ଓଡିଶା

odisha

By ETV Bharat Odisha Team

Published : Mar 4, 2024, 9:49 AM IST

ETV Bharat / bharat

INLD ମୁଖ୍ୟ ନଫେ ସିଂ ହତ୍ୟା ମାମଲାରେ ପୋଲିସକୁ ସଫଳତା, ଗୋଆରୁ 2 ସୁଟର ଗିରଫ

INLD Chief Nafe Singh Rathee Shot Dead Case: ନଫେ ସିଂ ରାଠୀଙ୍କୁ ହତ୍ୟା ଘଟଣା । ଗୋଆରୁ ଦୁଇ ସୁଟରଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Nafe Singh Rathee killed Case
Nafe Singh Rathee killed Case

ଚଣ୍ଡିଗଡ:ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ନଫେ ସିଂ ରାଠୀଙ୍କୁ ହତ୍ୟା ଘଟଣାରେ ପୋଲିସକୁ ବଡ଼ ସଫଳତା । ଝାଞ୍ଝର ପୋଲିସ, ଦିଲ୍ଲୀ ପୋଲିସ, ସ୍ପେଶିଆଲ ସେଲ ଓ ହରିୟାଣା ଏସଟିଏଫ ଘଟଣାର ତଦନ୍ତ ଜାରି ରଖି 2 ଅଭିଯୁକ୍ତଙ୍କୁ ଗୋଆରୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ହେଉଛନ୍ତି ସୌରଭ ଓ ଆଶିଷ ।

ଗୋଆରୁ ଦୁଇ ଅଭିଯୁକ୍ତ ଗିରଫ: ନଫେ ସିଂ ରାଠୀଙ୍କୁ ହତ୍ୟା ଘଟଣାରେ ପୋଲିସ ତଦନ୍ତ ଡାରି ରଖି ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା । ରବିବାର ରାତିରେ ଗୋଆରୁ 2 ସୁଟରଙ୍କୁ ପୋଲିସ ଟିମ ଧରିବାରେ ସଫଳ ହୋଇଥିଲା । ଆଜି ଅପରାହ୍ନରେ ଦୁଇ ଅଭିଯୁକ୍ତଙ୍କୁ ଧରି ଦିଲ୍ଲୀରେ ପହଞ୍ଚିପାରେ ପୋଲିସ । ଏହାପରେ ଦିଲ୍ଲୀ ନଚେତ ଝାଞ୍ଝରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରିପାରେ ।

ଏହା ମଧ୍ୟ ପଢନ୍ତୁ-ହରିୟାଣା INLD ମୁଖ୍ୟ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା

ନାଫେ ସିଂ ହତ୍ୟା ମାମଲାରେ ବ୍ୟବହୃତ କାର ଜବତ: ନଫେ ସିଂ ରାଠୀ ହତ୍ୟା ମାମଲାରେ ଅଭିଯୁକ୍ତ ବ୍ୟବହର କରିଥିବା କାରକୁ ପୋଲିସ ଜବତ କରିଛି। ରେୱାରୀ ଜଙ୍ଗସନର କାର ପାର୍କିଂରୁ କାରକୁ ଜବତ କରିବାରେ ପୋଲିସ ସଫଳ ହୋଇଛି । ଝାଞ୍ଝର ଏସପି ଆର୍ପିତ ଜୈନ ଏନେଇ ସୂଚନା ଦେଇ କହିଛନ୍ତି ଯେ, ରେଳ ପାର୍କିଂରେ କାର ଯେପରି ପାର୍କିଂ ହୋଇଛି, ପୋଲିସ ଅନୁମାନ କରୁଛି ଯେ ଅଭିଯୁକ୍ତମାନେ ସେଠାରୁ ଟ୍ରେନରେ ଫେରାର ହୋଇ ଯାଇଛନ୍ତି ।

ଗତ ଫେବୃଆରୀ 25 ତାରିଖରେ INLDର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ଝାଞ୍ଝର ଜିଲ୍ଲାର ବାହାଦୁରଗଡରେ ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା । ଗୁଳି ମାଡରେ ନଫେ ସିଂଙ୍କ ସମେତ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଥିଲା । ଏକ ଫର୍ଚୁନର କାରରେ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ପିଛା କରି ତାଙ୍କ କାର ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ହତ୍ୟା ଘଟଣାର 8 ଦିନ ପରେ 2 ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଅନ୍ୟ କେଉଁ ମାନେ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ABOUT THE AUTHOR

...view details