ଓଡିଶା

odisha

ଜୁନ ୧୪ ରାଶିଫଳ: ପହିଲି ରଜରେ ମଉଜ କରିବେ ଏହି ରାଶିର ବ୍ୟକ୍ତି, ସିନେମା ସହ ବଣଭୋଜିର ନେବେ ମଜା - DAILY HOROSCOPE

By ETV Bharat Odisha Team

Published : Jun 14, 2024, 12:00 AM IST

Horoscope Of 14th June: ଆଜିଠାରୁ ଆରମ୍ଭ ଓଡ଼ିଶାର ଗଣପର୍ବ ରଜ । ୩ଦିନ ଧରି ଏହି ପର୍ବ ଧୁମଧାମରେ ପାଳନ କରାଯାଉଥିବା ବେଳେ ଆଜି ଅର୍ଥାତ୍ ପହଲି ରଜରେ ଆପଣଙ୍କ ଦିନ କେମିତି କଟିବ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି ନକ୍ଷତ୍ର ଗଣ ଆପଣଙ୍କ ସପକ୍ଷରେ ରହିଛନ୍ତି । ଆପଣଙ୍କ ସୃଜନଶିଳତୀ ପାଇଁ ପ୍ରଶଂସିତ ହେବେ । କୌଣସି କଳାକୃତି ତିଆରି ମଧ୍ୟ କରିପାରିବେ । ଘରର ପରିବେଶ ଉର୍ଜା ଭରା ହେବାର ସମ୍ଭାବନା ରହିଛି । ସନ୍ଧ୍ୟାରେ କୌଣସି ପୁରୁଣା ବନ୍ଧୁଙ୍କ ସହ ଭେଟି ଭଲ ସମୟ ଉପଭୋଗ କରିବେ । କର୍ମସ୍ଥଳରେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରୁହନ୍ତୁ, ତାଙ୍କୁ ଅସମ୍ମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଆପଣଙ୍କ ସମାଲୋଚକ ସହ ମତଭେଦ ବଡ଼ ଗଣ୍ଡଗୋଳର ରୂପ ନେଇପାରେ, ଏଭଳି ସ୍ଥିତି ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆଜିର ଦିନ ଆପଣଙ୍କ ସାଧାରଣ ହୋଇପାରେ । ଆପଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟସ୍ତ ରହିପାରନ୍ତି, ବିଶେଷ କରି ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିପାରେ । ସ୍ଥାବର ସଂପତ୍ତି ସଂପର୍କିତ କୌଣସି ଲେଖାପଢ଼ା କିମ୍ବା ଡିଲ୍ ଠାରୁ ଦୂରେଇ ରୁହନ୍ତୁ । ନିରାଶାବାଦୀ ମନୋଭାବ ପରିତ୍ୟାଗ କରନ୍ତୁ, କାରଣ ସନ୍ଧ୍ୟାରେ ପରିସ୍ଥିତି ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ଉଲ୍ଲସିତ ଅନୁଭବ କରିବେ । ଏକ ଭଲ ସମୟ ଆରମ୍ଭ ହେଉଛି, ତେଣୁ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବା ଆବଶ୍ୟକ । ସୃଜନାତ୍ମକ କାମରେ ମନୋନିବେଶ କରନ୍ତୁ । ଧାର୍ମିକ କାର୍ଯ୍ୟକଳାପରେ ଆପଣ ସାମିଲ ହେବାର ସମ୍ଭାବନା ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ସକାଳଟି ବୃତ୍ତିଧାରୀଙ୍କ ପାଇଁ ଶୁଭଦାୟକ । ଆପଣଙ୍କ ଉଦ୍ୟମ ଯୋଗୁଁ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେସଙ୍ଗେ ପ୍ରତିଦ୍ୱନ୍ଦୀମାନେ ପରାଜିତ ହେବେ । ମଧ୍ୟାହ୍ନ ପର୍ଯ୍ୟନ୍ତ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ମଧ୍ୟାହ୍ନ ପରେ ସେମାନଙ୍କର କୁପ୍ରଭାବର ପରିକଳ୍ପନା କରାଯାଇ ନପାରେ । ନିଜର ଅପମାନତା ପରିବାରର ଜଣେ ସଦସ୍ୟଙ୍କୁ ଅପମାନିତ କରିପାରେ । ନିଜକୁ ସଂଜତ କରନ୍ତୁ, ନଚେତ ପଛରେ ପଶ୍ଚାତାପ କରିପାରନ୍ତି । ନିଜ ମାଆଙ୍କର ସ୍ୱାସ୍ଥ୍ୟଜନିତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ଧୈର୍ଯ୍ୟ ଧରନ୍ତୁ, ଏହି ଅବସ୍ଥା ନିଶ୍ଚୟ ସୁଧୁରିଯିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ନିଜର ଶାରୀରିକ ସୁସ୍ଥତା ଏବଂ ପରିବାର ସଦସ୍ୟଙ୍କ ସହ ଆତ୍ମିୟତା ଛଡା ଦିନଟି ଆଦୌ ଶୁଭଦାୟକ ନୁହେଁ । ମାତ୍ର ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଏହି ବିରୋଧିତା ସାମୟିକ ଭାବେ ଦେଖାଦେବ । ତଥାପି ଏହି ସମୟରେ ଆପଣ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ଚିଡିଚିଡ଼ା ହୋଇପାରନ୍ତି ଏବଂ ଠିକ୍‍ ସିଦ୍ଧାନ୍ତରେ ପହଞ୍ଚି ନ ପାରନ୍ତି । ତେଣୁ ଆପଣ ଗୋଲକଧନ୍ଦାରେ ପଡି ନିଜର ଇଚ୍ଛାକୁ କାର୍ଯ୍ୟକାରୀ କରିପାରିବେ ନାହିଁ । ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ । ମାତ୍ର ଦିନର ଅବଶିଷ୍ଟ ପର୍ଯ୍ୟାୟରେ ଆପଣଙ୍କ ମନରେ ଆତ୍ମସନ୍ତୋଷ ଦେଖାଦେବ ଏବଂ ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତ ପରିଲକ୍ଷିତ ହେବ । ଆପଣଙ୍କର ଜଣେ ସହୃଦୟ ବନ୍ଧୁ ଆପଣଙ୍କ ସମଦୁଃଖରେ ଭାଗୀଦାରି ହୋଇ ଆପଣଙ୍କ ସମସ୍ୟା ଦୂର କରିପାରନ୍ତି । ଏହାଦ୍ୱାରା ଆପଣ ଆଶ୍ୱସ୍ତ ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆପଣ ନିଜ ଆତ୍ମବିଶ୍ୱାସରେ ଦୃଢ ଥିବା ସତ୍ତ୍ୱେ ଆଜି ତାହା ସ୍ମୃତି ନିଦର୍ଶନର ସମାନ ଅଂଶ ମାତ୍ର ଅଟେ। ଆପଣଙ୍କ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ଅତ୍ୟଧିକ ଥିବା ଯୋଗୁଁ ଆପଣ ସୁମଧୁର ଫଳ ପାଇବେ । ଆପଣଙ୍କର ଦକ୍ଷ ନେତୃତ୍ୱ ଏବଂ ସିଦ୍ଧାନ୍ତ ନେବାରେ ଶକ୍ତିହିଁ ଏହାର କାରଣ ଅଟେ । ଆପଣ ନିପୁଣ ଭାବରେ ନିଜର ସମସ୍ୟାକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ଥିବାରୁ ସରକାରୀ କାମ କିମ୍ଵା ବେସରକାରୀ କାମକୁ ସୁଚାରୁରୂପେ ତୁଲାଇ ପାରିବେ । ଗୃହର ସଦସ୍ୟମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଆପଣଙ୍କ ଖର୍ଚ୍ଚର ପରିମାଣ ବହୁ ପରିମାଣରେ ବୃଦ୍ଧି ପାଇପାରେ । ଘରପାଇଁ ଏଣୁତେଣୁ ଖର୍ଚ୍ଚର ମାତ୍ରା ବୃଦ୍ଧିକୁ ନ ଅଟକାଇଲେ ସୁଖ ପରିବର୍ତ୍ତେ ମନରେ ଅଶାନ୍ତି ଦେଖାଦେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଆପଣଙ୍କର ଭାବପ୍ରବଣତା ଓ ମାନସିକ ଉଲ୍ଳାସ ରହିବ। ବିନା ଡ଼ାକରାରେ କୌଣସି କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁନାହିଁ । କୌଣସି ଆଲୋଚନା ବା ବିବାଦ ସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କର ସବୁବେଳେ ଦୁର୍ବଳ ବିନ୍ଦୁରେ ଆଘାତ କରିବେ । ଆଜି ହଠାତ ଆପଣ ଝଗଡା କରିପାରନ୍ତି, ତେଣୁ ଆପଣ ଆଜି ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତିକୁ ଧୀରସ୍ଥିର ଭାବରେ ସମାଧାନ କରନ୍ତୁ । ଅପରାହ୍ନରେ ଆପଣଙ୍କର ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ । ପ୍ରାତଃ ସମୟଟି ଅତ୍ୟନ୍ତ ମଧୁମୟ ହେବ ଏବଂ ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଏକ ବଣଭୋଜି କିମ୍ଵା ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି । ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବା ସହ ମଉଜ ମଜଲିସ କରିବେ । କର୍ମଜୀବୀଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ । ମାତ୍ର ଅପରାହ୍ନରେ ପରିସ୍ଥିତି ଶାନ୍ତ ରହିନପାରେ । ଆପଣ ହଠାତ୍‍ ପେଟ ୟନ୍ତ୍ରଣାରେ କଷ୍ଟ ପାଇପାରନ୍ତି । ଲୋକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅନ୍ୟଥା ଭୁଲବୁଝାମଣାର ଶିକାର ହୋଇପାରନ୍ତି । ଆଇନ ସମ୍ପର୍କୀୟ କାର୍ଯ୍ୟରେ ସାବଧାନତା ଅବଲମ୍ଵନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣ ଯେକୌଣସି କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି । ଆଜି ଆପଣ ନିଜର ଦୃଢ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ଦ୍ୱାରା କାର୍ଯ୍ୟସାଧନ କରିବେ । ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ଣ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ୟଥେଷ୍ଟ ପ୍ରଶଂସା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ହାକିମଙ୍କ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ । ଦରମା ବୃଦ୍ଧି ଘଟିପାରେ କିମ୍ଵା ପଦୋନ୍ନତି ମଧ୍ୟ ହୋଇପାରେ । ଆଜି ଦିନରେ ଆପଣଙ୍କୁ ବାପା କିମ୍ଵା ବାପତୁଲ୍ୟ ବ୍ୟକ୍ତିଙ୍କ ସାନିଧ୍ୟରେ ଆନନ୍ଦ ଉପଭୋଗ କରିବେ । ଏହାଦ୍ୱାରା ସମ୍ପର୍କର ନିବିଡତା ବୃଦ୍ଧି ପାଇପାରେ । ଦିବସର ଶେଷ ଭାଗରେ ଏକ ମାନସିକ ଦ୍ୱିଧାରେ ପଡିପାରନ୍ତି । ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ମଜ୍ଜି ରହିଲେ ମାନସିକ ଶାନ୍ତି ଫେରିପାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଆପଣଙ୍କର ନିୟମବଦ୍ଧ ସଂବେଦନା ଆପଣଙ୍କୁ ନିକଟବର୍ତ୍ତୀ ହେବାର ପ୍ରେରଣା ୟୋଗାଇବ, ହଠାତ୍‍ ଆପଣ ଆଧ୍ୟାତ୍ମିକ ବିଶ୍ୱାସର ପ୍ରବଳ ଉଦ୍ୟମ ଜାରିରଖିବେ । ତେଣୁ ଆପଣ ଏକ ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଜନା କରିପାରନ୍ତି । ଏହାର ସୁଫଳ ଆପଣଙ୍କୁ ମିଳିପାରେ । ସମ୍ଭବତଃ ଏକ ସନ୍ତାନ ଜନ୍ମ କିମ୍ଵା ଘରର କୌଣସି ଏକ ଶୁଭକର୍ମ ଘଟିପାରେ । ନିଜ ପ୍ରିୟଜନଙ୍କ ସହ ହସଖୁସିରେ ସମୟ କାଟିବେ । ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ । ନିଜର ଉପରିସ୍ଥ ହାକିମଙ୍କ ପ୍ରେରଣା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ । ଏହା ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଆପଣ ଉଲ୍ଳସିତ ହେବେ । ସନ୍ଧ୍ୟାରେ ଆପଣଙ୍କ ଗ୍ରହମାନଙ୍କର ଅଶୁଭ ଦୃଷ୍ଟି ଯୋଗୁଁ ଆପଣ କ୍ରୋଧାନ୍ୱିତ ହୋଇପାରନ୍ତି । ତେଣୁ ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆଜି ଆପଣ ନିଜର କ୍ଷୁବ୍ଧ ମନ ଏବଂ କ୍ରୋଧକୁ ନିଜ ଆଯତ୍ତରେ ରଖନ୍ତୁ । ଆପଣ ବାଧ୍ୟହୋଇ ବଦ୍‍ମିଜାଜୀ ହେବେ ଏବଂ ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ । ଆପଣ ଅଯଥାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ବିନିୟୋଗ କରିବେ । ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ଆପଣ ଯତ୍ନଶୀଳ ହେବେ । ସେଥିପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟରକ୍ଷାର ସମସ୍ତ କୌଶଳ ଅଭ୍ୟାସ କରିବାକୁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଏହାଦ୍ୱାରା ଆପଣ ୟନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ମନରୁ ଦୁଃଶ୍ଚିନ୍ତା ହ୍ରାସ ପାଇବ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସମ୍ଭବତଃ ଅପରାହ୍ନରେ ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ କିଛି ଗୃହ ସାମଗ୍ରୀ କିଣିବାକୁ ଯାଇପାରନ୍ତି କିମ୍ଵା ଏକ ଧାର୍ମିକ ସ୍ଥାନ ପରିଭ୍ରମଣରେ ଯାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଏକ ଅପ୍ରତ୍ୟାଶିତ ଘଟଣା ଘଟିପାରେ ଯାହାକୁ ଆପଣଙ୍କ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବେ । ସମ୍ଭବତଃ ଲୋକମାନେ ପ୍ରତିବନ୍ଧକର ପାଚେରୀ ସ୍ୱରୁପ ଆପଣଙ୍କୁ କୁକର୍ମ କରିବାକୁ ପ୍ରବର୍ତ୍ତାଇ ପାରନ୍ତି । ଏହା ଆପଣଙ୍କ ପାରିବାରିକ ଜୀବନକୁ ବିପଦଗ୍ରସ୍ତ କରିପାରେ । ଆପଣ ନିଜେ ଅବିଚଳିତ ରହି ସେମାନଙ୍କ ଠାରୁ ୟଥାସମ୍ଭବ ଦୂରେଇ ରୁହନ୍ତୁ । ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ, ନଚେତ ହଠାତ୍‍ ଅପମାନିତ ହେବା ସଙ୍ଗେସଙ୍ଗେ କିଛି କ୍ଷତି ହୋଇପାରେ । କୌଣସି କାର୍ଯ୍ୟର ପୁରୋଧା ହୁଅନ୍ତୁ ନାହିଁ । ମାନସିକ ଅସ୍ଥିରତା ଶୀଘ୍ର ଦୂର ହେବ । ଧ୍ୟାନ ପ୍ରାର୍ଥନା କରିବାଦ୍ୱାରା ମାନସିକ ଅବସାଦ ହ୍ରାସ ପାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ସବୁଦିନ ପରି ଆଜି ଦିନଟିରେ ସେତେ ଶୁଭଫଳ ମିଳି ନପାରେ । ଆପଣ ସବୁବେଳେ ଉତ୍କଣ୍ଠିତ ରହିବା ସଙ୍ଗେସଙ୍ଗେ ଗଭୀର ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟରେ ଅପ୍ରତ୍ୟାଶିତ ପ୍ରତିବନ୍ଧକ ଯୋଗୁଁ ହତୋତ୍ସାହିତ ହେବେ ଏବଂ କାରଣ ନଥାଇ କର୍ମ କରିବାରେ ବିଳମ୍ଵ ହେବ । ସହକର୍ମୀମାନେ ସେମାନଙ୍କର ସହଯୋଗର ହାତ ବଢାଇବେ ନାହିଁ, ଏପରିକି ଆପଣଙ୍କ ଧର୍ମପତ୍ନୀ ମଧ୍ୟ ସହଯୋଗ କରିବେ ନାହିଁ । ଏହି ପରିସ୍ଥିତିରେ ଘଟଣାର ପର୍ଯ୍ୟାଲୋଚନା କରିବାଦ୍ୱାରା ପାରିବାରିକ ଅଶାନ୍ତି ଦେଖାଦେଇପାରେ । ଏହା ବ୍ୟତୀତ ଏକ ଝଗଡା ହୋଇପାରେ । ତେଣୁ ଧୈର୍ଯ୍ୟର ସହ ଏହାର ସମାଧାନ କରନ୍ତୁ । ମିଳିତଭାବେ କରୁଥିବା ଆପଣଙ୍କ ବ୍ୟବସାୟର ଅଗ୍ରଗତି ଅନୁଧ୍ୟାନ କରନ୍ତୁ । ଆଇନ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ପାଇଁ ଆଜି ଦିନଟି ଶୁଭ ନୁହେଁ ।

ABOUT THE AUTHOR

...view details