ଓଡିଶା

odisha

ETV Bharat / bharat

ଅହମ୍ମଦାବାଦ ବିମାନବନ୍ଦର ଉଡ଼ାଇ ଦେବାକୁ ଦେଇଥିଲେ ଧମକ, ୪ ISIS ଆତଙ୍କବାଦୀଙ୍କୁ ମାଡ଼ିବସିଲା ପୋଲିସ - ISIS TERRORIST AT AHMEDABAD AIRPORT - ISIS TERRORIST AT AHMEDABAD AIRPORT

ISIS TERRORISTS AT AHMEDABAD: ଅହମ୍ମଦାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରୁ ଧରାପଡ଼ିଲେ ISIS ଆତଙ୍କବାଦୀ । ଟାର୍ଗେଟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମାଡି ବସିଲା ଗୁଜୁରାଟ ଏଟିଏସ । ଅଧିକ ପଢନ୍ତୁ

AHMEDABAD AIRPORT
AHMEDABAD AIRPORT (ANI)

By ETV Bharat Odisha Team

Published : May 20, 2024, 5:06 PM IST

Updated : May 20, 2024, 5:26 PM IST

ଗାନ୍ଧୀନଗର:ଗୁଜୁରାଟ ଅହମ୍ମଦାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରାପଡ଼ିଲେ ISIS ଆତଙ୍କବାଦୀ । ଗୁଜୁରାଟ ଆଣ୍ଟି-ଆତଙ୍କବାଦୀ ସ୍କ୍ବାଡ (ଏଟିଏସ) 4 ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ଶ୍ରୀଲଙ୍କାର ନାଗରିକ ବୋଲି ସନ୍ଦେହ କରାଯାଉଛି । ଅହମ୍ମଦାବାଦ ଏୟାରପୋର୍ଟକୁ ଦିନେ ପୂର୍ବରୁ ବୋମା ବିସ୍ଫୋରଣ ଧମକ ମିଳିଥିବା ବେଳେ ଏମାନଙ୍କୁ ଆଜି (ସୋମବାର) ଅପରାହ୍ନରେ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଏହି ଆତଙ୍କବାଦୀମାନେ ଏୟାରପୋର୍ଟରେ ଅନ୍ୟ ଜଣେ ସହଯୋଗୀକୁ ଅପେକ୍ଷା କରିଥିଲେ । ଉକ୍ତ ସହଯୋଗୀ ଜଣକ ସେମାନଙ୍କୁ କିଛି ଟାସ୍କ ଦେବା ପାଇଁ ଆସୁଥିବା ବିଶ୍ବାସ କରାଯାଉଛି । ଠିକ ଏହି ସମୟରେ ସେମାନଙ୍କୁ ଗୁଜୁରାଟ ଏଟିଏସ ଗିରଫ କରିଛି । ପୋଲିସ ସେମାନଙ୍କ ମୋବାଇଲ ଫୋନରୁ କିଛି ଚାଟ୍‌ ମଧ୍ୟ ଜବତ କରିଛି । ଗୁପ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଆତଙ୍କୀମାନଙ୍କ ନିକଟକୁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଚାଲାଣ ହୋଇଥାନ୍ତା । ଆକ୍ରମଣ କରିବା ଲାଗି ମାରଣାସ୍ତ୍ର ଯୋଗାଇଦେବାକୁ ପାକିସ୍ତାନ ପ୍ରତିଶ୍ରୁତି ଦେଇଥିଲା । ସୌଭାଗ୍ୟବଶତଃ କିଛି ଅଘଟଣ ପୂର୍ବରୁ ଏମାନଙ୍କୁ କାବୁ କରିଛି ପୋଲିସ ।

ଏହା ବି ପଢନ୍ତୁ- ବିମାନରେ ବୋମା ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ, ଟିସ୍ୟୁ ପେପରରେ ଲେଖାଥିଲା

ଆତଙ୍କୀଙ୍କ କହିବାନୁସାରେ, ସେମାନେ ଶ୍ରୀଲଙ୍କାରୁ ଚେନ୍ନାଇ ଦେଇ ଅହମ୍ମଦାବାଦରେ ପହଞ୍ଚିଥିଲେ । ସେମାନେ ନିଜ ଟାର୍ଗେଟ ସ୍ଥାନରେ ପହଞ୍ଚିବା ପୂର୍ବରୁ ପୋଲିସ ସେମାନଙ୍କୁ ଗିରଫ କରିଛି । ସୂଚନା ଥାଉକି ମେ 12 ତାରିଖରେ ଅହମ୍ମଦାବାଦ ଏୟାରପୋର୍ଟକୁ ଏକ ବୋମା ଧମକ ମିଳିଥିଲା । କେହି ଜଣେ ଇମେଲ ଯୋଗେ ଏହି ଧମକ ଦେଇଥିଲା । ସେତେବେଳେ ତାହା ଫେକ୍‌ ବୋଲି ଜଣାପଡ଼ିଥିଲା । ଅହମ୍ମଦାବାଦ ବିମାନବନ୍ଦରରେ ବିସ୍ଫୋରକ ସାମଗ୍ରୀ ଥିବା ଇମେଲରେ ଲେଖାଥିଲା । ସୁରକ୍ଷାକର୍ମୀମାନେ ଏୟାରପୋର୍ଟ ପରିସର ସର୍ଚ୍ଚ କରିବା ପରେ ସେପରି କିଛି ବିସ୍ଫୋରକ ସାମଗ୍ରୀ ମିଳିନଥିଲା ।

ଏହି ଇମେଲ କେହି ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଫିସିଆଲ ଇମେଲ ଆଇଡିକୁ ପଠାଯାଇଥିଲା । ଅନ୍ୟପଟେ ଗତବର୍ଷ ଅଗଷ୍ଟ ମାସରେ ଏଟିଏସ 3 ଜଣଙ୍କୁ ରାଜକୋଟରୁ ଗିରଫ କରିଥିଲା । ଗିରଫ ବ୍ୟକ୍ତିଙ୍କ ଅଲ କାଇଦା ଆତଙ୍କବାଦୀ ସଂଗଠନ ସହିତ ଲିଙ୍କ ଥିବା ଜଣାପଡ଼ିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 20, 2024, 5:26 PM IST

ABOUT THE AUTHOR

...view details