ETV Bharat / technology

ଭାରତରେ ଲଞ୍ଚ୍‌ ହେଲା ସବୁଠୁ ସୁଲଭ New Honda Amaze; ଦାମ ଏତିକି - NEW HONDA AMAZE LAUNCHED IN INDIA

Honda ଭାରତରେ Honda Amazeର ନୂଆ ଭର୍ସନକୁ ଲଞ୍ଚ କରିଛି । ଏହି ନୂଆ ମଡେଲକୁ ଦେଶରେ ସବୁଠୁ ସୁଲଭ ମୂଲ୍ୟର ଗାଡ଼ି ବୋଲି କୁହାଯାଉଛି । ଅଧିକ ପଢନ୍ତୁ

New Honda Amaze launched in India
New Honda Amaze launched in India (Credit- X/Honda)
author img

By ETV Bharat Tech Team

Published : Dec 4, 2024, 1:23 PM IST

Updated : Dec 4, 2024, 2:35 PM IST

ହାଇଦ୍ରାବାଦ: ଜାପାନିଜ କାର ନିର୍ମାତା କମ୍ପାନୀ ହୋଣ୍ଡା ଭାରତରେ ଏହାର ନୂଆ Honda Amaze କାରକୁ ଲଞ୍ଚ କରିଛି । ଏଥିରେ ଗ୍ରାହକ ରିଫ୍ରେସ ଡିଜାଇନ ପାଇବେ । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ଦିଆଯାଇଥିବାରୁ ଅନ୍ୟ ସେଗମେଣ୍ଟକୁ ଏହା କଡା ଟକ୍କର ଦେବ । ନୂଆ ମଡେଲରେ କମ୍ପାନୀ କଣ ଫିଚର ଦେଇଛି, ଡିଜାଇନ କିପରି ରହିଛି, ଏହାର ଇଞ୍ଜିନ ପୂର୍ବ ମଡେଲଠାରୁ କେତେ ଭଲ ଓ ଏହାର ଦାମ କେତେ ନିମ୍ନରେ ଜାଣନ୍ତୁ । ନୂଆ ହୋଣ୍ଡା ଆମେଜ ଭାରତୀୟ ବଜାରରେ 3ଟି ଟ୍ରିମରେ ଉପଲବ୍ଧ ହେବ । ସେଗୁଡ଼ିକର ନାମ ହେଉଛି V, VX ଓ ZX । ଏହାର ପ୍ରାରମ୍ଭିକ ମୂଲ୍ୟ 7,99,900 (ଏକ୍ସ-ଶୋ'ରୁମ) ରହିଛି ।

2024 Honda Amaze: ଡିଜାଇନ

  • ଫ୍ରଣ୍ଟ ଡିଜାଇନ:- ନୂଆ ହୋଣ୍ଡା ଆମେଜର ଡିଜାଇନ ନିକଟରେ ଲଞ୍ଚ ହୋଇଥିବା ହୋଣ୍ଡାର SUV ଏଲିଭେଟ୍‌ ସହିତ ପ୍ରାୟତଃ ସମାନ । କାରର ଫ୍ରଣ୍ଟ ବମ୍ଫର ବୋଲ୍ଡ ଓ ଏଥିରେ ଫଗ୍‌ ଲ୍ୟାମ୍ପ ଲାଗି LED ପ୍ରୋଜେକ୍ଟର ଲାଗିଛି । ହେଡଲ୍ୟାମ୍ପରେ Elevate ପରି ମଝିରେ କ୍ରୋମ ଗାର୍ନିସ ଓ ଏଲଇଡି ବାଇ-ପ୍ରୋଜେକ୍ଟର ଦିଆଯାଇଛି । ନୂଆ ଡିଜାଇନ କରାଯାଇଥିବା ଗ୍ରୀଲରେ ହେକ୍ସାଗୋନାଲ ଆକାର ସହିତ ମଝିରେ ହୋଣ୍ଡା ଲୋଗୋ ରହିଛି ।
  • ରିଅର ଡିଜାଇନ: କାରର ପଛ ଭାଗ ସମ୍ପର୍କରେ ଆଲୋଚନା କଲେ, ଏହି କମ୍ପାକ୍ଟ ସେଡାନରେ LED ଟେଲ୍‌ ଲ୍ୟାମ୍ପ ରହିଛି ଯାହାକି ନୂଆ Honda Cityଠାରୁ ପ୍ରେରିତ । ଏହି ଟେଲଲ୍ୟାମ୍ପରେ ଡିଟେଲିଂ ଅଲଗା ରହିଛି । ନୂଆ ଆମେଜରେ 4ଟି ସେନ୍ସର ସହିତ ନୂଆ ରିଅର ବମ୍ପର ଅଛି । ଆମେଜର ବୁଟ୍‌ ସାଇଜ 416 ଲିଟର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏଥିରେ 15 ଇଞ୍ଚର ଆଲଏ ହ୍ବିଲ ଓ 172ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି ।

2024 Honda Amaze: ଫିଚର ଓ ସେଫ୍ଟି

ଏହାର ଫିଚର ସମ୍ପର୍କରେ କହିଲେ ନୂଆ Amazeରେ 8 ଇଞ୍ଚର ଟଚସ୍କ୍ରିନ୍‌ ଇନଫୋଟେନମେଣ୍ଟ ସିଷ୍ଟମ, ୱେୟାରଲେସ ଆପଲ୍‌ CarPlay, ଆଣ୍ଡ୍ରଏଡ୍‌ ଅଟୋ ରହିଛି । ହୋଣ୍ଡା ସିଟି ଓ ଏଲିଭେଟ ପରି ଏଥିରେ ମଧ୍ୟ ADAS ଫିଚର ରହିଛି । 2024 ଆମେଜ ପ୍ରଥମ କମ୍ପାକ୍ଟ ସେଡାନ ଭାବରେ କ୍ରୁଜ୍‌ କଣ୍ଟ୍ରୋଲ, ସ୍ବୟଂଚାଲିତ ଜରୁରୀକାଳୀନ ବ୍ରେକିଂ ଆଦି ଫିଚର ପ୍ରଦାନ କରୁଛି ।

ଏହା ବି ପଢନ୍ତୁ
  1. ଆଜି ଲଞ୍ଚ ହେବ Honda Amaze 2024; ମିଳିବ ବୋଲ୍ଡ ଲୁକ୍‌ ଓ ଅତ୍ୟାଧୁନିକ ଫିଚର
  2. 2025ରେ ଭାରତରେ ଲଞ୍ଚ ହେବ MGର ପ୍ରଥମ ଇଲେକ୍‌ଟ୍ରିକ ସ୍ପୋର୍ଟ୍ସ କାର୍‌; ଦିୱାନା କରୁଛି ଲୁକ୍‌

2024 Honda Amaze: ଇଞ୍ଜିନ

ନୂଆ ହୋଣ୍ଡା ଆମେଜର ଇଞ୍ଜିନ ସମ୍ପର୍କରେ କହିଲେ ଏଥିରେ 1200ସିସି, 4 ସିଲିଣ୍ଡର, ନ୍ୟାଚୁରାଲ ଏସ୍ପିରେଟେଡ୍‌ ପେଟ୍ରୋଲ ଇଞ୍ଜିନ ରହିଛି । ଏହି ୟୁନିଟ 6000rpm ଉପରେ 89bhp ପାୱାର ଓ 4800rpm ଉପରେ 110nm ପିକ୍‌ ଟର୍କ ପ୍ରଦାନ କରିଥାଏ । ଇଞ୍ଜିନ 5-ସ୍ପିଡ ମ୍ୟାନୁଆଲ ଓ CVT ଅଟୋମେଟିକ୍‌ ଟ୍ରାନ୍ସମିଶନ ଅପସନ ସହିତ ଆସିଛି । କମ୍ପାନୀ ଦାବି କରିଛି ଯେ CVT ଟ୍ରାନ୍ସମିଶନ ଲାଗି 19.46କିମି ପ୍ରତି ଲିଟର ରହିଛି । ଯେତେବେଳେ କି ମ୍ୟାନୁଆଲ ଟ୍ରାନ୍ସମିଶନ ପ୍ରତି ଲିଟର ପିଛା 18.65କିମି ରହିଛି ।

ଭାରିଏଣ୍ଟ, ଦାମ ଓ ଉପଲବ୍ଧତା:-

Honda Amazeର 3 ଭାରିଏଣ୍ଟ V,VX ଓ ZX ଭାରତୀୟ ବଜାରରେ ଉପଲବ୍ଧ ହେବ । ଏଣ୍ଟ୍ରି ଲେଭଲ୍‌ V ଟ୍ରିମର ଦାମ 8ଲକ୍ଷ ଟଙ୍କା ରହିଛି । ସେହିପରି VXର ଦାମ 9.10 ଲକ୍ଷ ଓ ଟପ୍‌ ସ୍ପେକ୍‌ ZX ଭାରିଏଣ୍ଟର ଦାମ 9.69ଲକ୍ଷ (ସମସ୍ତ ଦାମ ଏକ୍ସ-ଶୋ'ରୁମ) ରହିଛି । Honda Amaze ଲାଗି 3ବର୍ଷ ଓ ଅନଲିମିଟେଡ୍‌ କିଲୋମିଟର ୱାରେଣ୍ଟି ପ୍ରଦାନ କରୁଛି । ଏହାର ବିସ୍ତାରିତ ୱାରେଣ୍ଟି ପ୍ୟାକ୍‌ 7ବର୍ଷ ଓ ଅନଲିମିଟେଡ୍‌ କିମି ରହିଛି । ଏହା ଖୁବଶୀଘ୍ର ଟେଷ୍ଟ ଡ୍ରାଇଭ ଓ ଡେଲିଭରି ପାଇଁ ଉପଲବ୍ଧ ହେବ ।

Last Updated : Dec 4, 2024, 2:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.