ETV Bharat / state

ବିଜେପି କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ, ଶେଷଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM MOHAN CHARAN MAJHI

ବିଜେପି କେନ୍ଦୁଝର ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ବିୟୋଗ । କେନ୍ଦୁଝରରେ ପହଞ୍ଚି ନିରଞ୍ଜନଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

CM MOHAN CHARAN MAJHI
CM MOHAN CHARAN MAJHI (ETV Bharat Odisha)
author img

By ETV Bharat Odisha Team

Published : Nov 25, 2024, 7:56 PM IST

କେନ୍ଦୁଝର: ବିଜେପି କେନ୍ଦୁଝର ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘନିଷ୍ଠ ଥିବା ନିରଞ୍ଜନ ଶତପଥୀଙ୍କ ଦେହାନ୍ତ ହୋଇଛି । ତାଙ୍କ ଶେଷ ଦର୍ଶନ କରିବା ପାଇଁ କେନ୍ଦୁଝରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ନିରଞ୍ଜନଙ୍କ ଶେଷଯାତ୍ରାରେ ସାମିଲ ହେବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ନିରଞ୍ଜନ ଶତପଥୀଙ୍କ ଦେହାନ୍ତ:

ନିରଞ୍ଜନ ଶତପଥୀ ୧୯୯୨ ମସିହାରୁ ବିଜେପି ଦଳର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ୨୦୦୦ ମସିହାରୁ ଅତି ଘନିଷ୍ଠ ଥିଲେ । ପ୍ରତ୍ୟେକ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ରହି ଆସୁଥିଲେ । ଆଜି ତାଙ୍କର ହୃଦଘାତଜନିତ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ତାଙ୍କ ଜରୁରୀ କାର୍ଯ୍ୟକ୍ରମ ବାତିଲ କରି ନିରଞ୍ଜନଙ୍କ ଶେଷ ଦର୍ଶନ କରିବା ପାଇଁ କେନ୍ଦୁଝର ବଡହଲ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନିରଞ୍ଜନଙ୍କ ଘରେ ପହଞ୍ଚି ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।

CM MOHAN CHARAN MAJHI (ETV Bharat Odisha)

ଶେଷଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ:

ସେହିପରି ନିରଞ୍ଜନଙ୍କ ଦେହାନ୍ତ ପରେ ତାଙ୍କ ପରିବାରର ଥିବା ଅସୁବିଧାକୁ ଦୂର କରିବା ପାଇଁ ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାପରେ ତାଙ୍କ ଶେଷଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ପରେ ସ୍ଥାନୀୟ ସର୍କିଟ ହାଉସରେ କିଛି ସମୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହ ଭୁବନେଶ୍ଵର ଅଭିମୁଖେ ରାଇସୁଆଁ ଏୟାର ପୋର୍ଟରୁ ବାହାରି ଯାଇଥିଲେ । ପ୍ରକାଶ ଯେ, ନିରଞ୍ଜନଙ୍କ ପୈତୃକ ଘର ବ୍ରହ୍ମପୁର ଜିଲ୍ଲାରେ ହୋଇଥିବା ବେଳେ ତାଙ୍କ ବାପା କେନ୍ଦୁଝରରେ ଚାକିରି କରୁଥିବାରୁ ପିଲା ବେଳୁ କେନ୍ଦୁଝରର ବାସିନ୍ଦା ହୋଇଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସହଯୋଗୀଙ୍କ ଦେହାନ୍ତରେ ଦିଲ୍ଲୀ ଗସ୍ତ ବାତିଲ କଲେ ମୁଖ୍ୟମନ୍ତ୍ରୀ, ଶେଷ ଦର୍ଶନ ପାଇଁ ଯିବେ କେନ୍ଦୁଝର

ଏହା ମଧ୍ୟ ପଢ଼ନ୍ତୁ...ସୁନ୍ଦରଗଡ଼କୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନିରଞ୍ଜନ ଶତପଥୀ ଆମ ଦଳର ଜଣେ କାର୍ଯ୍ୟକର୍ତ୍ତା ଥିଲେ । ଦଳରେ ଅନେକ ଦିନ ଧରିକି କାମ କରିବା ପରେ ମଧ୍ୟ ମୋ ଅଫିସର ଦାୟିତ୍ବ ସମ୍ଭାଳୁଥିଲେ, ଏପରିକି ମୁଁ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ସେ ମୋ ଅଫିସର ଦାୟିତ୍ବ ତୁଲାଉଥିଲେ । ତାଙ୍କର ଦେହାନ୍ତ ହୋଇଛି । ସେ ଜଣେ ସମାଜସେବୀ ଓ ପରୋପକାରୀ ଥିଲେ । ତାଙ୍କ ଘରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି । ତାଙ୍କ ପରିବାର କିପରି ରହିବେ ତାହା ମୁଁ ନିଜେ ଦେଖିବି ।"

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.