ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ଇରାନରୁ ମୁକ୍ତ ହେବେ ବନ୍ଧକ ଭାରତୀୟ: ଏସ ଜୟଶଙ୍କର - EAM S jaishankar

Minister S Jaishankar On Iran Issue: ଇରାନରେ ବନ୍ଦୀ ଥିବା ଭାରତୀୟମାନେ ଖୁବଶୀଘ୍ର ମୁକ୍ତି ପାଇବେ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । କେବଳ ଦେଶ ଭିତରେ ନୁହେଁ ବରଂ ବିଦେଶରେ ମଧ୍ୟ ମୋଦି ଗ୍ୟାରେଣ୍ଟିର ପ୍ରଭାବ ରହିଛି ବୋଲି କହିଲେ ଜୟଶଙ୍କର । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 15, 2024, 5:41 PM IST

Minister S Jaishankar
Minister S Jaishankar

ବେଙ୍ଗାଲୁରୁ: ବିଦେଶରେ ଭାରତୀୟମାନଙ୍କ ସମସ୍ୟା ବିଷୟରେ ସ୍ପଷ୍ଟୀକରଣ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ବେଙ୍ଗାଲୁରୁର ମାଲେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଶ୍ବିକ ସ୍ତରର ସମସ୍ୟାଗୁଡିକୁ ବେଶ ଭଲ ଭାବରେ ଗୁରୁତ୍ବ ସହିତ ନିର୍ବାହ କରୁଛନ୍ତି, ଖାସ୍ କରି ଋଷ-ଯୁକ୍ରେନ ଯୁଦ୍ଧ ଓ ଇଣ୍ଡୋ-ପାସିଫିକ୍ ସମସ୍ୟା ଉପରେ ନଜର ରଖିଛନ୍ତି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏକ ସମ୍ବେଦନଶୀଳ ମାମଲା । ଆମେ ଉଭୟ ଦେଶଗୁଡିକ ସହ କଥା ହୋଇସାରିଛୁ ।" ଇରାନ୍ ଖୁବଶୀଘ୍ର ବନ୍ଧକ ଥିବା ଭାରତୀୟମାନଙ୍କୁ ମୁକ୍ତ କରିବା ବୋଲି ଆଶା ପ୍ରକଟ କରିଛନ୍ତି ଜୟଶଙ୍କର ।

ଏହା ସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିବା ସହ କହିଛନ୍ତି, "କେବଳ ଦେଶ ଭିତରେ ନୁହେଁ ବରଂ ବିଦେଶରେ ମଧ୍ୟ ମୋଦି ଗ୍ୟାରେଣ୍ଟିର ପ୍ରଭାବ ରହିଛି । ଗତକାଲି ଇରାନ ପ୍ରତିପକ୍ଷଙ୍କ ସହ ଭାରତୀୟମାନଙ୍କ ମୁକ୍ତି ପାଇଁ ସକରାତ୍ମକ କଥାବାର୍ତ୍ତା ହୋଇଛି । ଇରାନ କବଜାରେ ଥିବା ଭାରତୀୟମାନଙ୍କୁ ଆମର ବିଦେଶ ମନ୍ତ୍ରଣାଳୟର ଅଧିକାରୀ ଭେଟ କରିଛନ୍ତି ଏବଂ ଖୁବଶୀଘ୍ର ଇରାନ ବନ୍ଦୀ ଥିବା ଭାରତୀୟଙ୍କୁ ମୁକ୍ତ କରିବ ବୋଲି ଆଶା ରହିଛି । "

ଏହା ମଧ୍ୟ ପଢନ୍ତୁ ...CJIଙ୍କୁ ଚିଠି ଲେଖିଲେ 21 ପୂର୍ବତନ ବିଚାରପତି, 'ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ହେଉଛି ଉଦ୍ୟମ' - Retired Judges Letter To CJI

ସେହିପରି ଆମେରିକାରେ ଭାରତୀୟମାନଙ୍କ ଉପରେ ହେଉଥିବା ଲଗାତାର ଆକ୍ରମଣ ସମ୍ପର୍କରେ ଜୟଶଙ୍କର କହିଛନ୍ତି, "ଏହି ସମସ୍ୟା ଆମ ପାଇଁ ବେଶ ଚିନ୍ତାଜନକ ଅଟେ । ଯେଉଁ ଭାରତୀୟ ବିଶେଷ, କରି ଛାତ୍ରମାନଙ୍କର ଆକ୍ରମଣରେ ନିଧନ ହୋଇଛି, ସେମାନଙ୍କ ପରିବାର ପ୍ରତି ଆମର ଯଥେଷ୍ଟ ସମବେଦନା ରହିଛି । ଆମର ମନ୍ତ୍ରଣାଳୟ ଓ ଦୂତାବାସ ଏ ସମ୍ପର୍କରେ ଖାସ ନଜର ରଖିଛି । ସେଠାକୁ ନୂଆ କରି ଭାରତୀୟ ଛାତ୍ର ଯାଉଥିଲେ, ଭାରତୀୟ ଦୂତାବାସକୁ ସ୍ବତନ୍ତ୍ର ରୂପେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । " ଆମେରିକାରେ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଆମର ପ୍ରାଥମିକତା ଭାବେ ରହିଛି ବୋଲି ଜୟଶଙ୍କର କହିଛନ୍ତି ।

ଖୁବଶୀଘ୍ର ବେଙ୍ଗାଲୁରୁରେ ଆମେରିକୀୟ ଦୂତାବାସ ନିର୍ମାଣ ପାଇଁ ଦାବି ଉପରେ ଆମେରିକା କନସୁଲେଟଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ଜୟଶଙ୍କର । ନିଜର ନିର୍ବାଚନ ଲଢିବା ନେଇ ସେ କହିଛନ୍ତି ଯେ, " ବିଭିନ୍ନ ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ସମେତ ଦେଶର ଅନେକ ସ୍ଥାନରୁ ମୋର ପ୍ରାର୍ଥୀତ୍ବକୁ ନେଇ ସରଗରମ ଚର୍ଚ୍ଚା ହେଉଛି । କିନ୍ତୁ ମୋତେ ହାଇକମାଣ୍ଡ ସମଗ୍ର ଦେଶରେ ଭ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ତାହାକୁ ମୁଁ ଅନୁସରଣ କରୁଛି । ସେହିପରି ବିଜେପିର ସଂକଳ୍ପ ପତ୍ରରେ ଦେଶର ସବୁ ବର୍ଗର ବିକାଶକୁ ମହତ୍ତ୍ବ ଦିଆଯାଇଛି ।" ଆମର ବିଗତ ୧୦ ବର୍ଷର ସଫଳତା ଲୋକଙ୍କ ସମ୍ମୁଖରେ ରହିଛି ଏବଂ ଆଗାମୀ ୫ ବର୍ଷ ପାଇଁ ମୋଦି ଗ୍ୟାରେଣ୍ଟିର ସଂକଳ୍ପ ରହିଛି ବୋଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details