ଲକ୍ଷ୍ନୌ: ହିନ୍ଦୁ ରୀତିନୀତି ଅନୁସାରେ ବିବାହ ପାଇଁ କନ୍ୟାଦାନ ପରମ୍ପରା ଜରୁରୀ ନୁହେଁ । ଏଭଳି ଚକିତ କରିବା ଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ । ସୂଚନା ଅନୁଯାୟୀ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକକ ଖଣ୍ଡପୀଠ ଏଭଳି ମତ ଦେଇଛନ୍ତି । ଆଶୁତୋଷ ଯାଦବ ନାମକ ଜଣେ ଯାଚିକାକର୍ତ୍ତାଙ୍କ ଦ୍ବାରା ଦାୟର କରାଯାଇଥିବା ଅପରାଧିକ ପୁନର୍ବିଚାର ପିଟିସନର ଶୁଣାଣି କରି ଜଷ୍ଟିସ୍ ସୁଭାଷ ବିଦ୍ୟାର୍ଥୀ ଏହା କହିଛନ୍ତି ।
ଯାଚିକା କର୍ତ୍ତା ଆଶୁତୋଷ ଯାଦବ ବିବାହ ଜନିତ ଏକ ଫୌଜଦାରୀ ମାମଲାରେ ଜଣେ ସାକ୍ଷୀଙ୍କୁ ପୁନଃ ସମନ କରିବା ପାଇଁ ଆବେଦନ କରିଥିଲେ । ଟ୍ରାଏଲ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଯାହା ପରେ ଏହା ବିରୁଦ୍ଧରେ ଆଶୁତୋଷ ହାଇକୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟରେ ସେ ଦଲିଲ ରଖିଥିଲେ ଯେ ତାଙ୍କ ପତ୍ନୀଙ୍କ କନ୍ୟାଦାନ ହୋଇଛି ନା ନାହିଁ ଏହାକୁ ପ୍ରମାଣିତ କରିବା ପାଇଁ ବିବାହରେ ସାମିଲ ଥିବା ସାକ୍ଷୀଙ୍କୁ ତଥା ମାମଲାର ବାଦୀଙ୍କୁ ମଧ୍ୟ ସମନ କରାଇବାର ଆବଶ୍ୟକ ରହିଛି ।
ଏହା ମଧ୍ୟ ପଢନ୍ତୁ...ରାଜସ୍ଥାନରେ ନିଆରା ବିବାହ: ଏକା ସଙ୍ଗରେ ବିବାହ କଲେ ୧୭ ଭାଇ ଭଉଣୀ - MARRIAGE OF 17 SIBLINGS IN BIKANER