ଓଡିଶା

odisha

ETV Bharat / bharat

ଭାରତୀୟ ରେଳବାଇର 'SwaRail SuperApp': ଗୋଟିଏ ଆପରେ ଟ୍ରେନ ଯାତ୍ରୀଙ୍କୁ ସବୁ ସୁବିଧା - INDIAN RAILWAYS

ଟ୍ରେନରେ ଯାତ୍ରା କରିବା ଆହୁରି ସହଜ ହେବ । ଭାରତୀୟ ରେଳ ବିଭାଗ ଲଞ୍ଚ କରିଛି 'SwaRail SuperApp' । ଏହି ଆପ୍‌ରୁ କେଉଁ କେଉଁ ସୁବିଧା ମିଳିବ ଜାଣନ୍ତୁ ?

Indian Railways
Indian Railways (File Photo)

By ETV Bharat Odisha Team

Published : Feb 3, 2025, 1:08 PM IST

ନୂଆଦିଲ୍ଲୀ: ଆହୁରି ସହଜ ହେବ ଟ୍ରେନ ଯାତ୍ରା । ଟିକେଟ ବୁକିଂଠାରୁ ନେଇ ଟ୍ରେନରେ ଖାଇବା ଅର୍ଡର ଦେବା ପର୍ଯ୍ୟନ୍ତ ସବୁକିଛି ଗୋଟିଏ ଯାଗାରେ ମିଳିବ । ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧା ପାଇଁ ତତ୍‌ପର ରହିଛି ଭାରତୀୟ ରେଳବାଇ(Indian Railway) । ଯାତ୍ରୀମାନଙ୍କ ସହଜ ଉପାୟରେ ସେବା ଯୋଗାଇବା ପାଇଁ ଭାରତୀୟ ରେଳବାଇ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଏହାର ସେବାକୁ ସରଳ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ, ଭାରତୀୟ ରେଳବାଇ ପକ୍ଷରୁ 'ସ୍ବରେଳ ସୁପରଆପ୍' (SwaRail SuperApp) ଲଞ୍ଚ କରାଯାଇଛି । ଏହା ଏକ ସୁପରଆପ୍, ଯାହା ମାଧ୍ୟମରେ ଏକାଧିକ ରେଳ ସେବାକୁ ଗୋଟିଏ ଯାଗାରେ ଅର୍ଥାତ ଗୋଟିଏ ଆପ୍‌ରେ ଯୋଗାଇ ଦେବାପାଇଁ ଡିଜାଇନ୍ କରାଯାଇଛି ।

ସ୍ବରେଳ ସୁପର ଆପ୍:

ରେଳ ଯାତ୍ରୀମାନଙ୍କ ଯାତାୟତକୁ ସହଜ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ସ୍ବରେଳ ସୁପରଆପ୍ ଲଞ୍ଚ କରାଯାଇଛି । ଏହି ସୁପର ଆପ୍‌ରେ ସଂରକ୍ଷିତ (Reserved) ଏବଂ ଅଣସଂରକ୍ଷିତ (Unreserved) ଟିକେଟ ବୁକିଂ, ପ୍ଲାଟଫର୍ମ ଏବଂ ପାର୍ସଲ ବୁକିଂ, ଟ୍ରେନ୍ ଓ ପିଏନଆର ନମ୍ବର ଚେକ୍‌ (Train And PNR Enquiry) କରିବା ଭଳି ସେବା ଉପଲବ୍ଧ ହେବ । ସେଣ୍ଟର ଫର୍ ରେଲୱେ ଇନଫର୍ମେସନ୍ ସିଷ୍ଟମ୍ସ (CRIS) ଦ୍ବାରା ଏହି ସୁପରଆପ୍ ବିକଶିତ କରାଯାଇଛି । ଏହି ଆପ୍‌ ମାଧ୍ୟମରେ ଭାରତୀୟ ରେଳବାଇର ସମସ୍ତ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇଛି । ଫଳରେ ଯାତ୍ରାମାନଙ୍କୁ ଗୋଟିଏ ଆପ୍‌ରୁ ସମସ୍ତ ପ୍ରକାର ସହଯୋଗ ମିଳିପାରିବ । ତେବେ କେଉଁ ସବୁ ସେବା ଉପଲବ୍ଧ ରହିବ ଜାଣନ୍ତୁ..

  • ସଂରକ୍ଷିତ (Reserved) ଟିକେଟ୍ ବୁକିଂ
  • ଅଣସଂରକ୍ଷିତ (Unreserved) ଟିକେଟ୍ ଏବଂ ପ୍ଲାଟଫର୍ମ ଟିକେଟ୍ ବୁକିଂ
  • ପାର୍ସଲ ଏବଂ ମାଲ ପରିବହନ ସମ୍ବନ୍ଧୀୟ ଯାଞ୍ଚ
  • ଟ୍ରେନ୍ ଏବଂ PNR ଷ୍ଟାଟସ ଚେକିଂ
  • ଟ୍ରେନରେ ଖାଇବା ଅର୍ଡର କରିବା
  • ଅଭିଯୋଗ ମ୍ୟାନେଜମେଣ୍ଟ ପାଇଁ ରେଳ ସହାୟତା

ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ସୁପରଆପ୍‌କୁ ଖୁବଶୀଘ୍ର ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ଏହି ଆପ ମାଧ୍ୟମରେ ରେଲୱେର ବିଭିନ୍ନ ସେବା ଗୋଟିଏ ପ୍ଲାଟଫର୍ମରେ ମିଳି ପାରିବ, ଯାହା ବର୍ତ୍ତମାନ ଅଲଗା ଅଲଗା ମୋବାଇଲ ଆପରେ ପ୍ରଦାନ କରାଯାଉଛି ।

Indian Railways Introduces Swarail Superapp For Ticket Booking and Other Integrated Services (ETV Bharat Odisha)

ସୁପରଆପ୍‌ର ବୈଶିଷ୍ଟ୍ୟ:

  • ସିଙ୍ଗଲ ସାଇନ-ଅନ:

ୟୁଜରମାନେ ଗୋଟିଏ କ୍ରେଡେନସିଆଲ (ID-Password) ବ୍ୟବହାର କରି ସବୁ ସେବା ପାଇପାରବେ । ଏହା ବ୍ୟତିତ, IRCTC RailConnect, UTS ମୋବାଇଲ ଆପ୍‌ ଭଳି ଭାରତୀୟ ରେଲୱେ ଆପ୍‌ରେ ସମାନ କ୍ରେଡେନସିଆଲ ବ୍ୟବହାର କରିହେବ ।

  • ଅଲ-ଇନ-ୱାନ ଆପ:

ବର୍ତ୍ତମାନ ରିଜର୍ଭ ଓ ଅନରିଜର୍ଭ ସିଟ୍‌ ବୁକିଂ ପାଇଁ ଅଲଗା ଅଲଗା ଆପ୍‌ ବ୍ୟବହାର କରାଯାଉଛି । ଏହା ବ୍ୟତୀତ ଟ୍ରେନ ଚଳାଚଳ ଓ ସମୟସୂଚୀ ଜାଣିବା ପାଇଁ ଅଲଗା ଆପ୍‌ର ବ୍ୟବହାର କରାଯାଉଛି । ଏହି ସମସ୍ତ ସେବାକୁ ଗୋଟିଏ ନିର୍ଦ୍ଦିଷ୍ଟ ଆପ୍‌ରେ ଉପଲବ୍ଧ କରାଯିବ ।

  • ସମନ୍ବିତ ସେବା:

ରେଳ ସେବାକୁ ସମନ୍ବିତ ଉପାୟରେ ଏନେକ ଉତ୍ସର ସୂଚନା ପ୍ରଦାନ କରିବା ପାଇଁ ସଂଯୋଗ କରାଯାଉଛି । ଉଦାହରଣ ସ୍ୱରୂପ, PNR ଯାଞ୍ଚ କରିବା ସମୟରେ, ସମ୍ପୃକ୍ତ ଟ୍ରେନର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଆପ୍‌ରେ ଦୃଶ୍ୟମାନ ହେବ ।

Indian Railways Introduces Swarail Superapp For Ticket Booking and Other Integrated Services (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ.

ଟ୍ରେନରେ ମଦ ନେଇ ଯାଇପାରିବେ କି ? ଜାଣନ୍ତୁ କ'ଣ ରହିଛି ନିୟମ...

IRCTC ଟିକେଟ ବୁକିଂ ନୂଆ ନିୟମ, ସହଜରେ ମିଳିବ କନଫର୍ମ ଟିକେଟ, ଜାଣନ୍ତୁ ୫ ଉପାୟ

୨.୫୨ ଲକ୍ଷ କୋଟି ରେଳ ବଜେଟ, ଏଥର ଓଡ଼ିଶାକୁ କେତେ ?

ପ୍ଲେ ଷ୍ଟୋରେ ଉପଲବ୍ଧ ଆପ୍‌:

ବର୍ତ୍ତମାନ ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋରରେ ପରୀକ୍ଷଣ ପାଇଁ ଉପଲବ୍ଧ କରାଯାଇଛି । ରେଳବାଇ ବୋର୍ଡର ଜଣେ ଅଧିକାରୀ କହିଛନ୍ତି, "ବର୍ତ୍ତମାନ କେବଳ ୧୦୦୦ ଉପଭୋକ୍ତା ଏହାକୁ ଡାଉନଲୋଡ୍ କରିପାରିବେ । ଆମେ ପ୍ରତିକ୍ରିୟା ଏବଂ ଫିଡବ୍ୟାକକୁ ଧ୍ୟାନରେ ରଖି ମୂଲ୍ୟାଙ୍କନ କରିବୁ । ଏହାପରେ, ଅଧିକ ଫିଡ୍‌ବ୍ୟାକ ପାଇଁ ଏହାକୁ ୧୦,୦୦୦ ଉପଭୋକ୍ତା ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯିବ ।"

ୟୁଜର ଫ୍ରେଣ୍ଡଲି ଆପ୍‌:

ଏନେଇ ରେଲୱେ ବୋର୍ଡର ସୂଚନା ଓ ପ୍ରସାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲ୍ଲୀପ କୁମାର କହିଛନ୍ତି," ଆପ୍‌କୁ ୟୁଜର ଫ୍ରେଣ୍ଡଲି କରାଯାଇଛି । ଏହା କେବଳ ସମସ୍ତ ସେବାକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରିବା ସହିତ ୟୁଜରମାନଙ୍କୁ ଭାରତୀୟ ରେଳ ସେବାର ସମ୍ପୂର୍ଣ୍ଣ ପ୍ୟାକେଜ ପ୍ରଦାନ କରିବ । ଏଥିପାଇଁ ଅନେକ ସେବାକୁ ଏକୀକୃତ କରିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ସେଣ୍ଟର ଫର୍ ରେଲୱେ ଇନଫର୍ମେସନ ସିଷ୍ଟମ୍ସ (CRIS) ୨୦୨୫ ୩୧ ଜାନୁଆରୀରେ ବିଟା ପରୀକ୍ଷଣ ପାଇଁ ସାଧାରଣ ଲୋକଙ୍କ ପାଇଁ ସୁପରଆପ୍ ଉପଲବ୍ଧ କରିଛି । ୟୁଜରମାନେ ପ୍ଲେ ଷ୍ଟୋର/ଆପ୍ ଷ୍ଟୋରରୁ ଏହି ଆପ୍ ଡାଉନଲୋଡ୍ କରିପାରିବେ।"

ଇଟିଭି ଭାରତ, ବ୍ୟୁରୋ

ABOUT THE AUTHOR

...view details