ଓଡିଶା

odisha

ETV Bharat / bharat

ଜୁନ ୧୯ ରାଶିଫଳ: ନିଜ କାମରେ ସଫଳତା ପାଇବେ ଏହି ରାଶି ବ୍ୟକ୍ତି, ଶରୀର ପାଇଁ ଯତ୍ନବାନ ହୁଅନ୍ତୁ ମକର ରାଶି ବ୍ୟକ୍ତି - DAILY HOROSCOPE - DAILY HOROSCOPE

Horoscope Of 19th June: ଆଜି ଆପଣଙ୍କ ଦିନ କେମିତି କଟିବ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

By ETV Bharat Odisha Team

Published : Jun 19, 2024, 12:01 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ହାତକୁ ନେଇଥିବା କାର୍ଯ୍ୟ ସଫଳତାର ସହ ଶେଷ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନ ପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ନିଜ ପରିବାର ଓ ବନ୍ଧୁମାନଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟ ରଖିବା ପାଇଁ ନିରନ୍ତର ପ୍ରୟାସ କରିବେ । ଆପଣ ତାଙ୍କୁ ଯେତେ ଖୁସି ଦେଵେ ସେମାନେ ଆହୁରି ଅଧିକ ବଢ଼ିବେ । ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ନିଜକୁ ମଧ୍ୟ କିଛି ସମୟ ଦିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆଜି ଆପଣ ଏକ ଚିରସ୍ଥାୟୀ ଆଶାବାଦୀ ବ୍ୟକ୍ତି ହେଵେ । ଆପଣଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ନକଲ କରିବା ପାଇଁ ପ୍ରେରିତ କରିବ । ଆଜି ସନ୍ଧ୍ୟାରେ ଆପଣ ନିଜ ବନ୍ଧୁବାନ୍ଧବଙ୍କ ସହ ଖୁସି ଓ ମଜାରେ ବିତାଇବେ । ଆପଣ ସେସବୁକୁ ପୁରା କରିବା ପାଇଁ ଏକ ବିଶିଷ୍ଟ ଉଦାରଣର ଅନୁସରଣ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ଉତ୍‍ଫୁଲ୍ଲିତ ମନ ଯୋଗୁଁ ଖର୍ଚ୍ଚର ପରିମାଣ ବଢ଼ିପାରେ, ଏହାକୁ କମ୍ କରିବାକୁ ହେବ। ଦିନର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ । ଦୟାକରି ଏହାକୁ ବନ୍ଦ କରନ୍ତୁ ନାହିଁ ଅନ୍ୟଥା ପରେ ଆପଣଙ୍କ ମନର ଶାନ୍ତି ଚାଲିଯାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଖରାପ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିପାନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜର ଗତିବିଧି ଓ ବାକ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ରହିବ । ତଥାପି କିଛି ନଭାବି ନଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ କିମ୍ୱା ପସନ୍ଦ କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା:ଆପଣ ଏକ ପରିଯୋଜନା ନେବେ ଓ ଏହାକୁ କୌଣସି ପ୍ରକାରରେ ପୁରା କରିବେ । ଆପଣଙ୍କ କାର୍ଯ୍ୟାଳୟରେ ଆପଣଙ୍କ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟକ୍ଷମତାରୁ ପ୍ରେରଣା ନେବେ । ଏବା ସେହି ସମୟରେ ପରିଲକ୍ଷିତ ହୁଏ ଯେଉଁ ସମୟରେ ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଥାଏ ଅଥବା ବେତନ ବୃଦ୍ଧି ହୁଏ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । ଘରେ, ଆପଣ ସର୍ବୋତ୍କୃଷ୍ଟ ପାରିବାରିକ ବ୍ୟକ୍ତି ଭାବେ ନିଜକୁ ଉପସ୍ଥାପନା କରିବେ । କାର୍ଯ୍ୟ ନିୟନ୍ତ୍ରଣାଧୀନ ରହିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବେଶ ଖୁସିମୟ ଏବଂ ସ୍ୱାଗତମୟ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ:କଥାରେ ନ କହି କାର୍ଯ୍ୟରେ ପରିଣତ କରିବା ସବୁଠି ଭଲ, ଏହା କେବଳ ଆଜି ପାଇଁ ନୁହେଁ ସବୁଦିନ ପାଇଁ ପ୍ରଜୁଯ୍ୟ । ଆପଣଙ୍କ କାର୍ଯ୍ୟଶକ୍ତିକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରନ୍ତୁ । ଆପଣ ନିଜର ଗତିବିଧି ଦ୍ୱାରା ନିଜର ଵ୍ୟକ୍ତିତ୍ୱ ଉନ୍ନତି ସାଧନ କରିବା ପାଇଁ ଚେଷ୍ଟା କରିବେ ଓ ଆପଣଙ୍କର ସ୍ୱପ୍ନର ଘରକୁ ତୋଳିବା ପାଇଁ ଅନ୍ୟମାନେ ଉତ୍ସାହ ପ୍ରଦାନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଭଗବାନ ସେମାଙ୍କୁ ସକ୍ଷମ କରନ୍ତି ଯେ ନିଜେ ନିଜକୁ ସାହାଯ୍ୟ କରେ । ସେଥିପାଇଁ ପରିଶ୍ରମୀ ହୁଅନ୍ତୁ ଓ ନିଜର ମାନସିକ ଓ ଶାରୀରିକ ଯତ୍ନ ନେବା ସହ ନିଜ ସ୍ୱପ୍ନ ଉପରେ ଭରଷା ରଖନ୍ତୁ । ଆପଣଙ୍କ ସଂଘଠନରେ କିଛି ଅପ୍ରୀତିକର ଘଟଣା ଘଟିବାର ସମ୍ଭାବନା ଅଛି, ସେଥିପ୍ରତି ସତର୍କ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଯଦି ଆପଣ ଜଣେ ମାଲିକ ଅଟନ୍ତି ତେବେ ଆଜି ଘରେ ଓ କାମରେ ଏକାପରି ଅନୁଭବ କରିବେ ନାହିଁ । କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ ତେବେ ତାହା ଅତିଶୀଘ୍ର ପୂର୍ଣ୍ଣ ହେବ । ଆପଣଙ୍କ ଯୋଗ୍ୟତା ଅଧିନସ୍ଥଙ୍କୁ ପ୍ରେରଣା ଯୋଗାଇଵ ଓ ପ୍ରତିବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ପୂର୍ବ ପ୍ରର୍ଦଶନ ବିଷୟରେ ଚିନ୍ତା କରୁଛନ୍ତି ଓ ଆଜିର ଦିନରେ ଆପଣ ଆହୁରି ଭଲ ପ୍ରଦର୍ଶନ କରିପାରିବେ। ଆପଣଙ୍କ ସାଙ୍ଗସାଥୀ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି କିନ୍ତୁ ଆପଣ ସେସବକୁ ଚିହ୍ନଟ କରି ସେଥିରୁ ସହଜରେ ମୁକ୍ତି ପାଇପାରିବେ ।

ABOUT THE AUTHOR

...view details