ରାଞ୍ଚି:ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଝାଡଖଣ୍ଡରେ ଭୋଟିଂ ହୋଇଛି । ମୋଟ 81 ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ 43ଟି ଆସନରେ ଭୋଟ ଗ୍ରହଣ ହେଉଛି । ଆଜି ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ଭାବେ ମୋଟ 683 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଆଜି ନିର୍ବାଚନୀ ଭାଗ୍ୟ ପରୀକ୍ଷା ଦେଉଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ପୂର୍ବତନ ସାଂସଦ ଗୀତା କୋରା ପ୍ରମୁଖ ରହିଛନ୍ତି ।
- ଭୋଟରଙ୍କ ମଧ୍ୟରେ ଉତ୍ସାହ
ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ସନ୍ଧ୍ୟା 5ଟା ସୁଦ୍ଧା 64.86% ମତଦାନ ହୋଇଥିବା ଜଣାପଡିଛି । ଅପରାହ୍ନ 3ଟା ସୁଦ୍ଧା 59.28 ପ୍ରତିଶତ ମତଦାନ ହୋଇଥିବାବେଳେ 1ଟା ସୁଦ୍ଧା 46.25 ପ୍ରତିଶତ ଭୋଟିଂ ହୋଇଥିଲା । ଝାଡଖଣ୍ଡର ମୋଟ 2.60 କୋଟି ଭୋଟରଙ୍କ ମଧ୍ୟରୁ ଆଜି 1.37 କୋଟି ମତାଧିକାର ସାବ୍ୟସ୍ତ କରିବା ନେଇ ସୂଚନା ରହିଥିଲା । ଏଥିପାଇଁ 15 ହଜାର 344 ମତଦାନ କେନ୍ଦ୍ରରେ ହୋଇଛି ମତଦାନ । ସେଥିମଧ୍ୟରୁ 12,700 ଭୋଟିଂ ସେଣ୍ଟର ସହରାଞ୍ଚଳରେ ଥିବାବେଳେ ଅବଶିଷ୍ଟ ପୁଲିଂ ବୁଥ ଗ୍ରାମାଞ୍ଚଳରେ ରହିଥିଲା ।
- କେଉଁ ବର୍ଗରୁ କେତେ ପ୍ରାର୍ଥୀ:-
ଚଳିତ ପର୍ଯ୍ୟାୟରେ ମୋଟ 683 ପ୍ରାର୍ଥୀଙ୍କ ମଧ୍ୟରୁ 609 ପୁରୁଷ ଓ 73 ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । 43 ଆସନ ମଧ୍ୟରୁ 17 ଟିରେ ଅଣସଂରକ୍ଷିତ ବା ସାଧାରଣ ବର୍ଗର ପ୍ରାର୍ଥୀ ରହିଛନ୍ତି । ଅନ୍ୟ ସଂରକ୍ଷିତ ଆସନରେ 20ଜଣ ଅନୁସୂଚିତ ଜନଜାତି (ଏସଟି) ଓ 6 ଜଣ ଅନୁସୂଚିତ ଜାତି (ଏସସି) ବର୍ଗର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
- ସଂଧ୍ୟାରେ ସରିବ ଭୋଟିଂ: