ଓଡିଶା

odisha

10 ରାଜ୍ୟର ବଦଳିଲେ ରାଜ୍ୟପାଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ... - Governors reshuffle in India

By ETV Bharat Odisha Team

Published : Jul 28, 2024, 7:48 AM IST

Updated : Jul 28, 2024, 12:17 PM IST

Governors reshuffle in India: ଦେଶରେ ରାଜ୍ୟପାଳ ସ୍ତରରେ ବଡଧରଣର ପରିବର୍ତ୍ତନ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକାଧିକ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ଜାଣନ୍ତୁ କେଉଁ କେଉଁ ରାଜ୍ୟର ରାଜ୍ୟପାଳ ପରିବର୍ତ୍ତନ ହୋଇଛନ୍ତି...

Governors reshuffle in India
Governors reshuffle in India (ETV Bharat Odisha)

ହାଇଦ୍ରାବାଦ: ଦେଶରେ ରାଜ୍ୟପାଳ କ୍ଷେତ୍ରରେ ବଡଧରଣର ଅଦଳବଦଳ । ବଦଳିଲେ 10ରାଜ୍ୟର ରାଜ୍ୟପାଳ । ଶନିବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 10ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳର ଲେପ୍ଟନାଣ୍ଟ ଗଭର୍ଣ୍ଣର ଓ ପ୍ରଶାସକଙ୍କୁ ପରିବର୍ତ୍ତନ କରିଛନ୍ତି । ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ଆସାମ, ମେଘାଳୟ ଓ ସିକ୍କିମକୁ ମିଳିଛି ନୂଆ ରାଜ୍ୟପାଳ ।

10 ରାଜ୍ୟର ବଦଳିଲେ ରାଜ୍ୟପାଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ... (ETV Bharat Odisha)

କେ.କୈଳାଶନାଥନ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ (ପଣ୍ଡିଚେରୀ)ର ନୂଆ ଲେପ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ହରିବାହୁ କିଶାନରାଓ ବଗଡେଙ୍କୁ ରାଜସ୍ଥାନ, ଜିଷ୍ଣୁଦେବ ବର୍ମାଙ୍କୁ ତେଲେଙ୍ଗାନା, ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମ ଓ ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।

ଇସ୍ତଫା ଦେଲେ ପଞ୍ଜାବର ରାଜ୍ୟପାଳ ବନଓ୍ବାରୀଲାଲ୍ ପୁରୋହିତ:

10 ରାଜ୍ୟର ବଦଳିଲେ ରାଜ୍ୟପାଳ, ଜାଣନ୍ତୁ କେଉଁ ରାଜ୍ୟରେ କିଏ... (ETV Bharat Odisha)

ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ପ୍ରଶାସକ ବନଓ୍ବାରୀଲାଲ୍ ପୁରୋହିତ ଗତକାଲି(ଶନିବାର) ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ୮୩ ବର୍ଷୀୟ ପୁରୋହିତ । ସେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ପଞ୍ଜାବ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରିଛନ୍ତି ।

କେଉଁ କେଉଁ ରାଜ୍ୟରେ ରାଜ୍ୟପାଳ ପରିବର୍ତ୍ତନ:

ଶନିବାର ଦିନ ଏହି ବଡ ଧରଣର ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି । ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ପଞ୍ଜାବ, ଝାଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ମଣିପୁର ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଚଣ୍ଡିଗଡର ଲେପ୍ଟନାଣ୍ଟ୍ ଗଭର୍ଣ୍ଣରଙ୍କୁ ପରିବର୍ତ୍ତନ କରାଯାଇଛି । ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ପ୍ରଦାନ କରାଯାଇଛି ।

  • ରମେନ ଡେକାଙ୍କୁ ଛତିଶଗଡ ଦାୟିତ୍ୱ, ସରିବ ବିଶ୍ୱଭୂଷଣଙ୍କ କାର୍ଯ୍ୟକାଳ:ଛତିଶଗଡର ନୂତନ ରାଜ୍ୟପାଳ ଭାବେ ନିୟୁକ୍ତ ହୋଇଛନ୍ତି ରମେନ ଡେକା । ସେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସ୍ଥାନ ନେବେ । ଓଡ଼ିଆ ପୁଅ ବିଶ୍ୱଭୂଷଣ ହରିଚନ୍ଦନ ଏକ ବର୍ଷ ତଳେ ଅର୍ଥାତ୍ ୨୦୨୩ ଫେବ୍ରୁଆରୀ ୨୩ ତାରିଖରେ ଛତିଶଗଡର ୭ମ ରାଜ୍ୟପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଚଳିତ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହାପୂର୍ବରୁ ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ ।
  • ପଞ୍ଜାବର ନୂଆ ରାଜ୍ୟପାଳ:

ଆସାମର ରାଜ୍ୟପାଳ ଥିବା ଗୁଲାବଚାନ୍ଦ କଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି । ବନଓ୍ବାରୀଲାଲ୍ ପୁରୋହିତଙ୍କ କାର୍ଯ୍ୟକାଳ ସରିବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ ।

  • ହରିଭାଉ କିଶାନରାଓ ବଗଡେ ରାଜସ୍ଥାନ ରାଜ୍ୟପାଳ:

ହରିବାହୁ କିଶାନରାଓ ବଗଡେଙ୍କୁ ରାଜସ୍ଥାନ ରାଜ୍ୟପାଳ ଭାବେ ନିଯୁକ୍ତ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ସେ କଲରାଜ ମିଶ୍ରଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କଲରାଜ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି । ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ବିଧାନସଭାର ଅଧ୍ୟକ୍ଷ ଅଛନ୍ତି ହରିଭାଉ । ସେ ପ୍ରଥମ ଥର ରାଜ୍ୟପାଳ ହେବାକୁ ଯାଉଛନ୍ତି ।

  • ତେଲେଙ୍ଗାନାର ନୂଆ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା:ତ୍ରିପୁରାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାଜିଷ୍ଣୁ ଦେବ ବର୍ମାଙ୍କୁ ତେଲେଙ୍ଗାନା ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହାପୂର୍ବରୁ ସି.ପି ରାଧାକ୍ରିଷ୍ଣ ତେଲେଙ୍ଗାନାର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ । ବର୍ତ୍ତମାନ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।
  • ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମ ଦାୟିତ୍ୱ:ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି ।
  • ଝାଡଖଣ୍ଡର ନୂଆ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗଓ୍ବାର:ସନ୍ତୋଷ କୁମାର ଗଙ୍ଗଓ୍ବାରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।
  • ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ଦାୟିତ୍ୱ:ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱରେ ଥିବା ସି.ପି ରାଧାକ୍ରିଷ୍ଣନଙ୍କୁ ବର୍ତ୍ତମାନ ମହାରାଷ୍ଟ୍ରର ଦାୟିତ୍ୱ ପ୍ରଦାନ କରାଯାଇଛି ।
  • ସି.ଏଚ ବିଜୟଶଙ୍କର ମେଘାଳୟର ରାଜ୍ୟପାଳ:ମେଘାଳୟର ରାଜ୍ୟପାଳ ପରିବର୍ତ୍ତନ କରାଯାଇଛି । ଫଗୁ ଚୌହାନଙ୍କ ସ୍ଥାନରେସି.ଏଚ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।
  • ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ:ସିକ୍କିମର ରାଜ୍ୟପାଳ ଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ବର୍ତ୍ତମାନ ଆସାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ମଣିପୁର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।

କେ.କୈଳାଶନାଥନ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ (ପଣ୍ଡିଚେରୀ)ର ନୂଆ ଲେପ୍ଟନାଣ୍ଟ ଭାବେ ନିଯୁକ୍ତ ହୋଇଛନ୍ତି । ୬ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୩ ରାଜ୍ୟରେ ରାଜ୍ୟପାଳ ଅଦଳବଦଳ କରାଯାଇଛି । ତେବେ ନବନିଯୁକ୍ତ ରାଜ୍ୟପାଳମାନେ ବର୍ତ୍ତମାନ ଥିବା ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରିବା ପରେ ଦାୟିତ୍ୱ ଗ୍ରହଣ କରିବେ ।

ଏହାମଧ୍ୟ ପଢନ୍ତୁ... ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ - Complaint against Governor Son

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2024, 12:17 PM IST

ABOUT THE AUTHOR

...view details