ହାଇଦ୍ରାବାଦ:ଝାଡ଼ଖଣ୍ଡରେସରାକାର ଗଠନ ହେଲା, ବିଧାୟକ ଆସିଲେ ହାଇଦ୍ରାବାଦ । ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଜେଏମଏମ୍ ନେତା ଚମ୍ପଇ ସୋରେନ ଶପଥ ନେବା ପରେ ପରେ ରାଞ୍ଚିରୁ ହାଇଦ୍ରାବାଦ ଯାତ୍ରା କଲେ ଜେଏମଏମ ଏବଂ କଂଗ୍ରେସ ବିଧାୟକ। ଘୋଡା ବେପାର ଭୟ ଆଶଙ୍କାରେ ମେଣ୍ଟ ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନନ୍ତର କରାଯାଇଥିବା ଚର୍ଚ୍ଚା ହେଉଛି । ତେଲେଙ୍ଗାନାରେ କ୍ଷମତାରେ ଅଛି କଂଗ୍ରେସ ପାର୍ଟି । ଝାଡ଼ଖଣ୍ଡର ମହାମେଣ୍ଟ ସରକାରର ବିଧାୟକମାନଙ୍କୁ ଘୋଡ଼ା ବେପାରରୁ ବଞ୍ଚାଇବା ପାଇଁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ସୀଙ୍କୁ ଦିଆଯାଇଛି ଗୁରୁ ଦାୟିତ୍ୱ ।
ଝାଡ଼ଖଣ୍ଡରେ ଶପଥ ନେଇଛି ମେଣ୍ଟ ସରକାର, ହେଲେ ଏବେ ବି ଟଳିନି ରାଜନୈତିକ ସଙ୍କଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନକୁ ଆଜି 5 ଦିନିଆ ରିମାଣ୍ଡରେ ନେଇଛି ଇଡି । ଗତ ଗୁରୁବାର ଦିନ ସୋରେନକୁ ଗିରଫ କରିଥିଲା ଇଡି । ସୋରେନଙ୍କ ଇସ୍ତଫା ପରେ ଜେଏମଏମ ନେତୃତ୍ବାଧୀନ ମହାମେଣ୍ଟର ବିଧାୟକ ଦଳ ନେତା ଭାବେ ଚମ୍ପଇ ସୋରେନ ନିର୍ବାଚିତ ହୋଇଥିଲେ । ସରକାର ଗଠନ ପାଇଁ ଚମ୍ପଇ ଦୁଇ ଦୁଇ ଥର ରାଜ୍ୟ ପାଳଙ୍କୁ ଭେଟିବା ପରେ ମଧ୍ୟ ରାଜ୍ୟପାଳ କାହାରିକୁ ନିମନ୍ତ୍ରଣ କରିନଥିଲେ । ତେବେ ଗତକାଲି(ଗୁରବାର) ରାତିରେ ରାଜ୍ୟପାଳ, ସରକାର ଗଠନ ପାଇଁ ଚମ୍ପିଇ ସୋରେନଙ୍କୁ ନିମନ୍ତ୍ରଣ କରିଥିଲେ। ଝାଡଖଣ୍ଡ ବିଧାନସଭା ଆସନର ସଦସ୍ୟ ସଂଖ୍ୟା 81 ରହିଥିବା ବେଳେ ଚମ୍ପଇଙ୍କ ନିକଟରେ 43 ଜଣ ବିଧାୟକଙ୍କ ସମର୍ଥନ ରହିଛି ।