ଓଡିଶା

odisha

ETV Bharat / bharat

କୁଲଗାମରେ ଏନକାଉଣ୍ଟର, ୫ ଆତଙ୍କୀ ସଫା - JAMMU KASHMIR ENCOUNTER

ଜମ୍ମୁ କାଶ୍ମୀର କୁଲଗାମରେ ଗୁଳିବିନିମୟ । ଘଟଣାସ୍ଥଳରେ ୫ ଆତଙ୍କୀ ନିପାତ । ସର୍ଚ୍ଚ ଅପରେସନ ଜାରି ।

Jammu Kashmir Encounter
Jammu Kashmir Encounter (ETV Bharat)

By ETV Bharat Odisha Team

Published : Dec 19, 2024, 3:39 PM IST

ଶ୍ରୀନଗର:କୁଲଗାମରେ ୫ ଆତଙ୍କୀ ସଫା । ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ରହିଛି । ସିଆରପିଏଫ, ଭାରତୀୟ ସେନା ଓ ପୋଲିସର ମିଳିତ ଉଦ୍ୟମରେ କରାଯାଇଥିଲା ଅପରେସନ । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା ସନ୍ଦେହ କରି ଅପରେସନ ଆରମ୍ଭ କରିଥିଲେ ମିଳିତ ଟିମ୍ ।

ଟଳିଲେ 5 ଆତଙ୍କୀ:

ଅନେକ ସମୟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନେ ଆକ୍ରମଣ କରି ଭୟ ସୃଷ୍ଟି କରିଆସୁଛନ୍ତି । ଏହାରି ଭିତରେ ପୋଲିସ ଓ ଯବାନଙ୍କୁ ବଡ଼ ସଫଳତା ମିଳିଛି । ଗୁଳି ବିନିମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସିଆରପିଏଫ, ଭାରତୀୟ ସେନା ଓ ପୋଲିସର ମିଳିତ ଉଦ୍ୟମରେ କୁଲଗାମରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ଘଟଣାସ୍ଥଳରୁ ୫ ଆତଙ୍କୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଆହୁରି ଲୁଚିଥିବା ସନ୍ଦେହ, ଚାଲିଛି ସର୍ଚ୍ଚ ଅପରେସନ:

ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେହି ସ୍ଥାନମାନଙ୍କରେ ସର୍ଚ୍ଚ ଅପରେସନ କରାଯିବ ବୋଲି ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ସମ୍ପୃକ୍ତ ଅଞ୍ଚଳରେ ୩ ଜଣ ଆତଙ୍କୀ ଲୁଚି ରହିଥିବା ପ୍ରାଥମିକ ସୂଚନା ପାଇଥିଲା ପୋଲିସ । ସିଆରପିଏଫ ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିବାବେଳେ ଜୋରଦାର ଗୁଳି ବିନିମୟ ହୋଇଥିଲା ।

ଏହା ବି ପଢନ୍ତୁ...ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ଏହା ବି ପଢନ୍ତୁ...ଛତିଶଗଡ଼ରେ ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିପାତ

କାଶ୍ମୀର ଜୋନ ପୋଲିସ ସୋସିଆଲ ମିଡିଆ ହ୍ୟାଣ୍ଡେଲ (X)ରେ ଉଲ୍ଲେଖ କରିଛନ୍ତି, "କୁଲଗାମ ଜିଲ୍ଲାର କଦେର ଅଞ୍ଚଳରେ ପ୍ରଥମେ ଗୁଳି ବିନିମୟ ହୋଇଥିଲା । ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ଏହାପରେ ଆତଙ୍କୀମାନେ ପାଲଟା ଆକ୍ରମଣ କରିଥିଲେ । ଗତ ଡିସେମ୍ବର ୩ରେ ଜୁନେଦ ଅହମ୍ମଦ ଭଟ୍ଟ ନାମକ ଜଣେ ଆତଙ୍କୀ ଠାବ ହୋଇଥିଲା । ସୁରକ୍ଷା କର୍ମୀଙ୍କ ଦ୍ବାରା ଶ୍ରୀନଗରରେ କରାଯାଇଥିବା ଅପରେସନବେଳେ ସେ ଧରାପଡିଥିଲା। ପୋଲିସର କହିବା ଅନୁସାରେ, ଗଗନଗିର ଓ ଗଣ୍ଡେରବାଲରେ ଆତଙ୍କୀ ହମଲାରେ ଅନେକଙ୍କ ଜୀବନ ଯାଇଥିଲା । ଆଉ ଏହି ଆକ୍ରମଣ ପଛରେ ଜୁନେଦ ଅହମ୍ମଦ ଭଟ୍ଟର ହାତ ଥିଲା ।" ତେବେ ଆତଙ୍କୀ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ ଲଗାତାର ନଜର ରଖିଛି ଜମ୍ମୁକାଶ୍ମୀର ପୋଲିସ ।

ଏହା ବି ପଢନ୍ତୁ...ଦନ୍ତେୱାଡାରେ ଗୁଳିବିନିମୟ, ଟଳିଲେ ୭ ନକ୍ସଲ

ଏହା ବି ପଢନ୍ତୁ...ତେଲେଙ୍ଗାନା ପୋଲିସକୁ ବଡ ସଫଳତା, ଏନକାଉଣ୍ଟରରେ 7 ମାଓବାଦୀ ନିହତ

ABOUT THE AUTHOR

...view details