ଓଡିଶା

odisha

ଜୁନ ୬ ରାଶିଫଳ: ସ୍ୱାମୀଙ୍କଠୁ ମିଳିବ ସରପ୍ରାଇଜ ! ସାବିତ୍ରୀ ବ୍ରତରେ ଦେଖି ନିଅନ୍ତୁ ରାଶିଫଳ - DAILY HOROSCOPE

By ETV Bharat Odisha Team

Published : Jun 6, 2024, 9:43 AM IST

Horoscope Of 6th June: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ
କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (ETV Bharat Odisha)

ମେଷ:ଆଜିରଦିନଟି ଆପଣଙ୍କର ମଧ୍ୟମ ଧରଣର ରହିବ । ମାନ୍ଦାଳିଆ ଲାଗିପାରେ । ଆପଣଙ୍କ ସଚେତନତା ହାନି ଯୋଗୁଁ ଖର୍ଚ୍ଚ ବଢିପାରେ । ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇପାରେ । ତା ଉପରେ ନଜର ରଖନ୍ତୁ, କିନ୍ତୁ ଗୋଟିଏ ସୀମା ପର୍ଯ୍ୟନ୍ତ ଆପଣ ବ୍ୟଥିତ ହେବେ । ଆର୍ଥିକ ପରିସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ଅଛି । ପ୍ରତିକୂଳ ଭାବନାଠାରୁ ଆପଣ ଦୂରରେ ରହିଲେ ଆପଣଙ୍କ ପାଇଁ ଭଲ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (ARIES)
କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (TAURUS)

ବୃଷ: ଆଜି ଆପଣ ଭିତରୁ ସୁସ୍ଥ ଏବଂ ଆରାମ ଅନୁଭବ କରିବେ । ଏହା ସକାଳର ଯୋଗ କ୍ଲାସ୍‌ , କିମ୍ବା ନୂଆ ଖାଦ୍ୟାଭ୍ୟାସ ଯୋଗୁଁ ହୋଇପାରେ । ଯଦିଓ ଏଥିପାଇଁ କୌଣସି କାରଣ ଖୋଜିବାର ଆବଶ୍ୟକ ନାହିଁ, କେବଳ ଫଳାଫଳର ମଜା ନିଅନ୍ତୁ । ଆପଣ ସୁସ୍ଥ, ତତ୍ପର, ଖୁସି ଅନୁଭବ କରିବେ । ଏହି ପ୍ରକାର ଆନନ୍ଦ ସଠିକ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଅନୁମତି ଦେବ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (GEMINI)

ମିଥୁନ:ଆପଣ ଆପଣଙ୍କ ସାଥୀଙ୍କ ସହ କିମ୍ବା ପୁତ୍ର ସହ ଯୁକ୍ତିତର୍କ କରିପାରନ୍ତି । ଆପଣ ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି। ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍‌ ଆପଣ ଅପମାନିତ ହୋଇପାରନ୍ତି, ପ୍ରିୟଜନକୁ ଆଘାତ କରିପାରନ୍ତି, ଏବଂ ଏହା ବଡ ଧରଣର ରୂପ ନେଇପାରେ । ଏହି ପ୍ରକାର ବିରକ୍ତି ଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (CANCER)

କର୍କଟ: ଆପଣଙ୍କ ଆୟ ମାର୍ଗରେ ବୃଦ୍ଧି ଆସିପାରେ, ଏବଂ ଆପଣ ତାହାକୁ ଖୁସିର ସହ ପାଳନ କରିବାକୁ ଚାହାନ୍ତି । ଏହି ଖୁସି ଆପଣଙ୍କ ପରିବାର କିମ୍ବା ବନ୍ଧୁ ବର୍ଗ ସହ ବୁଲାବୁଲି କରିପାରନ୍ତି, କିମ୍ବା ଏହା ଯୁକ୍ତ ବ୍ୟବସାୟ ଏବଂ ଆନନ୍ଦ ଆକାରରେ ହୋଇପାରେ । ଆପଣଙ୍କ ପୁତ୍ର ସହ କିମ୍ବା ସାନ ସଂପର୍କିୟଙ୍କ ସହ ଭଲ ସମୟ ବିତାଇବେ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (LEO)

ସିଂହ: ଆପଣଙ୍କ ଚାକିରୀରେ ପ୍ରଭାବ ଏବଂ ମର୍ଯ୍ୟାଦା ବଢିପାରେ । ଆପଣଙ୍କର ଦକ୍ଷତା ଏବଂ ସୃଜନଶୀଳତା ପ୍ରଶଂସିତ ଏବଂ ପୁରସ୍କୃତ ଯୋଗ୍ୟ ହେବେ । ଆପଣ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଆପଣଙ୍କ କାର୍ଯ୍ୟକଳାପକୁ ପରିଚାଳିତ କରିବେ । ଆଗ୍ରହ ଏବଂ ଲାଭ ଆଗରେ ଅପେକ୍ଷାରତ । ସ୍ଥାୟୀ ଏବଂ ଅସ୍ଥାୟୀ ସମ୍ପତ୍ତି ସମ୍ବନ୍ଧୀୟ ବିଷୟରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଭଲ ଦିନ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (VIRGO)

କନ୍ୟା: ଆପଣ ଆଜି ଦିନରେ ଚିନ୍ତିତ ଏବଂ ବ୍ୟଥିତ ହେବା ପ୍ରସ୍ତୁତ ରୁହନ୍ତୁ । ଆପଣଙ୍କ ମନ ଚିନ୍ତା ଏବଂ ବ୍ୟସ୍ତତା ପୂର୍ଣ୍ଣ ରହିପାରେ । ଆପଣ କାର୍ଯ୍ୟ କରିବାରେ ଆଳସ୍ୟତା, ଦୁର୍ବଳତା ଏବଂ ଅନାଗ୍ରହତା ଅନୁଭବ କରିପାରନ୍ତି । ସହକର୍ମୀ ଏବଂ ସିନିଅରମାନେ ଦାୟିତ୍ୱବାନ କିମ୍ବା ସାହାଯ୍ୟକାରୀ ହୋଇନପାରନ୍ତି । ଜବରଦସ୍ତ ପ୍ରତିଯୋଗୀତା ଏବଂ ଶତ୍ରୁତାର ସଂକେତ ରହିଛି । ନିଜେ ନିଜକୁ ସଜାଗ ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (LIBRA)

ତୁଳା: ଆପଣ କାହା ସହିତ ଯୁକ୍ତିତର୍କ କରିପାରନ୍ତି । ଶାନ୍ତ ଏବଂ ନୀରବ ରୁହନ୍ତୁ । ଭଦ୍ର ଏବଂ ବ୍ୟବହାରଶୀଳ ହୁଅନ୍ତୁ । ଆପଣଙ୍କ ଶତ୍ରୁଙ୍କ ପ୍ରତି ସଜାଗ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଯଦିଓ ଆଶାନୁତୀତ ଆୟ ଏବଂ ଲାଭର ଦୃଢ ଭାବରେ ସଙ୍କେତ ଅଛି । ଆପଣ ଯାଦୁବିଦ୍ୟା ଏବଂ ଆଧ୍ୟାତ୍ମିକ ଜିନିଷ ଉପରେ ସଂଶ୍ଳିଷ୍ଟ ହୋଇପାରନ୍ତି । ଧ୍ୟାନ ଶାନ୍ତି ପ୍ରଦାନ କରିବ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (SCORPIO)

ବିଛା:ଆଜି ହେଉଛି ଏକ ଖୁସି ଏବଂ ଆନନ୍ଦ, ହସଖୁସି ମଉଜ ମଜଲିସ୍‌ କରିବାର ଦିନ । ନିଥ ସାଥୀଙ୍କ ସହ ବାହାରକୁ ଯାଇ ପିକ୍‌ନିକ୍‌ ଉପଭୋଗ କରିବେ । ଆପଣ ଏକ ଆନନ୍ଦମୟ ସମୟ ଆଡକୁ ଦେଖିବା ଉଚିତ୍‌ । ନୂଆ ଗାଡି, ଭଲ ଖାଇବା, ବୁଲାବୁଲି କରିବା ପ୍ରଭୃତି ଆପଣ ପାଇପାରନ୍ତି । ଆପଣଙ୍କର ଜନପ୍ରିୟତା ଏବଂ ମର୍ଯ୍ୟାଦା ବଢିବ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (SAGITTARIUS)

ଧନୁ:ଆପଣ ପାଇଁ ଏହା ଗୋଟିଏ ବଢିଆ ଦିନ । ଆପଣଙ୍କ ଘରର ପରିସର ଉଜ୍ୱଳ ଏବଂ ଆନନ୍ଦମୟ ରହିବ । ଦିନ ସାରା ଆପଣ ସତେଜ ଏବଂ ଶକ୍ତି ସଂମ୍ପନ୍ନ ରହିବେ । ଅଫିସ୍‌ରେ କାମ ଆପଣଙ୍କ ପାଇଁ ଆନନ୍ଦମୟ ରହିବ । ଆପଣ ଅଫିସ୍‌ ଯାଉଥିବା ବ୍ୟକ୍ତି ହୋଇଥାନ୍ତୁ କିମ୍ବା ବ୍ୟବସାୟୀ ହୋଇଥାନ୍ତୁ, ଆପଣ ଆଶାନୁତୀତ ଭାବରେ ସହଯୋଗ ଏବଂ ସହାୟତା ପାଇପାରିବେ । ଘରୁ ପ୍ରୋତ୍ସାହନମୂଳକ ଖବର ଆସିବାର ସଙ୍କେତ ଅଛି ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (CAPRICORN)

ମକର: ତାରକାମାନେ ଠିକ୍‌ ସ୍ଥାନରେ ନଥିବା ହେତୁ ଆପଣ ବ୍ୟଥିତରେ ଅଛନ୍ତି । ଏହା ବିଭିନ୍ନ କାରଣରୁ ହୋଇପାରେ- ଆପଣଙ୍କୁ ବ୍ୟଥିତ କରୁଥିବା କାରଣ ପ୍ରତି ଅସଚେତନତା ହୋଇପାରନ୍ତି । ଆପଣଙ୍କର ମାନସିକ ସ୍ତରରେ ଅସ୍ଥିରତା ଦେଖାଦେଇପାରେ । ଏହା ଆପଣଙ୍କର ସିଦ୍ଧାନ୍ତ ନେବା କ୍ଷମତାକୁ ଦୁର୍ବଳ କରିଦେବ । ଆପଣ ଘର କିମ୍ବା ଅଫିସ୍‌ରେ କିଛି ସମସ୍ୟାକୁ ନେଇ ବ୍ୟଥିତ ରହି ପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (AQUARIUS)

କୁମ୍ଭ:ଆପଣ ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଶାନ୍ତତା ଏବଂ ମନର ସ୍ୱଛତାର ଅଭାବ ଆପଣଙ୍କୁ ଅସୁବିଧା ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ । ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍‌ ସମୟରେ ଶେଷ ହୋଇଯାଇପାରେ । ଫଳରେ ଆପଣ ସାଙ୍ଗମାନଙ୍କ ମଧ୍ୟରେ ସମ୍ମାନ ରୂପରେ ଲାଭ ପାଇ ପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଆଜିର ରାଶିଫଳ, ଜାଣନ୍ତୁ (PISCES)

ମୀନ:କୌଣସି ପ୍ରକାର ସାମୁହିକ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମର ଦିନ । ଆପଣଙ୍କ ପାଖରେ ଅନେକ ପ୍ରକାର ଭାବନା ଅଛି । ଆପଣଙ୍କ କଳ୍ପନା ଶକ୍ତି ସବୁଠାରୁ ଉପରେ, ଏବଂ ଆଲୋଚନା ପ୍ରତି ଆପଣଙ୍କର ପ୍ରଭାବଶୀଳ ଅବଦାନ ଅଛି । ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ଆକର୍ଷଣୀୟ ଭାବନା ଭିତରୁ ଆପଣଙ୍କ ସୃଜନଶୀଳ ଭାବନା ଅଧିକ ଲାଭପ୍ରଦ ହେବ । କାମରେ ଆପଣଙ୍କ ଚମକତା, ଏବଂ ଆପଣଙ୍କ ସ୍ଥିରତା, ଏବଂ ଆତ୍ମବିଶ୍ୱାସ ଆପଣଙ୍କୁ ଆଗକୁ ଆଗକୁ ଟାଣିବ ।

ABOUT THE AUTHOR

...view details