ଓଡିଶା

odisha

ETV Bharat / bharat

ଲୋକସଭା ନିର୍ବାଚନରେ ପ୍ରଥମ ଥର ସାଟେଲାଇଟ ଫୋନ, ମିଳିବ ଦୁର୍ଗମ ଅଞ୍ଚଳର ମତଦାନ ତଥ୍ୟ - LOK SABHA ELECTION 2024 - LOK SABHA ELECTION 2024

Satellite phone to be used in Buxa Hills: ସାଟେଲାଇଟ ଫୋନକୁ ପ୍ରଥମ ଥର ପାଇଁ ଦୁର୍ଗମ ଅଞ୍ଚଳରେ ନିର୍ବାଚନ ସମ୍ପର୍କରେ ତଥ୍ୟ ଜାଣିବାକୁ ବ୍ୟବହାର ହେବ । ପଶ୍ଚିମବଙ୍ଗର ଅଲିପୁରଦ୍ବାର ଲୋକସଭା କ୍ଷେତ୍ରରେ ଥିବା ୩୬ଟି ମୋବାଇଲ ସ୍ୟାଡୋ ଜୋନ ବୁଥରେ ହେବ ବ୍ୟବହାର । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନରେ ପ୍ରଥମ ଥର ସାଟେଲାଇଟ ଫୋନ, ମିଳିବ ଦୁର୍ଗମ ଅଞ୍ଚଳର ମତଦାନ ତଥ୍ୟ
ଲୋକସଭା ନିର୍ବାଚନରେ ପ୍ରଥମ ଥର ସାଟେଲାଇଟ ଫୋନ, ମିଳିବ ଦୁର୍ଗମ ଅଞ୍ଚଳର ମତଦାନ ତଥ୍ୟ

By ETV Bharat Odisha Team

Published : Apr 13, 2024, 10:37 PM IST

କୋଲକାତା: ପ୍ରଥମ ଥର ଲୋକସଭା ନିର୍ବାଚନରେ ବ୍ୟବହାର ହେବ ସାଟେଲାଇଟ ଫୋନ । ନିର୍ବାଚନ ସମୟରେ ଭୋଟିଂ ବୁଥର ମତଦାନ ସମ୍ପର୍କରେ ଅପଡେଟ ଜାଣିବା ପାଇଁ ଏହାକୁ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ଅଲିପୁରଦ୍ବାର ଲୋକସଭା କ୍ଷେତ୍ରରେ ଥିବା ସୁଦୂର ପାହାଡିଆ ଅଞ୍ଚଳରେ ଏହାକୁ ବ୍ୟବହାର କରାଯିବ । ଅଲିପୁରଦ୍ବାର ଲୋକସଭା କ୍ଷେତ୍ରରେ ମୋବାଇଲ ସ୍ୟାଡୋ ଜୋନରେ ୩୬ଟି ବୁଥ୍ ରହିଛି ଯେଉଁଠି ମୋବାଇଲ ନେଟୱାର୍କ ମିଳିବା ଅସମ୍ଭବ ।

ବକ୍ସା ହିଲ୍ସର ୩୬ଟି କମ୍ କଭରେଜ ଥିବା ବୁଥ୍ ମଧ୍ୟରୁ ୩ଟି ବୁଥ୍ ଯଥା ଅଦାମା, ଚୁନାବତୀ ଓ ବକ୍ସାରେ ବିଲକୁଲ ନେଟୱର୍କ ଆସେ ନାହିଁ । ସାଟେଲାଇଟ ଫୋନ ଜରିଆରେ ଭୋଟିଂ ପ୍ରକ୍ରିୟାରେ ନିଯୁକ୍ତ କର୍ମଚାରୀମାନଙ୍କ ସହ ସମ୍ପର୍କ କରିବା ପାଇଁ ତଥା ୧୯ ଏପ୍ରିଲରେ ମତଦାନର ହାର ସମ୍ବନ୍ଧରେ ଜାଣିବାକୁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ନେଇଛି । ଏ ସମ୍ବନ୍ଧରେ ଯଦିଓ ପୋଲିସ ଓ ବନ ବିଭାଗ ପାଖରେ ଆରଟି ମୋବାଇଲ ସେଟ ଥିଲେ ମଧ୍ୟ ଉତ୍ତମ ମୋବାଇଲ ନେଟୱର୍କ କଭରେଜ ପାଇଁ ସାଟେଲାଇଟ ଫୋନର ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ମୋବାଇଲ ସ୍ୟାଡୋ ଜୋନ ଗୁଡିକ ଟାଇଗର ରିଜର୍ଭ ଓ ଦୁର୍ଗମ ପାହାଡିଆ ଅଞ୍ଚଳରେ ଆସୁଛି । ବକ୍ସା ଡୁଆର୍ସର ବିଏଫପି ସ୍କୁଲରେ ମୋଟ ୭୮୦ ଜଣ ଭୋଟର ଥିବା ବେଳେ ପ୍ରାଇମେରୀ ସ୍କୁଲ ଅଦାମା ଫରେଷ୍ଟ ବସ୍ତିରେ ୪୬୧ ଜଣ ଭୋଟର ମତଦାନ କରିବେ । ଜଲପାଇଗୁଡି, ଅଲିପୁର ଦ୍ବାର ଓ କୁଚବିହାର ଲୋକସଭା କ୍ଷେତ୍ରରେ ବକ୍ସା ହିଲ୍ସ ଏକମାତ୍ର ଦୁର୍ଗମ ପାହାଡିଆ କ୍ଷେତ୍ର ରହିଛି ।

ଏହା ମଧ୍ୟ ପଢନ୍ତୁ ...ଏଥର ବୟସ୍କଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛନ୍ତି ବୟସ୍କ ଭୋଟର - LOK SABHA ELECTION 2024

ସୂଚନା ଅନୁସାରେ ଏହି ସବୁ ମତଦାନ କେନ୍ଦ୍ରକୁ ନିଯୁକ୍ତ କର୍ମଚାରୀମାନେ ପାଦରେ ଚାଲି ପହଞ୍ଚିବେ । ଏହି ବୁଥ୍ ଗୁଡିକରେ ୱେବକାଷ୍ଟିଂ କରାଯିବ । ଏହାସହ ମତଦାନ କେନ୍ଦ୍ର ତଥା ଏହାର ଆଖପାଖର ଶବ୍ଦଗୁଡିକୁ ରେକର୍ଡ କରାଯିବ । ଅଲିପୁରଦାର ଜିଲ୍ଲା ମାଜିଷ୍ଟ୍ରେଟ ଆର ଭିମାଲା କହିଛନ୍ତି, "ବକ୍ସା ପାହାଡରେ ଅଦମା, ଚୁନାବତୀ ଏବଂ ବକ୍ସା ବୁଥ ଅଛି । ଭୋଟରଙ୍କୁ ଭୋଟ୍ ଦେବାକୁ ସେଠାକୁ ଯିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ଏହା ବ୍ୟତୀତ 30ରୁ ଅଧିକ ଏମିତିଆ ବୁଥ୍ ଅଛି ଯେଉଁଗୁଡିକ ମୋବାଇଲ୍ ଫୋନ୍ ସ୍ୟାଡୋ ଜୋନର ଅନ୍ତର୍ଭୁକ୍ତ । ସେଠାରେ ୱେବ୍ କ୍ୟାମ୍ପ ରେକର୍ଡିଂ କରାଯିବ । ତଥାପି, କୌଣସି ଲାଇଭ କଭରେଜ୍ ହେବ ନାହିଁ । କିନ୍ତୁ ରେକର୍ଡିଂ ସମଗ୍ର ଅବଧି ପାଇଁ ଜାରି ରହିବ । ଏହା ବ୍ୟତୀତ, ଆମେ ମତଦାନ କର୍ମଚାରୀଙ୍କ ବିଷୟରେ ଖବର ଏବଂ ସୂଚନା ପାଇବା ପାଇଁ ଆରଟିସି ସାଟେଲାଇଟ୍ ଫୋନ ବ୍ୟବହାର କରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details