ଓଡିଶା

odisha

ETV Bharat / bharat

କେବଳ କଙ୍ଗନା ନୁହେଁ, ସର୍ବ ସମ୍ମୁଖରେ ଚାପୁଡା ଖାଇଛନ୍ତି ଏହି ନେତା - politics slap scandals

politics slap scandals: ଚଣ୍ଡିଗଡ଼ ବିମାନ ବନ୍ଦରରେ ବିଜେପି ସାଂସଦ କଙ୍ଗନା ରାନାୱତଙ୍କ ସହ ଚାପୁଡ଼ା ମାରିବା ଘଟଣା ସାରା ଦେଶରେ ନିନ୍ଦା କରାଯାଉଛି । ଚାପୁଡ଼ା ମାରିବା ଅଭିଯୋଗରେ ସିଏସ୍ଏଫ୍ ମହିଳା ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ତେବେ ପଢନ୍ତୁ କେଉଁ ନେତା ସର୍ବ ସମ୍ମୁଖରେ ମାଡ ଖାଇଛନ୍ତି ।

politics slap scandals
politics slap scandals (ETV Bharat Odisha)

By ETV Bharat Odisha Team

Published : Jun 7, 2024, 11:47 AM IST

Updated : Jun 7, 2024, 12:07 PM IST

ଶିମଲା: ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନବନିର୍ବାଚିତ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ଚାପୁଡା ଘଟଣା ବର୍ତ୍ତମାନ ସାରା ଦେଶେରେ ଆଲୋଡନ ସୃଷ୍ଟି କରିଛି । ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଏସ୍ଏଫ୍ ମହିଳା ଯବାନ କଙ୍ଗନାଙ୍କୁ ଚାପୁଡା ମାରିଥିଲେ । ସୂଚନା ଅନୁସାରେ, ସିଏସଏଫ ମହିଳା ଯବାନ କୁଳବିନ୍ଦର କୌର ଯାଞ୍ଚ କରିବା ସମୟରେ ସେ କଙ୍ଗନା ଉପରକୁ ହାତ ଉଠାଇଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବଲିଉଡ ଷ୍ଟାର ତଥା ନବନିର୍ବାଚିତ ସାଂସଦଙ୍କ ଉପରୁ ହାତ ଉଠାଇବା ଘଟଣା ବର୍ତ୍ତମାନ ସାରା ଦେଶରେ ହେଡଲାଇନରେ ରହିଛି । ତେବେ କଙ୍ଗନା ଭଳି ନେତ୍ରୀ ମାଡ ଖାଇବା କୌଣସି ନୂଆ କିମ୍ବା ପ୍ରଥମ ଘଟଣା ନୁହେଁ, କଙ୍ଗନାଙ୍କ ପୂର୍ବରୁ ମଧ୍ୟ ଅନେକ ନେତା ସର୍ବ ସମ୍ମୁଖରେ ଚାପୁଡା ଖାଇଛନ୍ତି ।

କଙ୍ଗନା ରଣାଓ୍ବତ (@KANGANARANAUT)

କଙ୍ଗନା ରଣାଓ୍ବତ: ବିମାନବନ୍ଦରରେ ଚାପୁଡା ମରାକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି କଙ୍ଗନା ରଣାଓ୍ବତ । ସେ ଏକ ଭିଡିଓ ଜାରି କରି ଏହାର ସୂଚନା ଦେଇଛନ୍ତି । କଙ୍ଗନା କହିଛନ୍ତି, "ଏହି ଘଟଣାକୁ ନେଇ ମୋର ଶୁଭେଚ୍ଛୁମାନେ ଚିନ୍ତା ପ୍ରକଟ କରୁଛନ୍ତି । ଲଗାତାର ମୋତେ କଲ୍ ଆସୁଛି । ଏହି ପ୍ରସଙ୍ଗରେ ମୁ ସମସ୍ତଙ୍କୁ କହିବାକୁ ଚାହେଁଯେ, ମୁଁ ସମ୍ପୁର୍ଣ୍ଣ ସୁରକ୍ଷିତ ଏବଂ ଭଲ ଅଛି । ଚଣ୍ଡିଗଡ ବିମାନ ବନ୍ଦରରେ ଏହି ଘଟଣା ଘଟିଛି । ଯାଞ୍ଚ ହେବା ପରେ ମୁଁ ବାହାରକୁ ଆସିବା ମାତ୍ରେ ଉକ୍ତ ସମୟରେ କ୍ୟାବିନରେ ଏକ ସିଏସଏଫ ମହିଳା ଯବାନ ରହିଥିଲେ । ମୁଁ ବାହାରକୁ ଯିବାକୁ ଚେଷ୍ଟା କରିବା ସମୟରେ ସେ ପାର୍ଶ୍ୱରୁ ଆସି ମୋ ମୁହଁକୁ ଆଘାତ ଦେଇଥିଲେ । ସେ ମୋତେ ଦୁର୍ବ୍ୟବହାର କରିବା ଆରମ୍ଭ କଲେ ତେଣୁ ମୁଁ ତାଙ୍କୁ ପଚାରିଲି ସେ କାହିଁକି ଏପରି କରୁଛନ୍ତି । ଏହାପରେ ସେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା କଥା କହିଥିଲେ । କିନ୍ତୁ ମୁଁ ଏତିକି କହିବି ମୁଁ ସୁରକ୍ଷିତ ଅଛି, ଆପଣମାନେ ଚିନ୍ତା କରନ୍ତୁ ନାହିଁ । "

ଅରବିନ୍ଦ କେଜ୍ରିଓ୍ବାଲ (@ARVIND KEJRIWAL)

ଅରବିନ୍ଦ କେଜ୍ରିଓ୍ବାଲ:ତେବେ ଜଣେ ନବନିର୍ବାଚିତ ବିଧାୟକଙ୍କୁ ଚାପୁଡା ମାରିବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସର୍ବ ସମ୍ମୁଖରେ ଚାପୁଡା ଖାଇଥିଲେ । 2014 ନିର୍ବାଚନ ପ୍ରଚାର ସମୟରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ରୋଡ ସୋରେ ଚାପୁଡା ମାରିଥିଲା । ଜଣ ଅଟୋ ଡ୍ରାଇଭର ତାଙ୍କୁ ମାଡ ମାରିଥିଲେ । ଏହି ଘଟଣା ପରେ ଅରବିନ୍ଦ କେଜ୍ରିୱାଲ ସୁଲତାନପୁରୀର କିରାଡୀ ଅଞ୍ଚଳରେ ଲାଲୀ କୁମାର ନାମକ ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚି ତାଙ୍କ ସହ କଥା ହୋଇଥିଲେ । କିରାଡୀରେ ରୋଡ ସୋ କରିବା ସମୟରେ ଅଟୋ ଡ୍ରାଇଭର ଲାଲୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫୁଲମାଳ ପିନ୍ଧାଇବା ପରେ ଏକ ଚାପୁଡା ମାରିଥିଲା ।

କହ୍ନେୟା କୁମାର (ETV Bharat Odisha)

କହ୍ନେୟା କୁମାର:ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ ଏହି ଅଭିଯାନରେ ଉତ୍ତର ପୂର୍ବ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ଘୋଣ୍ଡା ବିଧାନସଭହା ଆସନରେ ଚାପୁଡା ଖାଇଥିଲେ । ଫୁଲମାଳ ପିନ୍ଧାଇବା ପରେ ତାଙ୍କୁ ଚାପୁଡା ମରାଯାଇଥିଲା । ଏହାପରେ କହ୍ନେୟାଙ୍କ ସମର୍ଥକ ତାଙ୍କୁ ନିର୍ଦ୍ଦୁମ ମାଡ ମାରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଚାପୁଡା, ମହିଳା ଯବାନ ସସପେଣ୍ଡ - Kangana Ranaut Slapped By Woman

ହାର୍ଦ୍ଦିକ ପଟେଲ: ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ଗୁଜୁରାଟର ଜଣେ ଯୁବ ନେତା ହାର୍ଦ୍ଦିକ ପଟେଲଙ୍କୁ ଏପ୍ରିଲ 19ରେ ଏକ ସାଧାରଣ ସଭାରେ ଚାପୁଡ଼ା ମରାଯାଇଥିଲା । ଗୁଜୁରାଟର ସୁରେନ୍ଦ୍ର ନଗର ଲୋକସଭା ଆସନ ପାଇଁ ଏକ ରାଲିରେ ହାର୍ଦ୍ଦିକ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ଯକ୍ତି ଭିଡ଼ ଭିତରୁ ତାଙ୍କୁ ଚାପୁଡା ମାରିଥିଲା । ଏହାପରେ ସମର୍ଥକମାନେ ଉକ୍ତ ବ୍ୟକ୍ତିକୁ କାବୁ କରି ମାଡ ମାରିଥିଲେ । ପରେ ତାଙ୍କୁ ପୋଲିସ ହସ୍ତାନ୍ତର କରାଯାଇଥିଲା।

ଶରଦ ପାଓ୍ବାର (ETV Bharat Odisha)

ଶରଦ ପାଓ୍ବାର: 2011 ମସିହାରେ ଶରଦ ପାୱାର କେନ୍ଦ୍ର କୃଷି ମନ୍ତ୍ରୀ ରହିଥିବା ବେଳେ ସେ ମାଡ ଖାଇଥିଲେ । IFFCO ର ଏକ ସାହିତ୍ୟିକ କାର୍ଯ୍ୟକ୍ରମରୁ ବାହାରକୁ ଆସି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବା ବେଳେ ଜଣେ ବ୍ୟକ୍ତି ଗାଲକୁ ଚାପୁଡା ମାରିଥିଲେ । ତେବେ ମାଡ ମାରିବା ପରେ ଉକ୍ତ ବ୍ୟକ୍ତି କହିଥିଲେ, ମୁଁ କୃଷି ମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ପାଇଁ ଯୋଜନା ନେଇ ଏଠାକୁ ଆସିଥିଲି, ସମସ୍ତେ ଦୁର୍ନୀତିଗ୍ରସ୍ତ ।

ଦେଶର ଅନ୍ୟାନ୍ୟ ରାଜ୍ୟରେ ଏଭଳି ଘଟଣା ଅନେକ ଥର ଘଟୁଛି । ଜନପ୍ରତିନିଧୀମାନଙ୍କ ଉପରେ ଅସନ୍ତୋଷ ଖବର ପ୍ରାୟତଃ ସାମ୍ନାକୁ ଆସୁଛି । କିନ୍ତୁ କଙ୍ଗନା ରାନାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଅଲଗା ଅଟେ । କାରଣ ଏଠାରେ କୌଣସି ସାଧାରଣ ଲୋକ ନୁହନ୍ତି ବରଂ ଜଣେ ସିଏସଅଫ ଯବାନ ତାଙ୍କୁ ମାଡ ମାରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2024, 12:07 PM IST

ABOUT THE AUTHOR

...view details