ନୂଆଦିଲ୍ଲୀ:ପୁଣି ଦେବଦୂତ ସାଜିଲା ଭାରତୀୟ ନୌସେନା । ମିସାଇଡ ମାଡ଼ ହେଉଥିବା ଏକ ବିଦେଶୀ ତୈଳ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ କଲା ରକ୍ଷା । ମଧ୍ୟ ଆମେରିକୀୟ ଦେଶ ପାନାମା ଜାତୀୟ ପତାକା ଲଗାଥିବା ଏକ ତୈଳ ଜାହାଜ ଏମଭି ଆଣ୍ଡ୍ରୋମେଡା ଷ୍ଟାର ଜାହାଜକୁ ଏପ୍ରିଲ 26ରେ INS କୋଚି ଦ୍ବାରା ଉଦ୍ଧାର କରିଛି । ୟେମେନର ବିଦ୍ରୋହୀ ଗୋଷ୍ଠୀ ହାଉତି ଏହି ଜାହାଜ ଉପରେ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ 33 କ୍ରୁ ମେମ୍ବର ରହିଥିଲେ। ଯେଉଁଥିରେ 22 ଜଣ କେବଳ ଭାରତୀୟ ଥିବା ଜଣାପଡ଼ିଛି ।
ଭାରତୀୟ ନୌସେନାର ବିଧ୍ବଂସକ ଆଇଏନଏସ କୋଚି ଆକ୍ରମଣ ହେଉଥିବା ସ୍ଥାନରେ ପହଞ୍ଚି ଜାହାଜକୁ ଉଦ୍ଧାର କରିଥିଲା । ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଯେ ବାଣିଜ୍ୟ ଜାହାଜ ମୈଶା ଏବଂ ଏମଭି ଆଣ୍ଡ୍ରୋମେଡା ଷ୍ଟାର ଲୋହିତ ସାଗର ଦେଇ ଯାଉଥିବା ସମୟରେ ଇରାନ ସମର୍ଥିତ ହାଉତି ଆତଙ୍କବାଦୀମାନେ ୟେମେନରୁ ଉକ୍ତ ସାମୁଦ୍ରିକ ପଥରେ ତିନିଟି ଆଣ୍ଟି-ସିପ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ । ଏମଭି ଆଣ୍ଡ୍ରୋମେଡା ଷ୍ଟାର ହେଉଛି ପାନାମା ଦେଶର ଜାହାଜ । ଏହି ମିସାଇଲ ମାଡ ଯୋଗୁଁ ଜାହାଜଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- ପୁଣି ଲୋହିତ ସାଗରରେ ହାଉତିର ଆକ୍ରମଣ, ଭାରତ ଆସୁଥିବା ଜାହାଜ ଉପରେ ମିଶାଇଲ ମାଡ