ଓଡିଶା

odisha

ଜୁନ ୨୦ ରାଶିଫଳ: ବଡ଼ ପରିବର୍ତ୍ତନ ପାଇଁ ଏହି ରାଶି ବ୍ୟକ୍ତି ରୁହନ୍ତୁ ପ୍ରସ୍ତୁତ, ଆୟ ସ୍ଥିତିରେ ହେବ ସୁଧାର - DAILY HOROSCOPE

By ETV Bharat Odisha Team

Published : Jun 20, 2024, 12:01 AM IST

Horoscope Of 20th June: ଆଜି ଆପଣଙ୍କ ଦିନ କେମିତି କଟିବ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ ଅଲୌକିକ ଓ ଦୈବିକ ଘଟଣାରେ ନିଜର ଇଚ୍ଛା ପ୍ରକଟ କରିବେ ଓ ଆଜି ଏହା ହିଁ ଆପଣଙ୍କ ସଉକ ହେବ । ଏହାର ଅର୍ଥ ଆଜି ଆପଣ ଠାକୁର ପୂଜାରେ ନିଜକୁ ନିଯୋଜିତ କରିବେ । ମନ୍ଦିର ପରିଦର୍ଶନ କରିବା ସହ ଘରର ସୁଖଶାନ୍ତି ପାଇଁ ହୋମ, ଯଜ୍ଞ କରିପାରନ୍ତି । ଏହା କରିବା ଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତ ମିଳିବ । ଏହାଛଡା ଆପଣ ଆଜି ତନ୍ତ୍ର କିମ୍ଵା ଅନ୍ୟ ଅପସାମାନ୍ୟ ଘଟଣାଗୁଡିକ ଉପରେ ଏକ ଦାମୀ ବହି କିଣିପାରନ୍ତି । କିନ୍ତୁ, ଆପଣ ଏଥିରୁ ପାଇବା ଜ୍ଞାନକୁ କେବଳ ଶାନ୍ତି ଉଦ୍ଦେଶ୍ୟରେ ବ୍ୟବହାର କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣ ନିଜକୁ ଏକ ଦୋଛକିରେ ପାଇବେ ଓ ପ୍ରତି ପାଦରେ ଆପଣଙ୍କୁ କିଛି ଭଲ ଓ କିଛି ଖରାପ ଉଭୟ ମିଳିବ । ସଂପର୍କରେ ବେଳେବେଳେ ଭୁଲ ଯୋଗାଯୋଗ ହୁଏ; ପରିସ୍ଥିତିକୁ ଅଧିକ ଖରାପ ନ କରିବା ପାଇଁ, ଏହାକୁ ନେଇ ଯୁକ୍ତି କରିବା ପରିବର୍ତ୍ତେ ଏହା ବିଷୟରେ ଆଲୋଚନା କରିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଭାବନା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ସନ୍ଧ୍ୟାରେ ଆପଣ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଏକ ଭଲ ସମୟ କଟାଇପାରନ୍ତି ଯାହା ଦ୍ଵାରା ଆପଣଙ୍କ ଆତ୍ମା ଉପରେ ଥିବା ବୋଝ କମିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ ଓ ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ । କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ । ଏନେଇ ଆପଣ ଟିକିଏ ସତର୍କତା ଅବଲମ୍ୱନ କରନ୍ତୁ ଏବଂ ନିଜର ମନ ସ୍ଥିର କରି କାର୍ଯ୍ୟକ୍ଷେତ୍ରରେ ମନ ଦିଅନ୍ତୁ । ଆପଣ ଆଜି କୌଣସି ନୂତନ କର୍ମାରମ୍ଭ କରନ୍ତୁ ନାହିଁ । ସମ୍ପର୍କରେ ଉପୁଜିଥିବା କୌଣସି ଭୁଲ ବୁଝାମଣାକୁ ଆଲୋଚନା କରି ଦୂର କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଏହା ଆହ୍ଵାନର ଦିନ ହେବ । ଆପଣ ନୂଆ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ହେବେ । କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକି ଥିବା କାମ ଶେଷ କରିବେ । ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତରଣ ହୋଇପାରେ । ଜର ଗୁରୁତ୍ତ୍ୱପୁର୍ଣ୍ଣ ସମୟକୁ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ବିତାଇବେ । ପ୍ରତିଦାନରେ ଆପଣ ସେମାନଙ୍କଠାରୁ ବିନାଚୁକ୍ତିରେ ସାହାଯ୍ୟ ପାଇପାରିବେ । ଆପଣଙ୍କର ଆଧ୍ୟାତ୍ମିକ ଜ୍ଞାନ ଯୋଗୁଁ ପ୍ରତିଷ୍ଠା ଲାଭ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନାଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ । ଆଜି ଆପଣ ହଠାତ ରାଗିଯାଇପାରନ୍ତି । ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବହି ଯାଇପାରନ୍ତି । ଫଳରେ ଆପଣ ରୁକ୍ଷ ବ୍ୟବହାର ଏବଂ କଥା କହିବାର ଶୈଳୀ ଯୋଗୁଁ ତର୍କର ମୁଖ୍ୟ କାରଣ ହୋଇପାରେ । ଏଣୁ ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ୍‌ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ହୋଇପାରେ ।ଆପଣଙ୍କ ନେତୃତ୍ଵ ଦକ୍ଷତା ହେଉଛି ଏକ ବିଶେଷତା ଓ ଆପଣ ଯେପରି ଆପଣଙ୍କ ଦଳକୁ ସମ୍ଭାଳିଥାଆନ୍ତି । ସେଥିପାଇଁ ଆପଣ ପ୍ରଶଂସା ପାଇବେ । ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ । ଏହା ପାଇବା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିପାରିବେ । ଆପଣ ନିଜର ପ୍ରିୟଜନ ଓ ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା:ଆଜିର ଦିନରେ ଆପଣ ନିଜର ଆତ୍ମବିଶ୍ୱାସ ବଳରେ ଯେଉଁ କାର୍ଯ୍ୟ ହାତକୁ ନେବେ, ସେଥିରେ ସୁଫଳତା ଅର୍ଜନ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ । ମଉଜ ମଜଲିସ୍ ଏବଂ ଜିନିଷପତ୍ର କିଣାବିକାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ନିଜ ମନରେ ଦୃଢ଼ ବିଶ୍ୱାସ ରଖନ୍ତୁ । ସୃଜନଶୀଳ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତ ରଖିପାରନ୍ତି । ଆଜିର ଦିନ ଆପଣଙ୍କୁ ଚକିତ କରିବା ମଜାଦାର ଘଟଣା ଘଟାଇବାର ସୁଯୋଗ ବୃଦ୍ଧି କରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ସାମାଜିକ ଭାବେ ସମସ୍ତଙ୍କ ଧ୍ୟାନରେ ରହିବାକୁ ଆପଣଙ୍କୁ ଭଲ ଲାଗେ । କିନ୍ତୁ ଖରାପ ନଜର ଥିବା ଲୋକମାନଙ୍କ ପ୍ରତି ସଚେତନ ରୁହନ୍ତୁ କାରଣ ଆପଣଙ୍କ ପ୍ରତି ସେମାନଙ୍କ ଅଭିପ୍ରାୟ ଭଲ ନୁହେଁ । ଆପଣ ଜଣେ ଭଲ ମଣିଷ ଓ କଦାପି କାହାକୁ କଷ୍ଟ ଦିଅନ୍ତି ନାହିଁ । କିନ୍ତୁ ବେଳେବେଳେ ସୁରକ୍ଷିତ ରହିବା ପାଇଁ ଆପଣଙ୍କୁ ଆପଣଙ୍କ ଶତ୍ରୁଙ୍କ ଦୁର୍ବଳତା ଜାଣିବା ଗୁରୁତ୍ଵପୂର୍ଣ୍ଣ । ଆଜି ଆପଣଙ୍କର ଖର୍ଚ୍ଚର ମାତ୍ରା ଅତ୍ୟାଧିକ ହୋଇପାରେ । ଅବଶ୍ୟ ଏହି ଖର୍ଚ୍ଚ ଆପଣଙ୍କୁ ଅତ୍ୟାଧିକ ଆନନ୍ଦ ପ୍ରଦାନ କରିବାରେ ସହାୟକ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:ଆପଣଙ୍କ ବ୍ୟବସାୟ ସୀମାହୀନ ଭାବେ ବଢି ଚାଲିବ । ଦିନ ସାରା ଆପଣଙ୍କ ଆର୍ଥିକ ଲାଭ ଆସି ଆପଣଙ୍କୁ ଖୁସି ଦେବ । ଚାଲୁଥିବା କାମରୁ ସକାରାତ୍ମକ ସଙ୍କେତ ମିଳିବ । ଆପଣଙ୍କ ବିଶେଷଜ୍ଞ ପରାମର୍ଶ କାର୍ଯ୍ୟକ୍ଷେତ୍ରରେ ମୂଲ୍ୟବାନ ହେବ । କହିବାକୁ ଗଲେ ଆଜି ଦିନଟି କ୍ରିୟାକଳାପପୂର୍ଣ୍ଣ ରହିବ । ଆପଣଙ୍କର ବ୍ୟବହାର ଓ କଥାବାର୍ତ୍ତାରେ ସଂମଯତା ରକ୍ଷା ନ କରିବାର ପ୍ରକୃତି ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ । ଆପଣ ଆଜିର ଅଧିକାଂଶ ସମୟ ଯୁକ୍ତିତର୍କ ଏବଂ ଏହାର ଉତ୍ପତ୍ତି ବିଷୟରେ ଆଲୋଚନାରେ ବ୍ୟସ୍ତ ରହିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଆପଣ ପୂର୍ବରୁ ସମ୍ପର୍କଗୁଡିକରେ କରିଥିବା ଭୁଲ ସୁଧାରିବା ସମୟ ସେଥିପାଇଁ ଆପଣ ଆଜି ସମ୍ପର୍କିୟ ଓ ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ କରିବାରେ ଧ୍ୟାନ ଦେବେ । କିନ୍ତୁ ଆପଣଙ୍କ ଚେଷ୍ଟା ସତ୍ତ୍ଵେ ପାରିବାରିକ କନ୍ଦଳ ହୋଇପାରେ । ଏଣୁ ମାନସିକ ଅଶାନ୍ତି ଲାଗିରହିପାରେ । ସେଥିରୁ ମୁକୁଳିବାକୁ ହେଲେ ଉତ୍ତେଜିତ ନ ହୋଇ ସାଧାରଣ ଭାବେ ପ୍ରତିକ୍ରିୟା ରଖନ୍ତୁ । ଏହାଛଡା ଅପ୍ରିୟ ପଡୋଶୀମାନଙ୍କୁ ଦୂରରେ ରଖି ଆପଣ କିଛି ସମସ୍ୟାରୁ ମୁକ୍ତ ରହିପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଜଣେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ ବ୍ୟକ୍ତି ଓ କଠୋର ସମୟରେ ମଧ୍ୟ ଆପଣ ଧ୍ୟାନ କେନ୍ଦ୍ରିତ ରଖନ୍ତି । ନିରନ୍ତର ଖୁସି ରହି ସକାରାତ୍ମକ ମନୋଭାବ ରଖି ଆପଣ କାର୍ଯ୍ୟକ୍ଷେତ୍ରରେ ଓ ଘରେ ଉଭୟ ସ୍ଥାନରେ ଲୋକମାନଙ୍କ ହୃଦୟ ଓ ମନ ଜିତିପାରିବେ । ଏପରି ସନ୍ତୁଷ୍ଟି ଓ ଖୁସି ଭାବନା ଯୋଗୁଁ ଆପଣ ବହୁତ ଭଲ କାମ କରିବାକୁ ପ୍ରୋତ୍ସାହିତ ହେବେ । ଖୁସି ବାଣ୍ଟି ଚାଲନ୍ତୁ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ । ବିଦେଶରୁ ଶୁଭଖବର ମିଳିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣ ସମୟ ସମାନ ଭାବରେ ଭାଗ କରିବେ ଓ ଉଭୟ ଘରେ ଓ କାର୍ଯ୍ୟସ୍ଥଳରେ ଭଲ କରିବେ । ସେଥିପାଇଁ ଅଫିସରେ ଆପଣଙ୍କୁ ଦିଆଯାଇଥିବା କାମ ପାଇଁ ଆପଣ ସଠିକ ଲୋକ ବୋଲି ପ୍ରମାଣିତ କରିବା ସମୟ ଘରେ ସଠିକ ପାରିବାରିକ ବ୍ୟକ୍ତି ବୋଲି ନିଜକୁ ସ୍ଥାପିତ କରିବେ । ବଡ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟ ହେଉ କିମ୍ୱା ସର୍ଭିସ୍‌ ହେଉ, ଆପଣ ଅନୁକୂଳ ଫଳାଫଳ ଆଶା କରିବେ । ପ୍ରତ୍ୟେକ ଜିନିଷ ଯେଉଁ ଭାବରେ ଆଗେଇବ, ଆପଣ ଦେଖି ଖୁସି ହେବେ । ବାପା ଏବଂ ବଡମାନଙ୍କ ଠାରୁ ଆପଣ ଲାଭ ଏବଂ ସପକ୍ଷ ଆଶା କରିପାରିବେ ।

ABOUT THE AUTHOR

...view details