ହାଇଦ୍ରାବାଦ: ଭାରତୀୟ ରେଳବାଇରେ ଇତିହାସରେ ଯୋଡି ହେବ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗର ଆଉ ଏକ ନୂତନ ଫର୍ଦ୍ଦ । ହାଇଟେକ ଜ୍ଞାନ କୌଶଳ ବ୍ୟବହାରର ବଡ଼ ଉପଲବ୍ଧି । ଯାତ୍ରୀଙ୍କ ସୁବିଧା ସହିତ ସୁଲଭ, ଶୀଘ୍ର ଏବଂ ଆରାମଦାୟକ ଯାତ୍ରା ପାଇଁ ଭାରତୀୟ ରେଳବାଇର (Indian Railways) ବଡ଼ ପ୍ରୟାସ । ପାସେଞ୍ଜର, ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ ପରେ ଆସିଥିଲା 'ବନ୍ଦେ ଭାରତ ଟ୍ରେନ '। ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପରେ ଲଞ୍ଚ ହେବାକୁ ଯାଉଛି, 'ବନ୍ଦେ ଭାରତ ମେଟ୍ରୋ '। କଣ ଏହି ବନ୍ଦେ ଭାରତ ମେଟ୍ରୋ ? କ’ଣ ରହିଛି ଏହାର ସ୍ବତନ୍ତ୍ରତା ଏବଂ ପୂରା ଫିଚର ? ଏବଂ କେବେ ଏବଂ କେଉଁଠି ପ୍ରଥମେ ଗଡ଼ିବ ଏହି ହାଇଟେକ ଟ୍ରେନ ? ଆସନ୍ତୁ ଜାଣିବା ।
ବନ୍ଦେ ଭାରତ ମେଟ୍ରୋ:
ଆଜି ଏହି ମେଟ୍ରୋ ସେବା ଗୁଜୁରାଟରୁ ଆରମ୍ଭ ହେବ । ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଗଡ଼ିବ ଏହି ଟ୍ରେନ୍ । ଏହା ହେବ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ଶୁଭାରମ୍ଭ ହେବ ଭାରତୀୟ ରେଳବାଇର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଆଜି ସେପ୍ଟେମ୍ବର ୧୬ ତାରିଖ ସୋମବାର ଏହି ଟ୍ରେନ ଚଳାଚଳ ଆରମ୍ଭ କରିବ ।
ବନ୍ଦେ ଭାରତ ମେଟ୍ରୋ ସର୍ଭିସ:
ଆମେ ମେଟ୍ରୋ ଟ୍ରେନ କଥା ଜାଣିଛନ୍ତି । ଏହା ଦେଶର ବିଭିନ୍ନ ସହର ଏବଂ ବିଭିନ୍ନ ରାଜ୍ୟ ରାଜଧାନୀରେ ସଫଳତାର ସହ ଡୌଡୁଛି । ଏବେ ମେଟ୍ରୋ ଟ୍ରାକରେ ଗଡ଼ିବ ବନ୍ଦେ ଭାରତ ଟ୍ରେନ । ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ ସେବା ନେଇ, ଭାରତୀୟ ରେଲବାଇ ପକ୍ଷରୁ ପୂରା ସୂଚୀ ପ୍ରସ୍ତୁତ ହୋଇ ସାରିଛି ।
ଅହମ୍ମଦାବାଦ-ଭୁଜ ରୁଟ୍ ରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ
- ସପ୍ତାହରେ ୬ ଦିନ ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ
- ସକାଳ ୫ଟା ୫ ମିନିଟରେ ଭୁଜ ଛାଡ଼ିବ
- ସକାଳ ୧୦ଟା ୫୦ ମିନିଟରେ ଅହମ୍ମଦାବାଦରେ ପହଞ୍ଚିବ
- ସେହିଦିନ ଅପରାହ୍ନ ୫ଟା ୫୦ ମିନିଟରେ ଅହମ୍ମଦାବାଦରୁ ଛାଡ଼ିବ
- ରାତି ୧୧ଟା ୧୦ ମିନିଟରେ ଭୁଜରେ ପହଞ୍ଚିବ ବନ୍ଦେ ଭାରତ ମେଟ୍ରୋ
- ୫ ଘଣ୍ଟା ୪୫ ମିନିଟ ଯାତ୍ରା:
ଅହମ୍ମଦାବାଦ- ଭୁଜ ମଧ୍ୟରେ ଦୂରତା ପାଖାପାଖି ୩୩୪ କିଲୋମିଟର । ଏହି ଦୂରତାକୁ ମାତ୍ର ୫ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ ଅତ୍ୟାଧୁନିକ ବନ୍ଦେ ଭାରତ ମେଟ୍ରୋ ଟ୍ରେନ । ଅହମ୍ମଦାବାଦ- ଭୁଜ ମଧ୍ୟରେ ରହିଛି ୯ଟି ଷ୍ଟପେଜ ବା ରହଣି ଷ୍ଟେସନ । ପ୍ରତି ଷ୍ଟପେଜରେ ମାତ୍ର ୨ ମିନିଟ ରହିବ ବନ୍ଦେ ଭାରତ ମେଟ୍ରୋ । ଏହା ସପ୍ତାହ ୭ ଦିନ ଯାକ ନୁହେଁ, ୬ ଦିନ ଚାଲିବ ।
- ବନ୍ଦେ ଭାରତ ମେଟ୍ରୋ: ଡିଜାଇନ ଓ ଫିଚର