ଷକ ପିଲାଙ୍କୁ ଏପରି ଶିକ୍ଷାଦାନ କରିବା ଉତ୍ତେଜନା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details