ଓଡିଶା

odisha

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

By ETV Bharat Odisha Team

Published : Sep 18, 2024, 7:43 AM IST

Super APP By Indian Railway: ଭାରତୀୟ ରେଳବାଇ ଆଣିଛି ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଗୋଟିଏ କ୍ଲିକରେ ହୋଇଯିବ ସବୁ ସମସ୍ୟାର ସମାଧାନ । ସହଜରେ ସମସ୍ତ ସୁବିଧା ପାଇପାରିବେ, ଯାତ୍ରୀ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୂରା ଖବର ପଢନ୍ତୁ ।

Super App
Super App (ETV Bharat Odisha)

ହାଇଦ୍ରାବାଦ:ଆସୁଛି ସୁପର ଆପ୍ । ହାତପାହାନ୍ତାରେ ଯାତ୍ରୀଙ୍କୁ ମିଳିବ ରେଳବାଇର ସମସ୍ତ ସର୍ଭିସ । ଗୋଟିଏ ଆପରେ ହୋଇପାରିବ ରେଳବାଇ ସମ୍ବନ୍ଧିତ ଅନେକ କାମ । ଯେଉଥିପାଇଁ ଭାରତୀୟ ରେଳବାଇ ବର୍ତ୍ତମାନ ସୁପର୍ ଆପ୍ ପ୍ରସ୍ତୁତି ଚଳାଇଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । କ'ଣ ଏହି ସୁପର ଆପ୍, ଆସନ୍ତୁ ଜାଣିବା ।

Ashwini Vaishnaw (X)

ରେଳବାଇର ସୁପର ଆପ୍:

ଭାରତୀୟ ରେଳବାଇ ବର୍ତ୍ତମାନ ସୁପର୍ ଆପ୍ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଭାରତୀୟ ରେଳବାଇ ଏକ ଆପ୍ଲିକେସନ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି ଯାହାଦ୍ବାରା ରେଳବାଇର ସମସ୍ତ କାମ ହୋଇପାରିବ । ଯଦିଓ ଆପରେ କେଉଁ କେଉଁ ସୁବିଧା ମିଳିବ ସେନେଇ ମନ୍ତ୍ରୀ ସ୍ପଷ୍ଟ ସୂଚନା ଦେଇନାହାନ୍ତି, କିନ୍ତୁ କୁହାଯାଉଛି ଯେ ଟିକେଟ ବୁକିଂରୁ ଆରମ୍ଭ କରି ଟ୍ରେନ୍ ଟ୍ରାକିଂ ଯାଏଁ ସୁବିଧା ମିଳିପାରେ ।"ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏଥିପାଇଁ ପାଖାପାଖି ୯୦କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଏଥିସହ ୩ ବର୍ଷରୁ ଅଧିକ ସମୟ ମଧ୍ୟ ଲାଗିପାରେ । ରେଳବାଇର ଏହି ସୁପର ଆପକୁ ପ୍ରସ୍ତୁତ କରିବ CRIS । କହିରଖୁଛୁ, ଏହି ସଂସ୍ଥା ରେଲୱେର ସମସ୍ତ ଆଇଟି କାମ ଦାୟିତ୍ବରେ ଅଛି।

ସୁରକ୍ଷା ବିଷୟରେ ଏମିତି କହିଲେ ମନ୍ତ୍ରୀ:

ରେଳବାଇ ସୁରକ୍ଷା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, "୧୦ ବର୍ଷ ତଳେ ପ୍ରତିବର୍ଷ ଦେଢ ଶହରୁ ଉର୍ଦ୍ଧ୍ବ ରେଳ ଦୁର୍ଘଟଣା ଘଟୁଥିଲା । ଯାହାକି ଏବେ ୪୦କୁ ହ୍ରାସ ପାଇଛି । ଏହାବ୍ୟତୀତ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଭାରତୀୟ ରେଳବାଇ ପ୍ରତିଶ୍ରୁତିବଦ୍ଧ । ଯେପରିକି ଏହି ଦୁର୍ଘଟଣା ସଂଖ୍ୟା ଆହୁରି ହ୍ରାସ ପାଇବ ସେଥିପାଇଁ ପ୍ରଚେଷ୍ଟା ଚାଲିଛି ।"

ଏହା ବି ପଢନ୍ତୁ...ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

ଏହା ବି ପଢନ୍ତୁ...ଗଞ୍ଜାମରେ ୩ ନୂଆ ରେଳ ଲାଇନ, ଅନୁମୋଦନ ମିଳିଲେ ହେବ କାର୍ଯ୍ୟକାରୀ - New Rail Projects

ଏହା ବି ପଢନ୍ତୁ...ଓଡ଼ିଶା ଟ୍ରାକରେ ଗଡ଼ିଲା ଆଉ ୩ ବନ୍ଦେ ଭାରତ ଏକ୍ସପ୍ରେସ, ଦେଖନ୍ତୁ ଫଟୋ - Vande Bharat Express

ପୂର୍ବରୁ ହେଉଥିଲା ଚର୍ଚ୍ଚା:

ଏହି ସୁପର ଆପ୍ ପ୍ରସଙ୍ଗ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଭାରତୀୟ ରେଳବାଇ ପକ୍ଷରୁ ଏକ ସୁପର ଆପ୍ ଲଞ୍ଚ ପାଇଁ ପ୍ରସ୍ତୁତ କରାଯାଉଥିବା କଥାକୁ ନେଇ ଚର୍ଚ୍ଚା ହେଉଥିଲା । ଯେଉଁଥିରେ ଟିକେଟ୍ ବୁକିଂରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ରହିବ ବୋଲି କୁହାଯାଉଥିଲା ।

Ashwini Vaishnaw (x)

ABOUT THE AUTHOR

...view details