ଓଡିଶା

odisha

ETV Bharat / bharat

Plane Crash: ବାୟୁସେନାର MiG-29 ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ - IAF MiG 29 Crashed - IAF MIG 29 CRASHED

IAF fighter plane MiG 29 crashes in Rajasthan: ଭାରତୀୟ ବାୟୁସେନାର MiG-29 ବିମାନ ଦୁର୍ଘଟଣାଗ୍ରସ୍ତ । ପ୍ରଶିକ୍ଷଣ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ସମ୍ପର୍ଣ୍ଣ ଜଲିଯାଇଛି । ଅଧିକ ପଢନ୍ତୁ

IAF MiG 29 Crashed
IAF MiG 29 Crashed (Etv Bharat)

By ETV Bharat Odisha Team

Published : Sep 3, 2024, 8:13 AM IST

Updated : Sep 3, 2024, 8:36 AM IST

ଜୟପୁର: ରାଜସ୍ଥାନରେ ବିମାନ ଦୁର୍ଘଟଣା । ଭାରତୀୟ ବାୟୁସେନାର MiG-29 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରଶିକ୍ଷଣ ସମୟରେ ବାୟୁସେନାର ଏହି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏଭଳି ଘଟଣା ଘଟିଛି ବାରମେର ଜିଲ୍ଲାର ନାଗାନା ପୋଲିସ ଷ୍ଟେସନ ଅଞ୍ଚଳରେ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନାହିଁ । ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଏବଂ ବାୟୁସେନା ଅଧିକାରୀମାନେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ।

କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଭାରତୀୟ ବାୟୁସେନା ଏହି ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇ କହିଛି ଯେ, "ସେକ୍ଟରରେ ନିୟମିତ ରାତ୍ରି ପ୍ରଶିକ୍ଷଣ ସମୟରେ, IAF MiG-29ରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଫଳେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ନିଆଁ ଲାଗିଯାଇଥିଲା । ବିମାନ ମଧ୍ୟରେ ଥିବା ପାଇଲଟ ବାହାରକୁ ପଳାଇ ଆସିଥିଲେ। ବର୍ତ୍ତମାନ ସେ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାରେ କାହାର ଜୀବନ ହାନି ହୋଇନାହିଁ । ଏହି ଘଟଣାରେ କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲା ମିଗ-29 ବିମାନ, ଉଡାଣ ବେଳେ ଖସିପଡିଲା ଅତିରିକ୍ତ ଇନ୍ଧନ ଟାଙ୍କି

ହୁତୁ ହୁତୁ ହୋଇ ଜଳିଗଲା ବିମାନ: ବାରମେର ଜିଲ୍ଲା କଲେକ୍ଟର ନିଶାନ୍ତ ଜେନା ଏବଂ ଏସପି ନରେନ୍ଦ୍ର ସିଂ ମୀନା କହିଛନ୍ତି ଯେ, '' ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନାଗାନା ପୋଲିସ ଷ୍ଟେସନ ଅଞ୍ଚଳର ବାନ୍ଦ୍ରା ପଞ୍ଚାୟତର ଆଲାନିଓ କି ଧାନି ନିକଟରେ ମିଗ 29 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା। ଏହା ପରେ ବିମାନରେ ନିଆଁ ଲାଗି ଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନିକଟସ୍ଥ ଲୋକଙ୍କ ମଧ୍ୟରେ ଭଯର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ପୋଲିସ ଓ ପ୍ରଶାସନକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଏବଂ ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହା ମଧ୍ୟ ପଢନ୍ତୁ-ଶ୍ରୀନଗରରେ ମିଗ୍‌-୨୧ର ସ୍ଥାନ ନେଲା ମିଗ୍‌-୨୯ ସ୍କ୍ୱାର୍ଡନ

ପୂର୍ବରୁ ମିଗ୍‌-29 ବିମାନ ଉଡ଼ାଣ ସମୟରେ ଅତିରିକ୍ତ ଇନ୍ଧନ ଟାଙ୍କି ଖସିପଡିଥିଲା: ଗତବର୍ଷ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା ମିଗ-29 ବିମାନ । ରୁଟିନ ଟ୍ରେନିଂ ଉଡ଼ାଣ ଭରିଥିବା ବେଳେ ବିମାନରୁ ଖସିପଡିଥିଲା ଅତିରିକ୍ତ ଇନ୍ଧନ ଟାଙ୍କି । ପଶ୍ଚିମବଙ୍ଗର ମିଡନାପୁର ପଶ୍ଚିମ ଜିଲ୍ଲାର କାଲାଇକୁଣ୍ଡା ଏୟାରବେସ୍ ନିକଟରେ ଥିବା ଏକ ଜଙ୍ଗଲରେ ଇନ୍ଧନ ଟାଙ୍କି ପଡିଯାଇଥିବା ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇତିଲେ । ମିଗ୍-29 ଲଢୁଆ ବିମାନ ଆକ୍ରମଣ ସହ ଶତ୍ରୁର ଆକ୍ରମଣ ପ୍ରତିରୋଧ କରିପାରିବ । ମିଗ୍-29 ଆକାଶରୁ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ ଓ ଆକାଶରୁ ଭୂପୃଷ୍ଟକୁ ଅସ୍ତ୍ର ନିକ୍ଷେପ କ୍ଷମତା ରହିଛି । ଯୁଦ୍ଧ ସମୟରେ ଏହି ଲଢୁଆ ବିମାନ ଶତ୍ରୁର ଲଢୁଆ ବିମାନକୁ ଜାମ୍ କରିପାରିବ ଏବଂ ରାତିରେ ସେନା ଅପରେସନ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ-ମିଗ -29 କେ ବିମାନ ଦୁର୍ଘଟଣା ଗ୍ରସ୍ତ, ଜଣେ ପାଇଲଟ ଉଦ୍ଧାର

ଏହା ମଧ୍ୟ ପଢନ୍ତୁ-ବାୟୁସେନାର ମିଗ-29 ବିମାନ ଦୁର୍ଘଟଣାଗ୍ରସ୍ତ,ପାଇଲଟ ସୁରକ୍ଷିତ

ଏହା ମଧ୍ୟ ପଢନ୍ତୁ-‘ଲେହରେ ଯେକୌଣସି ଆହ୍ବାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବାୟୁସେନା’

Last Updated : Sep 3, 2024, 8:36 AM IST

ABOUT THE AUTHOR

...view details