ଓଡିଶା

odisha

ETV Bharat / bharat

ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା; ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ଥିଲେ ପ୍ରୀତି, କୋଭିଡ ନିୟନ୍ତ୍ରଣରେ ଥିଲା ପ୍ରମୁଖ ଭୂମିକା - New UPSC Chairperson - NEW UPSC CHAIRPERSON

New UPSC Chairperson: IAS ଅଧିକାରୀ ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା । 2022ରୁ ଆୟୋଗର ଥିଲେ ସଦସ୍ୟା । ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି । ଅଧିକ ପଢନ୍ତୁ

IAS ଅଧିକାରୀ ପ୍ରୀତି ସୁଦାନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି
IAS ଅଧିକାରୀ ପ୍ରୀତି ସୁଦାନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି (ETV Bharat Odisha)

By ETV Bharat Odisha Team

Published : Jul 31, 2024, 11:37 AM IST

ନୂଆଦିଲ୍ଲୀ: ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ (UPSC)ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ପ୍ରୀତି ସୁଦନ । ପ୍ରୀତି ହେଉଛନ୍ତି 1983 ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ‘ଆଇଏଏସ’ ଅଧିକାରୀ । ସେ ପ୍ରଶାସକ ଜୀବନରୁ ଅବସର ଗ୍ରହଣ କରିବା 2022 ରୁ UPSCର ସଦସ୍ୟ ଭାବେ ସାମିଲ ହୋଇଥିଲେ । ନିକଟରେ ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେବା ପରେ ପ୍ରୀତି ଏବେ ଆୟୋଗର ସର୍ବୋଚ୍ଚ ପଦ ଗ୍ରହଣ କରିବାକୁ ଯାଉଛନ୍ତି । ଆସନ୍ତାକାଲି ସେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିବେ ।

ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି (ETV Bharat Odisha)

ପ୍ରୀତିଙ୍କ ସମ୍ପର୍କରେ...

ପ୍ରୀତି ରାଜ୍ୟ ଓ କେନ୍ଦ୍ର ପ୍ରଶାସନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ ହୋଇଛନ୍ତି । 37ବର୍ଷର ପ୍ରାଶାସକ ଜୀବନ ପରେ 2020 ରେ ସେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ । କୋଭିଡ ସମୟରେ ସେ ସ୍ବାସ୍ଥ୍ୟ ସଚିବ ଭାବେ ଚର୍ଚ୍ଚାକୁ ଆସିଥିଲେ । ଏହା ପୂର୍ବରୁ ମଧ୍ୟ ସେ ପ୍ରତିରକ୍ଷା ଓ କେନ୍ଦ୍ର ମହିଳା ସଶକ୍ତିକରଣ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ରାଜ୍ୟ କ୍ୟାଡରରେ ଥିବା ସେ ପର୍ଯ୍ୟଟନ, କୃଷି, ଅର୍ଥ ଓ ଯୋଜନା ବିଭାଗରେ ମଧ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ପ୍ରୀତି ସୁଦନ ହେଲେ UPSC ଅଧ୍ୟକ୍ଷା, ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି (ETV Bharat Odisha)

ନିକଟରେ ଇସ୍ତଫା ଦେଇଥିଲେ ମନୋଜ ସୋନି:-

ଜୁଲାଇ 20 ତାରିଖରେ‘ୟୁପିଏସି’ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ମନୋଜ ସୋନି । ବର୍ଷେ କି ଦୁଇ ବର୍ଷ ନୁହେଁ, ବରଂ କାର୍ଯ୍ୟକାଳ ଶେଷ ହେବାର ଦୀର୍ଘ 5ବର୍ଷ ପୂର୍ବରୁ ମନୋଜ ଆୟୋଗର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ଇସ୍ତଫା ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ । ଏହି ଇସ୍ତଫାର, ଜାରି ରହିଥିବା ବିବାଦ ସହ କୌଣସି ସମ୍ପର୍କ ନଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:- ଆହୁରି ବଢିଲା ସସପେନ୍ସ, ଅଚାନକ ପଦ ଛାଡିଲେ UPSC ଅଧ୍ୟକ୍ଷ ମନୋଜ ସୋନି - UPSC Chairperson Manoj Soni resigns

କାହିଁକି ବିବାଦ ଘେରରେ ‘ୟୁପିଏସସି’:-

ମହାରାଷ୍ଟ୍ରର ଟ୍ରେନି ‘ଆଇଏଏସ’ ଅଧିକାରୀ ପୂଜା ଖେଡକାରଙ୍କ ମାମଲାରେ ‘ୟୁପିଏସସି’ ବିବାଦ ଘେରରେ ରହିଛି । ଏହାରି ମଧ୍ୟରେ ପୂଜାଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ଦାଏର ହୋଇସାରିଛି । ତାଙ୍କୁ ପ୍ରୋବେସନାରୀ ଅଧିକାରୀ ଭାବେ ମିଳିଥିବା ପୋଷ୍ଟିଂରୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି । ପୂଜା ନିଜ ଆୟ ପ୍ରମାଣପତ୍ର ଓ ଶାରିରୀକ ଭିନ୍ନକ୍ଷମତା ସମ୍ପର୍କରେ ମିଥ୍ୟା ମେଡିକାଲ ପ୍ରମାଣପତ୍ର ଦେଇ ଚୟନ ହେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଚୟନ ସମୟରେ ରହିଥିବା ନିର୍ଦ୍ଦେଶାବଳି ଉଲ୍ଲଂଘନ କରିବା ସହ ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭତି ଦେଖାଯାଇଥିବା ଅଭିଯୋଗ ହେବା ପରେ ‘ୟୁପିଏସସି’ର ସ୍ବଚ୍ଛ୍ବତା ଉପରେ ପ୍ରଶ୍ନବାଚୀ ଉଠିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details